ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କଲେ ଓଡ଼ିଶା ସରକାର

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆନ୍ଧ୍ର ପ୍ରଦେଶର ରାୟଥୁ ସ୍ବାଧୀକାର ସଂସ୍ଥା, (ଆର.ୱାଇ.ଏସ୍.ଏସ୍.) ଓ ଓଡ଼ିଶା ସରକାରଙ୍କ ସମ୍ପୃକ୍ତ ବିଭାଗମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି।

ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କଲେ ଓଡ଼ିଶା ସରକାର

ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କଲେ ଓଡ଼ିଶା ସରକାର

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ। ୫ଟି ଆଦିବାସୀ ଅଧୁଷିତ ଜିଲ୍ଲାର ୧୩,୫୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବେ। ବିପର୍ଯ୍ୟୟ ନିରୋଧ ଓ ପରିବେଶ ଅନୁକୂଳ କୃଷି ଦିଗରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ଓଡ଼ିଶା ସରକାର ରାସାୟନିକ ପଦାର୍ଥ ରହିତ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆନ୍ଧ୍ର ପ୍ରଦେଶର ରାୟଥୁ ସ୍ବାଧୀକାର ସଂସ୍ଥା, (ଆର.ୱାଇ.ଏସ୍.ଏସ୍.) ଓ ଓଡ଼ିଶା ସରକାରଙ୍କ ସମ୍ପୃକ୍ତ ବିଭାଗମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି।

ନିରାପଦ ଓ ପୃଷ୍ଟି ସମ୍ପନ୍ନ କୃଷି ପଦାର୍ଥ ଉତ୍ପାଦନ ଉପରେ ଗୁରୁତ୍ବ ଆରୋପକରି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ ଆଧୁନିକ ପ୍ରଣାଳୀରେ ପ୍ରାକୃତିକ ଚାଷ ଉଭୟ ବର୍ତ୍ତମାନ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଏହି ପଦ୍ଧତିରେ କୃଷିକୁ ନିରନ୍ତର ଓ ବିପର୍ଯ୍ୟୟ ନିରୋଧ କରାଯାଇପାରିବ। ପ୍ରାକୃତିକ ଚାଷ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ନିମନ୍ତେ ସମ୍ପୃକ୍ତ ବିଭାଗମାନେ କ୍ଷେତ୍ରସ୍ତରରେ ପୂର୍ଣ୍ଣ ସମନ୍ବୟ ଓ ଏକାଭିମୂଖଭାବେ ଲଗାତର ପ୍ରଚେଷ୍ଟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟଶାସନ ସଚିବ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ,"ପ୍ରାକୃତିକ ଚାଷ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଚଳିତ କୃଷି ଉତ୍ପାଦନ ସ୍ଥିତିକୁ ରୂପାନ୍ତରିତ କରିବ। କ୍ରମବର୍ଦ୍ଧିଷ୍ଣୁ ସ୍ବାସ୍ଥ୍ୟ ସଚେତନତା ଯୋଗୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଖାଦ୍ୟ ଦ୍ରବ୍ୟର ଚାହିଦା ବଢୁଥିବାରୁ ଏହି ଚାଷ ମଧ୍ୟ କୃଷିରୁ ଆୟ ବୃଦ୍ଧି କରିବ।

ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା କହିଥିଲେ,"ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା ଓ କୋରାପୁଟ ଆଦି ୫ଟି ଜିଲ୍ଲାର ଆଦିବାସୀ ଅଧ୍ୟଷିତ ଅଞ୍ଚଳରେ ଆରମ୍ଭ କରାଯିବ। ସମୁଦାୟ କାର୍ଯ୍ୟକ୍ରମକୁ ୧୩,୫୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ପ୍ରାୟ ୩.୧୫ ହେକ୍ଟର ଚାଷ ଜମିରେ ପ୍ରାକୃତିକ ପ୍ରଣାଳୀ ଚାଷ ହେବ।।ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟର ମୋଡରେ କରାଯିବ। ପ୍ରାୟ ୫୦ଟି ଲେଖାଏଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଗୋଟିଏ ଗୋଟିଏ କ୍ଲଷ୍ଟର ଗଠନ କରାଯିବ। ୨୦୨୨-୨୩ ଆର୍ଥିକ ବର୍ଷରୁ କାର୍ଯ୍ୟକ୍ରମର ବାସ୍ତବ କ୍ଷେତ୍ରାନ୍ଵୟନ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ପ୍ରାକୃତିକ ଚାଷ କାର୍ଯ୍ୟକ୍ରମରେ ପ୍ରାୟ ୩୧୧.୯୩ କୋଟି ଟଙ୍କା ବିନିଯୋଗ କରାଯିବ। ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟାନ୍ କହିଥିଲେ ଯେ ଆଦିବାସୀ ଅଧ୍ୟଷିତ ଅଞ୍ଚଳରେ ମହିଳାମାନେ କୃଷି କାର୍ଯ୍ୟ ସହ ପୂର୍ଣ୍ଣ ସମ୍ପୃକ୍ତ। ଏହି ପ୍ରାକୃତିକ ଚାଷ କାର୍ଯ୍ୟକ୍ରମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ ବେଶ ଆଦୃତ ହେବ। ନିଜ ପରିବାର ତଥା ସମାଜ ପାଇଁ ନିରାପଦ ଖାଦ୍ୟ ଉତ୍ପାଦନ କାର୍ଯ୍ୟରେ ମହିଳାମାନେ ଆଗ୍ରହରେ ସାମିଲ ହେବେ।’’

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ନିର୍ଦ୍ଦେଶକ ଗୁହା ପୁନମ୍ ଟି.କୁମାର କହିଥିଲେ ଯେ ଏହି କାର୍ଯ୍ୟକ୍ରମ ବାବଦରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ତାଲିମ ଦିଆଯିବ। ସେମାନେ 'ରିସୋର୍ସ ପର୍ସନ' ଭାବେ କାର୍ଯ୍ୟକରିବେ। ଏହି ଗୋଷ୍ଠୀମାନଙ୍କୁ ଶସ୍ୟ ବିବିଧତା, ପ୍ରାଥମିକ ପର୍ଯ୍ୟାୟ ଜୈବ-ସାର ପ୍ରସ୍ତୁତି, କୃଷି ପଦ୍ଧତି, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ ଭିତ୍ତିଭୂମି ତିଆରି ଆଦି ପାଇଁ ସହାୟତା ଦିଆଯିବ। ଏହା ଛଡ଼ା ‘ପୋଷଣ ବଗିଚା' ପ୍ରସ୍ତୁତ ନିମନ୍ତେ ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସହଯୋଗ ଯୋଗାଇଦିଆଯିବ।
Published by:Lipina Das
First published: