ହିଣ୍ଡାଲକୋର ନୂଆ ୮,୦୦୦ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପକୁ ଅନୁମତି ଦେଲେ ସରକାର; ରାୟଗଡ଼ାରେ ଖୋଲିବ

ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ହିଣ୍ଡାଲକୋର ଏହି ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ୪,୨୫୦ଜଣ ନିଯୁକ୍ତି ପାଇବେ ।

ହିଣ୍ଡାଲକୋର ନୂଆ ୮,୦୦୦ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପକୁ ଅନୁମତି ଦେଲେ ସରକାର; ରାୟଗଡ଼ାରେ ଖୋଲିବ
ରାୟଗଡ଼ାରେ ଥିବା ହିଣ୍ଡାଲକୋର ଉତ୍କଳ ଆଲୁମିନିୟକ ରିଫାଇନାରୀ
  • News18 Odia
  • Last Updated: January 12, 2020, 5:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶାକୁ ଏକ ଶିଳ୍ପସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ମେକ୍ ଇନ୍ ଓଡ଼ିଶା ନାରା ଦେଇଥିଲେ ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ନିବେଶ ବଢ଼ିଥିବାବେଳେ ଏବେ ପୁଣି ରାଜ୍ୟ ସରକାର ଏବ ନିବେଶକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ହିଣ୍ଡାଲକୋର ନୂଆ ଆଲୁମିନିୟମ ପ୍ରଜେକ୍ଟକୁ ଅନୁମତି ଦେଇଛନ୍ତି । ଏହି ନୂଆ ଆଲୁମିନିୟମ ପ୍ରଜେକ୍ଟ ଲାଗି ହିଣ୍ଡାଲକୋ ୮୦୦୦କୋଟି ଟଙ୍କା ବିନିଯୋଗ କରିବ ।

ହିଣ୍ଡାଲ୍‌କୋର ଏହି ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ୪,୨୫୦ଜଣ ନିଯୁକ୍ତି ପାଇବେ ବୋଲି ବିଜିନେସ୍‌ ଷ୍ଟାଣ୍ଡାର୍ଡ଼ ସମ୍ବାଦପତ୍ରରେ ପ୍ରକାଶିତ ଏକ ଖବରରେ କୁହାଯାଇଛି ।

ଏହି ଆଲୁମିନିୟମ ରିଫାଇନାରୀ ଯୋଜନା କୋଡିଂମାଲୀ ବକ୍ସସାଇଟ ଲିଜ୍ ଯୋଗୁଁ ହୋଇଛି, ତେବେ ଏହା ବର୍ତ୍ତମାନ ଓଡ଼ିଶା ମାଇନିଂ କର୍ପୋରେସନ ପାଖରେ ରହିଛି । ଏହି ରିଫାଇନାରୀ ଲାଗି ହିଣ୍ଡାଲକୋ ପାଖରେ ବର୍ତ୍ତମାନ ୧୫୦୦ ଏକର ଜମି ଥିବାବେଳେ ଆବଶ୍ୟକ ୬୦୦ ଏକର ଜମି ରାଜ୍ୟସରକାର ଯୋଗାଇଦେବେ । ଉତ୍କଳ ଆଲୁମିନିୟମ୍ ରିଫାଇନାରି ପରେ ରାଜ୍ୟରେ ଏହା ହିଣ୍ଡାଲକୋର ଦ୍ବିତୀୟ ପ୍ରଜେକ୍ଟ ହେବ । ପୂର୍ବ ପ୍ରଜେକ୍ଟ ଟି ରାୟଗଡ଼ା ଜିଲ୍ଲାରେ ରହିଥିବାବେଳେ ନୂତନ ପ୍ରଜେକ୍ଟ ଟି ସେହିଠାରେ ହିଁ  ହେବ । ଉତ୍କଳ ରିଫାଇନାରୀ ଲାଗି ବର୍ତ୍ତମାନ କମ୍ପାନୀ ବଫାଲୀମାଲୀ ବକ୍ସସାଇଟ ଖଣି ଉପରେ ନିର୍ଭର କରୁଛି । ତେବେ ଏଠାରେ ପର୍ଯ୍ୟାପ୍ତ ବକ୍ସାଇଟ ଗଚ୍ଛିତ ଥିବାରୁ ଏହା ସାହାଯ୍ୟରେ କମ୍ପାନୀ ୨୫ ଲାଗି ରିଫାଇନାରୀର ଆବଶ୍ୟକତା ପୂରଣ କରିପାରିବ । ଏହି ଖଣିରେ ପ୍ରତିକ୍ରିୟାଶୀଳ ସିଲିକାର ମାତ୍ରା ବହୁତ କମ୍ ରହିଛି ।

