ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ସମ୍ପର୍କିତ କର୍ମଶାଳା 

ଓଡ଼ିଶା ସରକାରଙ୍କ ପକ୍ଷରୁ ଜଳାଶୟ ଗୁଡ଼ିକର ଦୀର୍ଘସ୍ଥାୟୀ ପ୍ରାକୃତିକ ପୁନଃ ନିର୍ମାଣ ନିମନ୍ତେ ଉଦ୍ୟମ ତ୍ଵରାନ୍ଵିତ କରାଯାଇଛି ।

ଜଳାଶୟ ପୁନରୁଦ୍ଧାର ଓ ନବୀକରଣ

ଜଳାଶୟ ପୁନରୁଦ୍ଧାର ଓ ନବୀକରଣ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ଭୁବନେଶ୍ୱର: ପାରିପାର୍ଶ୍ଵରେ ଅବସ୍ଥିତ ଜଳାଶୟ ଗୁଡିକ ଆମ ଜୈବ ପରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂପୃଷ୍ଠ ଜଳ ଉତ୍ସ ରୂପେ ଭୂମିକା ତୁଲାଇଥାନ୍ତି କିନ୍ତୁ ଏସବୁର ଦୀର୍ଘସ୍ଥାୟୀ ରକ୍ଷଣାବେକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଅସ୍ଥାୟୀ କୃତ୍ରିମ ପଦକ୍ଷେପ ଦ୍ୱାରା ସମ୍ଭବପର ନୁହେଁ। ତେଣୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏସବୁର ଦୀର୍ଘସ୍ଥାୟୀ ପ୍ରାକୃତିକ ପୁନଃ ନିର୍ମାଣ ନିମନ୍ତେ ଉଦ୍ୟମ ତ୍ଵରାନ୍ଵିତ କରାଯାଇଛି । ଏଥି ନିମନ୍ତେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଭୁବନେଶ୍ଵର ମହାନଗର ନିଗମର ମେୟର୍, କମିଶନର୍, କର୍ପୋରେଟର୍ ତଥା ବିଭାଗୀୟ ଯନ୍ତ୍ରୀ ମାନଙ୍କର ବେଙ୍ଗାଲୁରୁକୁ ଏକ ଶିକ୍ଷା ମୂଳକ ପରିଭ୍ରମଣ ଆୟୋଜନ କରାଯାଇଥିଲା।

ଏହି ପଦକ୍ଷେପ ଫଳରେ ଉତ୍ସ ସ୍ତରରୁ ହିଁ ଜଳାଶୟର ପ୍ରଦୂଷଣ ନିୟନ୍ତ୍ରଣ, ବୃଷ୍ଟିଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି, ଜଳ ଆହରଣ କ୍ଷେତ୍ରରେ ଉନ୍ନତି, ତଥା ଜଳାଭାବ ଓ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ସୁନିଶ୍ଚିତ କରାଯାଇପାରିବ। ଏହି ପଦକ୍ଷେପର ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମର ୱାର୍ଡ଼ ନଂ ୩୬ ଅନ୍ତର୍ଗତ ନିକୋ ପାର୍କ ସଂଲଗ୍ନ ହ୍ରଦ ତଥା ଡ୍ରେନ୍ ନଂ ୧୦ର ପୁନରୁଦ୍ଧାର ତଥା ନବୀକରଣ ପାଇଁ ୧ କୋଟି ୮୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ‘ମୁକ୍ତା’ ଜରିଆରେ ଏହି କାର୍ଯ୍ୟକ୍ରମ ୱାର୍ଡ଼ ନଂ ୨୮,୩୫ ଓ ୩୬ ଅନ୍ତର୍ଗତ ୧୬ଟି ମିଶନ୍ ଶକ୍ତି ଗୋଷ୍ଠୀ ଦ୍ୱାରା ହାତକୁ ନିଆଯିବ।

ସହରାଞ୍ଚଳ ସୁଶାସନ ବ୍ୟବସ୍ଥାରେ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଶ୍ୱସନୀୟ ପୃଷ୍ଠଭୂମି ବିକଶିତ କରାଯାଇଛି ଯାହା ଫଳରେ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ସଫଳ ରୂପାୟନରେ ଗୋଷ୍ଠୀ ସମୂହର ସକ୍ରିୟ ସହଯୋଗ ମିଳିପାରିବ ଜଳାଶୟ ମାନଙ୍କର ଦୀର୍ଘସ୍ଥାୟୀ ପରିଚାଳନା ପରିକଳ୍ପେ ନିଆଯାଉଥିବା ଏହି ପଦକ୍ଷେପରେ ଗୋଷ୍ଠୀ ସହଭାଗିତା ଓ ସ୍ଵ-ସମର୍ଥିତ ବ୍ୟବସ୍ଥା ବିକାଶ ଉପରେ ଧ୍ୟାନକେନ୍ଦ୍ରିତ ହେବ । ଏହି ଉଦ୍ଦେଶ୍ୟରେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ସଭାଗୃହରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା ଯେଉଁଥିରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାତିଭାତନନ୍, ଖୁବ୍ ଶୀଘ୍ର ଏହି ପଦକ୍ଷେପ ରାଜ୍ୟର ଅନ୍ୟାନ୍ୟ ମହାନଗର ଓ ସହର ମାନଙ୍କୁ ସଂପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ ।

ଭୁବନେଶ୍ଵର ମହାନଗର ନିଗମର ମେୟର୍ ଶ୍ରୀମତୀ ସୁଲୋଚନା ଦାସ ଏହି ଅବସରରେ କହିଥିଲେ ଯେ ସାମ୍ପ୍ରତିକ ଉନ୍ନୟନ ମୂଳକ ଯୋଜନାର ରୂପାୟନରେ ମିଶନ୍ ଶକ୍ତି ଗୋଷ୍ଠୀ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ତେଣୁ ଏହି ଗୋଷ୍ଠୀଙ୍କୁ ବି.ଏମ୍.ସି ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ବି.ଏମ୍.ସି କମିଶନର୍ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଏହି ଅଭିନବ ପ୍ରକଳ୍ପ ନିର୍ମାଣ ଦ୍ୱାରା ଭୁବନେଶ୍ଵର ମହାନଗର ନିଗମ ଅନ୍ୟାନ୍ୟ ପୌର ସଂସ୍ଥା ମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ ।
Published by:Soumyashree Mishra
First published: