JEE Main ଭଳି NEET ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ରାଜ୍ୟରେ ୩୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ NEET ପରୀକ୍ଷା ଦେବେ । କେବଳ ଭୁବନେଶ୍ୱରର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧୫,୦୦୦ରୁ ଅଧିକ ପରୀକ୍ଷାର୍ଥୀ ।

JEE Main ଭଳି NEET ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 10, 2020, 8:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା କାଳରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନୀଟ୍‌ (NEET) ପାଇଁ ଭୁବନେଶ୍ବର ମହାନଗର ନିଗମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜେଇଇ ମେନ ଭଳି ନିଟ ପରୀକ୍ଷା ପାଇଁ ମଧ୍ୟ ରାଜ୍ୟ ସରକାର ସମସ୍ତ ସାହାଯ୍ୟ କରିବେ। ଏଥି ପାଇଁ ରାଜ୍ୟ ସରକାର ଓ ବିଏମସି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ରାଜ୍ୟରେ ୩୭ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ NEET ପରୀକ୍ଷା ଦେବେ । କେବଳ ଭୁବନେଶ୍ୱରର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ। ତେବେ ବିଭିନ୍ନ ଜିଲ୍ଲାରୁ ପରୀକ୍ଷା ଦେବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଚାହିଁଲେ ସରକାରୀ ସହାୟତାରେ ଆସିପାରିବେ। ଏଥି ପାଇଁ ବର୍ତ୍ତମାନ ସୁଦ୍ଧା ୧,୩୦୦ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ତାଙ୍କର ରହିବା ପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ରହିବା ଓ ଖାଇବା ସହ ହଷ୍ଟେଲରୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ସ୍ୱତନ୍ତ୍ର ବସର ଆୟୋଜନ ହୋଇଛି।

‘‘ଜେଇଇ ମେନ ଭଳି ଛାତ୍ରଛାତ୍ରୀ NEET ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟ ନେଇପାରିବେ। ରବିବାର ପରୀକ୍ଷା ଥିବାରୁ ଶନିବାର ଠାରୁ ଛାତ୍ରଛାତ୍ରୀଙ୍କ ଆସିବା ଆରମ୍ଭ ହେବ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏନ୍.ଟି.ଏ.ର ପ୍ରେସ୍ ରିଲିଜ୍


ପରୀକ୍ଷା କେନ୍ଦ୍ର ବାହାରେ ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହେବେ। ବିଏମସି ପକ୍ଷରୁ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯିବ। ଛାତ୍ରଛାତ୍ରୀ କିଭଳି କୋଭିଡ ନିୟମ ଭିତରେ ପରୀକ୍ଷା ଦେବେ ସେଥି ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ଏପରିକି ରହଣି ସ୍ଥଳରେ ସାନିଟାଇଜେସନ କରିବା ଓ ହ୍ୟାଣ୍ଡ ୱାଶ୍ ଯୋଗାଇବା ସହ ମେଡିକାଲ ଟିମ ମଧ୍ୟ ମୁତୟନ ହେବ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

‘‘ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାରେ ଅସୁବିଧା ଅନୁଭବ କରୁଛନ୍ତି ସେମାନେ ବିଭିନ୍ନ ଜିଲ୍ଲାରେ ହୋଇଥିବା ନୋଡାଲ ସେଣ୍ଟରକୁ ଯାଇ ପଞ୍ଜିକରଣ କରନ୍ତୁ । ସେମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ନିଜ ଘରଠୁ ଆଣିବା ସହ ରହିବା ଖାଇବା ଓ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଦାୟିତ୍ବ ଆମର,’’ କହିଛନ୍ତି ଭୁବନେଶ୍ୱର ନୋଡାଲ ସେଣ୍ଟର ଅଧିକାରୀ ପଲ୍ଲୀ ପଟନାୟକ ।



ଆସନ୍ତା ୧୩ ତାରିଖ ରବିବାର ଅନୁଷ୍ଠିତ ହେବ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ। ସାରା ଦେଶରେ ୧୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ରାଜ୍ୟରୁ ପରୀକ୍ଷା ଦେବେ ୩୭,୪୫୯ ଜଣ ଛାତ୍ରଛାତ୍ରୀ । ଏଥି ପାଇଁ ସାରା ରାଜ୍ୟରେ ମୋଟ ୮୩ଟି କେନ୍ଦ୍ର କରାଯାଇଛି। କରୋନା ଯୋଗୁଁ ସବୁ କଟକଣା ସହ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହି ପରୀକ୍ଷା ଦେବେ ସେଥି ପାଇଁ ସମସ୍ତ ବ୍ୟବସ୍ଥା କରିଛି ଏନ.ଟି.ଏ.।
Published by: Anand Shankar Thankur Das
First published: September 10, 2020, 8:13 PM IST
corona virus btn
corona virus btn
Loading