Booster Dose: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାଗଣା ବୁଷ୍ଟର ଡୋଜ ପ୍ରକ୍ରିୟା ଶେଷ କରିବା ଲକ୍ଷ୍ୟ

Booster Dose: ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୨୧ ହଜାର କୋଭିସିଲ୍ଡ ଟିକା ରହିଥିବାବେଳେ ୭ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାଗଣା ବୁଷ୍ଟର ଡୋଜ ପ୍ରକ୍ରିୟା ଶେଷ କରିବା ଲକ୍ଷ୍ୟ

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାଗଣା ବୁଷ୍ଟର ଡୋଜ ପ୍ରକ୍ରିୟା ଶେଷ କରିବା ଲକ୍ଷ୍ୟ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ଭୁବନେଶ୍ବର: ୧୫ ତାରିଖ ଠାରୁ ରାଜ୍ୟରେ ଜାରି ରହିଥିବା ମାଗଣା ବୁଷ୍ଟର ଡୋଜ୍ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୩ ଦିନରେ ଦିଆଯାଇଛି ରେକର୍ଡ ସଂଖ୍ୟକ ୩ ଲକ୍ଷ ଡୋଜ୍ ଟିକା। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏତେ ସଂଖ୍ୟକ ଟିକା ଆଶାୟୀଙ୍କ ପାଇଁ ରହିଛି ଟିକାର ଘୋର ଅଭାବ। କୋଭାକ୍ସିନ୍ ଟିକା ପର୍ଯ୍ୟପ୍ତ ପରିମାଣର ମହଜୁଦ ଥିଲେ ହିଁ କୋଭିସିଲ୍ଡ ଟିକାର ରହିଛି ଘୋର ଅଭାବ। ଟିକାର ଅଭାବ ଦୂର ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ ପାଇଁ ୧୫ ତାରିଖ ଠାରୁ ଦିଆଯାଉଥିବା ମାଗଣା ବୁଷ୍ଟର ଡୋଜ ୭୫ ଦିନ ପାଇଁ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିଆଯିବ। ଏହି ବର୍ଗର ବ୍ୟକ୍ତିଙ୍କୁ ଉଭୟ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଉଛି। ୧୫ ତାରିଖ ପୂର୍ବରୁ ରାଜ୍ୟରେ ମାତ୍ର ୧ ଲକ୍ଷ ୫୨ ହଜାର ପ୍ରିକସନ ଡୋଜ୍ ଦିଆଯାଇଥିବା ବେଳେ ଗତ ୩ ଦିନରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ଡୋଜ୍ ଟିକା ଦିଆଯାଇପାରିଛି। ଫଳରେ ରାଜ୍ୟରେ ବୁଷ୍ଟର ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାରରେ ପହଁଞ୍ଚିଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ।

ବର୍ତ୍ତମାନ କୋଭିଡ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ଦମନ କରିବାର ଗୋଟିଏ ବାଟ ଟିକା। ଏଣୁ ସମସ୍ତେ ବୁଷ୍ଟର ଡୋଜ କେମିତି ନେବେ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୫ ତାରିଖରୁ ଆରମ୍ଭ ହୋଇଛି ପ୍ରିକସନ ଡୋଜ ଦେବା। ହେଲେ ଏବେ ବି ଉଭୟ କୋଭାକ୍ସିନ ଓ କୋଭିସିଲଡ଼ ଟିକାର ଅଭାବ ରହିଛି। ଯେଉଁଥିପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ରାଜ୍ୟରେ ମୁଖ୍ୟତଃ କୋଭିସିଲ୍ଡ ଟିକାର ଅଧିକ ଆବଶ୍ୟକତା ରହିଛି। ଭୁବନେଶ୍ବର, କଟକ, ଗଞ୍ଜାମ, ସମ୍ବଲପୁର ଓ ବାଲେଶ୍ବରକୁ ଛାଡ଼ି ଅନ୍ୟ ସବୁଠି ପ୍ରାରମ୍ଭରୁ କୋଭିସିଲ୍ଡ ଦିଆଯାଉଥିଲା। ବୁଷ୍ଟର ଡୋଜ୍ ଟିକା ପାଇଁ ଥିବା ସମୟ ବ୍ୟବଧାନ ୯ ମାସରୁ ୬ ମାସକୁ ହ୍ରାସ କରାଯାଇଥିବାରୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଇଛି।

ସେପଟେ ରାଜ୍ୟରେ ଦେଖାଦେଇଛି ଟିକାର ଅଭାବ। ହାତରେ ଆଉ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ୍ ମହଜୁଦ ଥିବା ବେଳେ ଏହା ୨ ଦିନରେ ଶେଷ ହୋଇଯିବ। ନିର୍ଦ୍ଧାରିତ ସମୟରେ ଟିକାକରଣରେ ଯେଭଳି ସମସ୍ୟା ନହୁଏ ସେଥିପାଇଁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ବର୍ତ୍ତମାନ ଯଦିଓ ରାଜ୍ୟରେ ମୋଟ ୭ ଲକ୍ଷ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି ତଥାପି ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଆବଶ୍ୟକତା ରହିଛି।
Published by:Lipina Das
First published: