ରାଜ୍ୟରେ ବଦଳିଲା ଆପାର୍ଟମେଣ୍ଟ ଘର ନିୟମ; ଉଚ୍ଚ ଅଟ୍ଟାଳିକା ତିଆରି ପାଇଁ ଫ୍ଲାଟ ସାଇଜ୍ ବାଧକ ହେବନି

ଚାରୋଟି ଗୃହ ନୁହେଁ, ଏଣିକି ଆଠୋଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡ଼ିବନି ଅନୁମତି । ଉଚ୍ଚ ଅଟ୍ଟାଳିକା ନିର୍ମାଣ ନିୟମକୁ ସରଳୀକରଣ କରାଯାଇଛି ।

ରାଜ୍ୟରେ ବଦଳିଲା ଆପାର୍ଟମେଣ୍ଟ ଘର ନିୟମ; ଉଚ୍ଚ ଅଟ୍ଟାଳିକା ତିଆରି ପାଇଁ ଫ୍ଲାଟ ସାଇଜ୍ ବାଧକ ହେବନି
ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଘର ନୀତି ୨୦୧୫ରେ ସଂଶୋଧନ କରାଯାଇଛି ।
  • News18 Odia
  • Last Updated: August 14, 2020, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ଆପାର୍ଟମେଣ୍ଟ ଘର ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି । ଏଣିକି ପୁରୁଣା ଘର ନବୀକରଣ କଲେ କୌଣସି ଅନୁମତି ଆବଶ୍ୟକ ନାହିଁ । ଅଣ୍ଡରଟେକିଂ ଦେଇ ନୂଆ ଘର ନିର୍ମାଣ କରିପାରିବେ ଲୋକେ । ଆପାର୍ଟମେଣ୍ଟ ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର ।

ଆପାର୍ଟମେଣ୍ଟ ତିଆରି ପାଇଁ ଥିବା ନିୟମାବଳୀକୁ ସମ୍ପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବା ପାଇଁ ଉଦ୍ୟମ କରି ଅନେକ ଦିଗରେ ନିୟମକୁ କୋହଳ କରାଯିବା ସହ ଅନେକ ରିହାତି ଓ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଘର ନୀତି ୨୦୧୫ରେ ସଂଶୋଧନ କରାଯାଇଛି । ଚାରୋଟି ଗୃହ ନୁହେଁ, ଏଣିକି ଆଠୋଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ଉଚ୍ଚ ଅଟାଳିକା ନିର୍ମାଣ ପାଇଁ ପ୍ରତିବନ୍ଧକ ହେବନି ଫ୍ଲାଟ ସାଇଜ୍ । ଏହା ସହ ପୁରୁଣା ଘରର ନବୀକରଣ ପାଇଁ ଆଉ ଦରକାର ପଡ଼ିବନି ଅନୁମତି ।

ମଡେଲ ପ୍ଲାନ ଅନୁମତି ପାଇଁ ମଧ୍ୟ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ଆବଶ୍ୟକ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ ଗୃହ କାର୍ଯ୍ୟ ଆରମ୍ଭ କରି ହେବ । କୋଠାବାଡ଼ି ନିର୍ମାଣ ନିୟମରେ ଏପରି ବହୁ ପରିବର୍ତ୍ତନ କରିବା ସହ ଏହାକୁ ସରଳ କରିଛନ୍ତି ରାଜ୍ୟ ସରକାର । ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ମଧ୍ୟ ନିୟମ କୋହଳ କରାଯାଇଛି ।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା


