News18 Odia Digital
ଭୁବନେଶ୍ବର: ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ଓଡ଼ିଶାକୁ (Odisha) ମିଳିଛି ପୁରସ୍କାର। ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି OSDMAକୁ ପୁରସ୍କାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)।
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାକୁ ୨୦୨୩ ପାଇଁ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ମିଳିଛି। ବିପର୍ଯ୍ୟୟ ପ୍ରଶମନ ଏବଂ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ (Pramila Mallik) ଏହି ପୁରସ୍କାର (Disaster Management Award) ଗ୍ରହଣ କରିଛନ୍ତି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ତଥା OSDMAର ଚେୟାରମ୍ୟାନ ପ୍ରଦୀପ ଜେନା ଏବଂ OSDMAର ମ୍ୟାନେଜିଂ ଡାଇରେକ୍ଟର ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।
ସୁନାମୀ, ବାତ୍ୟା ଭଳି ସମୟରେ ଲୋକଙ୍କ ଜୀବନ ରକ୍ଷା ସହ ବିପର୍ୟ୍ୟୟ ମୁକାବିଲା କ୍ଷେତ୍ରରେ ସଫଳତା ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। ୫୧ ଲକ୍ଷ ଟଙ୍କାର ଚେକ୍ ସହ ମାନପତ୍ର ପ୍ରଦାନ କରାଯାଇଛି।
ପଢ଼ନ୍ତୁ ଏହି ଖବର: ଧିରେ ଧିରେ ବଢ଼ିଲାଣି ଖରା ତାତି; ଆୟତ୍ତରେ ନାହିଁ ଜଙ୍ଗଲ ନିଆଁସେହିପରି ଜଙ୍ଗଲରେ ନିଆଁ ଲିଭାଇ ସାହସିକତାର ପରିଚୟ ଦେଇଥିବା ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ସୁବାଷ ବୋଷ ଆପଦ ପ୍ରବନ୍ଧନ ପୁରସ୍କାରରେ ସମ୍ମାନିତ କରାଯାଇଛି। ବିପର୍ଯ୍ୟୟ ବେଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଡିଜାଷ୍ଟର ମ୍ୟାନେଜମେଣ୍ଟକୁ ଅଧିକ ପ୍ରଭାବଶାଳୀ କରିବାର ଆବଶ୍ୟକତା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।