News18 Odia Digital
ଭୁବନେଶ୍ବର: ଆଜିକାଲି ପ୍ରେମ ଏମିତି ହୋଇଗଲାଣି ଯେ ଯେଉଁଠି ନାହିଁ ସେହିଠି ପୁଅ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଛି । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ନିକଟରେ ଘଟିଥିଲା । ଯେତେବେଳେ ଜଣେ ଓଡ଼ିଆ ଝିଅ ଅନଲାଇନରେ ପାନିପଥର ଜଣେ ପୁଅଙ୍କ ପ୍ରେମ କରି ବସିଥିଲେ । ଏହାର ପରେ ଆଉ କ'ଣ ଥିଲା ନିଜ ପ୍ରେମ ସାକାର କରିବା ପାଇଁ ପହଞ୍ଚିଯାଇଥିଲେ ପୁଅ ଘରେ । ତେବେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା...
କଥାଟି ହେଲା ଯେ ଅନଲାଇନ୍ ଲୁଡୁ ଖେଳୁଥିବାବେଳେ ଜଣେ ଓଡ଼ିଆ ଝିଅ ହରିୟାଣା ପୁଅକୁ ଭଲ ପାଇ ବସିଥିଲେ । ଝିଅକୁ ପୁଅ ଏତେ ପାଗଳ କରିଥିଲା ଯେ ସେ ତାଙ୍କ ଘରୁ ପଳାଇ ପାନିପାଥରେ ପହଞ୍ଚି ତାଙ୍କୁ ବିବାହ କରିବାକୁ ବସିଥିଲେ । ହେଲେ ଜଣେ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଏହି ବିବାହ ହୋଇପାରିନଥିଲା। ଉଭୟ ପ୍ରେମୀଯୁଗଳ ନାବାଳକ ହୋଇଥିବାରୁ ବିବାହ ସ୍ଥଗିତ ରହିଥିଲା।
ସୋମବାର ଦିନ ପାନିପାଥ ସ୍ଥିତ ବାଳକ ବାସଭବନରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାର ଥିଲା। ପୁଅ ପାନିପାଥର ସୋନାଲି ରାସ୍ତାର ବସ୍ତି ଅଞ୍ଚଳରେ ନିଜ ପରିବାର ସହିତ ରୁହନ୍ତି। ଏହି ସମାରୋହରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ପାନିପାଥର ଶିଶୁ ବିବାହ ନିଷେଧ ଅଧିକାରୀ ରଜନୀ ଗୁପ୍ତା ଗୁପ୍ତ ସୂଚନା ପାଇଥିଲେ ଯେ ବିବାହ ଚାଲିଛି ଓ ଉଭୟ ପୁଅ ଓ ଝିଅ ନାବାଳକ ଥିଲେ। ସେ ବିବାହ ସମାରୋହକୁ ବନ୍ଦ କରି କହିଥିଲେ ଯେ ପୁଅର ପରିବାର ତାଙ୍କ ପରିପକ୍ବ ହେବାର କୌଣସି ପ୍ରମାଣ ଦେଇନାହାଁନ୍ତି।
“ଦୁଇ ବର୍ଷ ପୂର୍ବେ ଉଭୟ ପୁଅ ଓ ଝିଅ ଅନଲାଇନରେ ଲୁଡୋ ଖେଳୁଥିଲେ ଓ ସେମାନେ ପରସ୍ପର ସହ ବନ୍ଧୁତା ଆରମ୍ଭ କରିଥିଲେ। ପରେ ସେମାନେ ପ୍ରେମରେ ପଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୨ ତାରିଖରେ, ବଡ଼ ଭଉଣୀକୁ କହିବା ପରେ ଝିଅଟି ଘରୁ ପଳାଇ ଏଠାରେ ପହଞ୍ଚିଥିଲା,’’ କହିଛନ୍ତି ଗୁପ୍ତା।
ଝିଅଟିର ମା' ମଧ୍ୟ ଏହି ପୁଅ ବିଷୟରେ ଜାଣିଥିଲେ, କିନ୍ତୁ ସେ ତାଙ୍କ ଝିଅକୁ ତାଙ୍କ ସହିତ ବିବାହ କରିବାକୁ ମନା କରିଦେଇଥିଲେ। ଝିଅଟି ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସେ ପରିପକ୍ବ ବୋଲି ପ୍ରମାଣ କରିବାକୁ ଡକ୍ୟୁମେଣ୍ଟ ଦେଖାଇ ପାରିଲେ ନାହିଁ ।
ଅଧିକାରୀ କହିଛନ୍ତି ଯେ ପୁଅର ଆଉ ଚାରି ସାନ ଭାଇ ଅଛନ୍ତି। ସେ କହିଛନ୍ତି ଯେ ଅନଲାଇନ୍ ଖେଳକୁ ଏଡ଼ାଇବା ଉଚିତ୍ ଓ ଶିଶୁ ବିବାହ ଉପରେ ପ୍ରତିବନ୍ଧକ ବିଷୟରେ ଲୋକେ ସଚେତନ ହେବା ଉଚିତ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।