‘‘ରାଜ୍ୟ ସରକାର ପ୍ରଥମ ଥର ପାଇଁ ଅର୍ବାନ ଡିପାଟମେଣ୍ଟ ତରଫରୁ ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍ ୨୦୨୦ ଆଣିଛନ୍ତି । ଏହି ନିୟମ ଅନୁଯାୟୀ ବାହ୍ୟ ଭିତ୍ତିଭୂମି ଉନ୍ନତିକରଣ ଫି ଓ ଖରିଦ ଯୋଗ୍ୟ ଏଫଏଆର ଦେୟ କିସ୍ତିରେ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ନୂଆ ନିୟମ ଦ୍ୱାରା ଛୋଟ ଛୋଟ ଘର କରୁଥିବା ସାଧାରଣ ଲୋକ ହଇରାଣ ହେବେନି । ଜାଗା ସମସ୍ୟା ଦୂର ହେବ,’’ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଉଚ୍ଚ ଅଟ୍ଟାଳିକା ନିର୍ମାଣ ନିୟମରେ ବିଲ୍ଡିଂ ରୁଲ୍‌କୁ ସରଳୀକରଣ କରାଯାଇଛି ।  ଏହା ଦ୍ୱାରା ରିଅଲ ଇଷ୍ଟେଟରେ ଅଧିକ ଇନଭେଷ୍ଟମେଣ୍ଟ ହୋଇପାରିବ ଓ ଜିଡିପି ବଢ଼ିବ ବୋଲି କହିଛନ୍ତି ଜେନା । ସହରାଞ୍ଚଳରେ ଲୋକେ ଘର ପାଉ ନ ଥିବା ସମସ୍ୟା ଦୂର ହେବ। ଏହି ନୂଆ ନିୟମରେ ଅଗ୍ନି ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସାଧାରଣ ଲୋକ ଘର କରିବାକୁ କିପରି ହଇରାଣ ହେବେନି ସେ ନେଇ ମଧ୍ୟ  ଧ୍ୟାନ ଦିଆଯାଇଛି ।

ଜେଡ ଇଷ୍ଟେଟର ଏମ.ଡି. ତପନ ମହାନ୍ତି


ଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍‌ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

‘‘ସରକାରଙ୍କ ଏ ନିୟମ ଲୋକଙ୍କୁ ବହୁତ ସାହାଯ୍ୟ କରିବ। ବିଲ୍ଡର ହୁଅନ୍ତୁ କି ଘର ମାଲିକ, ଏହା ଦ୍ୱାରା ବେଶୀ ଖର୍ଚାନ୍ତ ହେବେନି । ରାଜଧାନୀ ଭୁବନେଶ୍ୱରରେ ଯେମିତି ଭାବେ ଘର ପାଇଁ ଜମିର ଦାମ୍‌ ହୁ ହୁ ହୋଇ ବଢ଼ୁଥିଲା ସେଥିରେ ରୋକ ଲାଗିବ। ଏହା ଆଗାମୀ ସମୟ ପାଇଁ ବହୁତ ଭଲ,’’ କହିଛନ୍ତି ଜେଡ ଇଷ୍ଟେଟର ଏମଡି ତପନ ମହାନ୍ତି ।



ରାଜଧାନୀରେ ଏବେ ଘରଟିଏ କରିବା ପାଇଁ ଲୋକଙ୍କୁ ବିଭିନ୍ନ ଅଫିସକୁ ଯେମିତି ଦଉଡ଼ିବାକୁ ଓ ହଇରାଣ ହେବାକୁ ହୁଏ ତାହା ନ କହିଲେ ଭଲ। ଏଭଳି ସ୍ଥିତିରେ ଜଣେ ଯଦି ଚାରି ମହଲା ହେଉ କି ଆଠ ମହଲା ପାଇଁ ଯୋଜନା କରୁଛନ୍ତି, ସେମାନଙ୍କ ପାଇଁ ନିୟମ କୋହଳ ହୋଇଥିବାରୁ ରାଜଧାନୀବାସୀ ଏହାକୁ ସ୍ୱାଗତ କରିଛନ୍ତି । ଦିନକୁ ଦିନ ବଦଳୁଛି ନିୟମ। ସରକାରୀ ବିଧି ବ୍ୟବସ୍ଥାରେ ଲୋକଙ୍କ ହିତକୁ ଗୁରୁତ୍ୱ ଦିଆଯାଇଛି। ହେଲେ ତା’ ଭିତରେ ବି ଲୋକ ଘାଣ୍ଟି ହେଉଛନ୍ତି । ଏ ଯେଉଁ ନୂଆ ବ୍ୟବସ୍ଥା ଆସିଲା ତାହା ଲୋକଙ୍କ ପାଇଁ କେତେ ସହାୟକ ହେବ ତାହା ଦେଖିବାର କଥା ।
Published by: Anand Shankar Thankur Das
First published: August 14, 2020, 10:06 PM IST
corona virus btn
corona virus btn
Loading