ବନ୍ଧା ହେଲେ ବହୁଚର୍ଚ୍ଚିତ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାର ୪ ଜଣ ଅଭିଯୁକ୍ତ

ପୀଡ଼ିତାଙ୍କ ମା' ଦାୟର କରିଥିବା ଏତାଲାରେ ମୋଟ ୭ ଜଣଙ୍କ ନାମ ଉଲ୍ଲେଖ କରିଥିବା ବେଳେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗରିଫ କରାଯାଇନାହିଁ । ସମସ୍ତ ୩ ଜଣ ଅଭିଯୁକ୍ତ ହେଉଛନ୍ତି ପୋଲିସ କର୍ମଚାରୀ ।

ବନ୍ଧା ହେଲେ ବହୁଚର୍ଚ୍ଚିତ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାର ୪ ଜଣ ଅଭିଯୁକ୍ତ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: December 15, 2020, 10:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କଟକ: ଶେଷରେ ବହୁଚର୍ଚ୍ଚିତ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଘରୋଇ ଟିଭି ଚ୍ୟାନେଲ ଓଟିଭିର ଦୁଇ କର୍ମଚାରୀ ଅନିରୁଦ୍ଧ ପଣ୍ଡାଙ୍କ ଓ କୃଷ୍ଣଚନ୍ଦ୍ର ବେହେରା । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି ଓଟିଭିରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଦୁଇ ଜଣ ବ୍ୟକ୍ତି । ରବିବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ବିଭିନ୍ନ ସ୍ଥାନରେ ରେଡ କରି ଏମାନଙ୍କୁ ଗିରଫ କରିଛି ।

ଅନିରୁଦ୍ଧ ପଣ୍ଡାଙ୍କୁ ଗୋପରୁ ଗିରଫ କରାଯାଇଥିବା ବେଳେ କୃଷ୍ଣଚନ୍ଦ୍ର ବେହେରାଙ୍କୁ କଟକ ଚାନ୍ଦିନିଚୌକରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେହିଭଳି ଦୁଇ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣଙ୍କୁ ଯାଜପୁର କଳିଙ୍ଗ ନଗରରୁ ଓ ଅନ୍ୟ ଜଣଙ୍କୁ ଓଟିଭିର ସୁରକ୍ଷାକର୍ମୀ ରହୁଥିବା ମେସରୁ ଗିରଫ କରିଥିଲା । ପ୍ରଥମେ ସମସ୍ତ ଅଭିଯୁକ୍ତଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସକାଳୁ ଅଳ୍ପ ସମୟର ପଚରାଉଚରା ପରେ ଦିନ ଠିକ ୧୧ଟା ବେଳେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

"ଏହି ୪ ଜଣ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ମିଳିବା ପରେ ଏମାନଙ୍କୁ ଗିରଫ କରାଯାଇଛି । କେସ ସଙ୍କ୍ରାନ୍ତ କାଗଜପତ୍ର ଅନୁଧ୍ୟାନ କରାଯିବାପରେ ଯଦି ଆବଶ୍ୟକ ଅନୁଭବ ହେବ ତା ହେଲେ ୪ ରୁ ୫ ଦିନ ପରେ ପଚରାଉଚରା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ । ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରମାଣ ସଂଗ୍ରହ ପାଇଁ ଚେଷ୍ଠା ଚାଲିଛି । ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ," କହିଛନ୍ତି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ।

ପୀଡ଼ିତାଙ୍କ ମା' ଦାୟର କରିଥିବା ନିଜ ଏତାଲାରେ ମୋଟ ୭ ଜଣଙ୍କ ନାମ ଉଲ୍ଲେଖ କରିଥିବା ବେଳେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗରିଫ କରାଯାଇନାହିଁ । ସମସ୍ତ ୩ ଜଣ ଅଭିଯୁକ୍ତ ହେଉଛନ୍ତି ପୋଲିସ କର୍ମଚାରୀ । ସେପଟେ ହାଇକୋର୍ଟରେ ଦାୟର ହୋଇଥିବା ଏହି ମାମଲା ପରବର୍ତ୍ତି ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ ହୋଇଛି । ସେହି ଦିନ କ୍ରାଇମବ୍ରାଞ୍ଚ ଏଡିଜି କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ସହ ଏହି ମାମଲାର ଏକ ଷ୍ଟାର୍ଟସ ରିପୋର୍ଟ ମଧ୍ୟ ଦାଖଲ କରିବେ ।

କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ମାନଙ୍କୁ ଗିରଫ କରି ନେବା ସମୟରେ ଦୃଶ୍ୟ


ଏହି ଘଟଣାରେ ପୋଲିସର ତଦନ୍ତ ଶିଥଳ ଥିବା ଦର୍ଶାଇ ଏହାର ସିବିଆଇ ତଦନ୍ତ କରାଇବା ପାଇଁ ହାଇକୋର୍ଟରେ ରୁଜ୍ଜୁ ହୋଇଥିବା ମାମଲା ଶୁଣାଣି କରି କୋର୍ଟ ଅନେକ ଥର ତଦନ୍ତକାରୀ ସଂସ୍ଥା ଓ ପୋଲିସ ଉପରେ ଘୋର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି । ଏପରିକି ଡିଜିପିଙ୍କୁ ମଧ୍ୟ କୋର୍ଟରେ ବ୍ୟକ୍ତିଗତ ହାଜିରା ଦେବାକୁ ପଡିଛି । ନାବାଳିକାଙ୍କ ମା' ଓଟିଭିର କର୍ମଚାରୀ ହୋଇଥିବା ବେଳେ ଗତ ଏପ୍ରିଲ ମାସରେ ତାଙ୍କ ନାବାଳିକା ଝିଅକୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଗଷ୍ଟ ୩୦ ତାରିଖ ଦିନ ଥାନାରେ ଅଭିଯୋଗ ହୋଇଥିଲା ।

"୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେଥିପାଇଁ ପୋଲିସକୁ ଅନେକ ଅନେକ ଅଭିନନ୍ଦନ । ଆସନ୍ତା ଦିନରେ ମୁଁ କରୁଛି ଯେ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଖୁବଶିଘ୍ର ଗିରଫ କରାଯାଉ ବୋଲି ମୁଁ ଅନୁରୋଧ ରଖିବି ଯେ ଅନ୍ୟ ଯେଉଁ ଅଭିଯୁକ୍ତ ମାନେ ବାହାରେ ଅଛନ୍ତି ବା ଫେରାର ଅଛନ୍ତି, ତାଙ୍କୁ ମଧ୍ୟ ଗିରଫ କରୁ । ଏବଂ ୧୬ ତାରିଖ ଦିନ ଏହି ମାମଲା ପରବର୍ତ୍ତି ଶୁଣାଣି ଅଛି । ତେଣୁ ମାନ୍ୟବର ଅଦାଲତ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଯାହା ଆଦେଶ ଦେବେ ତାହା ଗ୍ରହଣ କରିବି, " କହିଛନ୍ତି ଏହି ମାମଲା ଦାୟର କରିଥିବା ହାଇକୋର୍ଟର ଆଇନଜୀବୀ ଗୌତମ ସିଦ୍ଧିକି ।

ପ୍ରଥମେ କମିଶନରେଟ ପୋଲିସ ଏହି ମାମଲା ତଦନ୍ତ କରିଥିଲା । କିନ୍ତୁ କୋର୍ଟ ପୋଲିସର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ପରେ ରାଜ୍ୟ ସରକାର ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତରିତ କରିଥିଲେ ।
Published by: Jagdish Barik
First published: December 15, 2020, 10:36 AM IST
corona virus btn
corona virus btn
Loading