ରାଜ୍ୟରେ IPS ସ୍ତରରେ ହେବ ବଡ଼ ପରିବର୍ତ୍ତନ; ଭୁବନେଶ୍ଵରର ପରବର୍ତ୍ତୀ DCP ପଦ ଉପରେ ସଭିଙ୍କ ନଜର

ଏସ୍.ପି. ସ୍ତରରେ ବି ଅଦଳବଦଳ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର l କୌଣସି ଜିଲ୍ଲାରେ ଦୁଇ ବର୍ଷରୁ ଅଧିକ ସମୟ ରହିଥିବା କିଛି ଏସ୍.ପି. ଓ ନକ୍ସଲ ପ୍ରଭାବିତ ଜିଲ୍ଲାର କିଛି ଏସ୍.ପି. ଅନ୍ୟ ଜିଲ୍ଲାକୁ ବଦଳି ହେବେ ବୋଲି ଜଣାପଡ଼ିଛି l

ରାଜ୍ୟରେ IPS ସ୍ତରରେ ହେବ ବଡ଼ ପରିବର୍ତ୍ତନ; ଭୁବନେଶ୍ଵରର ପରବର୍ତ୍ତୀ DCP ପଦ ଉପରେ ସଭିଙ୍କ ନଜର
କେନ୍ଦ୍ରୀୟ ଡେପୁଟେସନ ସାରି ଓଡ଼ିଶା ଫେରୁଛନ୍ତି ଚାରି ଜଣ ବରିଷ୍ଠ ଆଇପିଏସ ଅଫିସର l
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିବାଦୀୟ ହୋଇ ମହାନିର୍ଦ୍ଦେଶକ ପଦରୁ ବରିଷ୍ଠ IPS ଅଧିକାରୀ ବିଜୟ ଶର୍ମା ବିଦା ହେବା ପର ଠାରୁ ଖାଲି ପଡିଛି ଅଗ୍ନିଶମ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଭଳି ତିନୋଟି ଗୁରୁତ୍ଵପୂର୍ଣ୍ଣ ବିଭାଗର ମୁଖିଆ ପଦ l ସରକାର ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ସତ୍ୟଜିତ ମହାନ୍ତିଙ୍କୁ ଦେଇଛନ୍ତି ଏସବୁର ଅତିରିକ୍ତ ଦାୟିତ୍ଵ l ତେଣୁ ଅଗ୍ନିଶମ ବିଭାଗ ପାଇଁ ଜଣେ ଡିଜି ପାହ୍ୟାର ଅଫିସରଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ଵ ଦେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି ।

ଚାରି ମାସ ହେଲା ଖାଲି ପଡିଛି କ୍ରାଇମ୍‌ ବ୍ରାଞ୍ଚ ଏଡିଜି ଭଳି ଗୁରୁତ୍ଵପୂର୍ଣ୍ଣ ପଦ l ଅତିରିକ୍ତ ଦାୟିତ୍ଵରେ ଅଛନ୍ତି ଆଇନ ଶୃଙ୍ଖଳା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ I କୋଭିଡ଼ ପାଇଁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୌମେନ୍ଦ୍ର ପ୍ରିୟଦର୍ଶୀ ବ୍ୟସ୍ତ ରହୁଥିବାରୁ କ୍ରାଇମ ବ୍ରାଞ୍ଚ ପାଇଁ ଜଣେ ଏଡିଜି ପାହ୍ୟାର ଅଭିଜ୍ଞ ଅଫିସରଙ୍କୁ ଦାୟିତ୍ଵ ଦେବାକୁ ଯାଉଛନ୍ତି ସରକାର l

ଇଣ୍ଟରଷ୍ଟେଟ ଡେପୁଟେସନରେ ଉତ୍ତର ପ୍ରଦେଶ  ଯାଉଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ l ତେଣୁ ତାଙ୍କ ପରେ ଦକ୍ଷତା ଓ ବିଶ୍ୱସନୀୟତା ଆଧାରରେ କେନ୍ଦ୍ରାଞ୍ଚଳ ପାଇଁ ଆଉ ଜଣେ IPS ଅଫିସରଙ୍କୁ  ନୂଆ ନିଯୁକ୍ତି ଦେବେ ସରକାର l ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ନଦର୍ଣ୍ଣ ରେଞ୍ଜ ସମ୍ବଲପୁର ଚାର୍ଜରେ ଏବେ ଅଛନ୍ତି ଜୟନାରାୟଣ ପଙ୍କଜ l ସେ STF ଦାୟିତ୍ୱରେ ଥିବାରୁ ଏହି ରେଞ୍ଜ ପାଇଁ ଯଥେଷ୍ଟ ସମୟ ଦେବା ସମ୍ଭବ ହେଉନି l