ସେହିପରି ଉତ୍କଳ ଆଲୁମିନିୟମ ରିଫାଇନାରୀର କ୍ଷମତା ୩ ଏମଟିପିଏ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି କମ୍ପାନୀ ୫୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି କହିଛି । ହିଣ୍ଡାଲକୋ ସହିତ ଏଚଏଲସିଏ ଏନଟିପିସିରେ ନିଜର କୋଇଲା ଅଧାରିତ ଥର୍ମାଲ ପାଓ୍ବାର ଷ୍ଟେଶନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନର ବିସ୍ତାର କାର୍ଯ୍ୟ ଚାଲୁଥିବାବେଳେ ୬୬୦ ମେଗାଓ୍ବାଟର ଦୁଇଟି ସୁପରକ୍ରିଟିକାଲ ୟୁନିଟ ଯାହା ପାଇଁ ୭,୬୯୮.୪୬ କୋଟିର ନିବେଶ ହେବାକୁ ସ୍ଥିର ହୋଇଛି । ଏନଟିପିସି ଏବଂ ଟିଟିପିଏସରେ ବର୍ତ୍ତମାନ ରେଟେଡ କ୍ଷମତା ୪୬୦ ମେଗାଓ୍ବାଟ ରହିଛି । ଟିଟିପିଏସ ଛଡ଼ା ଏନଟିପିସି କଣିହାଠାରେ ୩୦୦୦ ମେଗାଓ୍ବାଟର ସୁପର ଥର୍ମାଳ ପାଓ୍ବାର ଷ୍ଟେଶନକୁ ମଧ୍ୟ ସଞ୍ଚାଳନ କରୁଛି । ଏହା ସହ ସୁନ୍ଦରଗଡ଼ ଜିଲାର ଦରିପଲ୍ଲି ଠାରେ ଏହି ମହାରତ୍ନ ୟୁନିଟ ୧୬୦୦ମେଗାଓ୍ବାଟର ଏକ ପାଓ୍ବାରପ୍ଲାଣ୍ଟ କାର୍ଯ୍ୟ ମଧ୍ୟ ଜାରି ରଖିଛି ।

ଏହା ଛଡ଼ା ଏଲସିଏ ରୁଙ୍ଗଟା ମାଇନ୍ସର ୩,୧୩୫ କୋଟିର ନିବେଶ ଉପରେ ୦.୯ ଏମପିଟିଏ ରୁ ୦.୨୭ ଏମପିଟିଏ ପର୍ଯ୍ୟନ୍ତ ଷ୍ଟିଲ ପ୍ଲାଣ୍ଟକୁ ତିନିଗୁଣା ବଢ଼ାଇବା ଲାଗି ଯୋଜନା କରିଛି । ଏହି ଯୋଜନା ଦ୍ବାରା ୨,୨୮୯ଜଣ ଲୋକଙ୍କୁ ନିଯୁକ୍ତି ମିଳିବ ।

ଏହା ଛଡ଼ା ଉଚ୍ଚସ୍ତରୀୟ କମିଟି ୧୭,୮୩୩ କୋଟି ଟଙ୍କାର ନିବେଶ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ଫଳରେ ରାଜ୍ୟରେ ୬, ୫୩୯ ନୂତନ ନିଯୁକ୍ତି ବଢ଼ିବା ନେଇ ଜଣାପଡ଼ିଛି ।
Published by: Durgamadhab Rath
First published: January 12, 2020, 3:05 PM IST
corona virus btn
corona virus btn
Loading