ଏସ୍‌.ପି. ସ୍ତରରେ ମଧ୍ଯ ବି ଅଦଳବଦଳ କରିବାକୁ ଯୋଜନା କରୁଛନ୍ତି ସରକାର l ଜିଲ୍ଲାରେ ଦୁଇ ବର୍ଷରୁ ଅଧିକ ରହିଥିବା କିଛି ଏସ୍‌.ପି. ଓ ନକ୍ସଲ ପ୍ରଭାବିତ ଜିଲ୍ଲାର କିଛି ଏସ୍‌.ପି. ଅନ୍ୟ ଜିଲ୍ଲାକୁ ବଦଳି ହେବେ ବୋଲି ଜଣାପଡ଼ିଛି l

ପ୍ରାୟ ପାଞ୍ଚ ବର୍ଷ ପରେ କେନ୍ଦ୍ରୀୟ ଡେପୁଟେସନ ସାରି ଓଡ଼ିଶା ଫେରୁଛନ୍ତି ଚାରି ଜଣ ବରିଷ୍ଠ ଆଇପିଏସ ଅଫିସର l ସେମାନଙ୍କ ମଧ୍ୟରେ ଅଛନ୍ତି ୧୯୮୮ ବ୍ୟାଚର ଏମ. ଅକ୍ଷୟ l ସେ କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ ବିଭାଗର ଚିଫ ଭିଜିଲାନ୍ସ ଅଫିସର ଥିଲେ l  କେନ୍ଦ୍ରୀୟ ଡେପୁଟେସନ ସରିବା ପରେ ଅକ୍ଷୟ ଏବେ ଓଡ଼ିଶାରେ ଅଛନ୍ତି l ତାଙ୍କ ଭଳି ଅଭିଜ୍ଞ ଅଫିସରଙ୍କୁ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇ ପାରନ୍ତି  l

ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଅମୃତ ମୋହନ ପ୍ରସାଦ, ଏସପିଜି ଆଇଜି ଯଶବନ୍ତ କୁମାର ଯେଠୱl ଓ ସିଆଇଏସଏଫ ଏଡିଜି ଋତୁ ଆରୋଡ଼ା ବି ଡେପୁଟେସନ ସାରି ଓଡିଶା ଫେରୁଛନ୍ତି l ଏହି ଚାରି ଜଣ ଅଫିସରଙ୍କ ଅଭିଜ୍ଞତା ଅଧାରରେ ରାଜ୍ୟ ସରକାର କାହାକୁ କେଉଁଠି ନୂଆ ନିଯୁକ୍ତି ଦେବେ ତାକୁ ନେଇ ଚାଲିଛି ଅଙ୍କ କଷା   l

ଭୁବନେଶ୍ଵରର ପରବର୍ତ୍ତୀ ଡିସିପି କିଏ ହେବେ ତାକୁ ନେଇ ବି ଚର୍ଚ୍ଚl ଜୋର୍‌ ଧରିଛି l ବର୍ତ୍ତମାନର ଡିସିପି ଅନୁପ ସାହୁଙ୍କ ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ପରେ ଏହି ପଦ ପାଇଁ ସରକାର ଜଣେ ଉପଯୁକ୍ତ ଅଧିକାରୀଙ୍କ ତଲାଶରେ ଅଛନ୍ତି । ଭୁବନେଶ୍ୱର ଡିସିପି ପଦ ପାଇଁ ଦୌଡ଼ରେ ଅଛନ୍ତି ତିନି ଜଣ ଓଡ଼ିଆ ଆଇପିଏସ ଅଧିକାରୀ – ପୁରୀ ଏସପି  ଉମାଶଙ୍କର ଦାଶ, କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର l

ଏହା ବି ପଢ଼ନ୍ତୁ: ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ହେଲେ; ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି

ଏମାନଙ୍କୁ ବାଦ୍‌ ଦେଲେ ଯୁବ ଆଇପିଏସ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଜର ଦକ୍ଷତା ଦେଖାଇ ସରକାରଙ୍କ ମନ ଜିଣିଥିବା ଦୁଇ ଆଇପିଏସ ଅଫିସର୍‌ ଜଗମୋହନ ମୀଣା ଓ କନ୍ଧମାଳ ଏସପି ପ୍ରତିକ ସିଂଙ୍କ ନାଁ ବି ଭୁବନେଶ୍ୱରର ପରବର୍ତ୍ତୀ ଡିସିପି ପଦ ପାଇଁ ସରକାରଙ୍କ ବିଚାରାଧୀନ ଥିବା ଜଣାପଡ଼ିଛି ।
Published by: Anand Shankar Thankur Das
First published: July 12, 2020, 7:03 PM IST
corona virus btn
corona virus btn
Loading