ଦେଶରେ ପ୍ରଥମ: ବଡ଼ ବିପର୍ଯ୍ୟୟ ପାଇଁ ଅଗ୍ନିଶମ ବିଭାଗରେ ଗଠିତ ହେଲା ଫାୟାର୍ ଷ୍ଟ୍ରାଇକିଂ ଫୋର୍ସ

ନିଜ ପ୍ରତିଷ୍ଠା ଉତ୍ସବ ପାଳନ ପୂର୍ବରୁ ହିଁ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରି ନିଜ ଦକ୍ଷତାର ପଦର୍ଶନ କରିଛି ଫାୟାର୍ ଷ୍ଟ୍ରାଇକିଂ ଫୋର୍ସ । ଏଣିକି ବଡ଼ ଅଘଟଣର ମୁକାବିଲା ପାଇଁ ଶ୍ରେଷ୍ଠ ତାଲିମ୍ ପାଇଥିବା ଏହି ଷ୍ଟ୍ରାଇକିଂ ଫୋର୍ସକୁ ବ୍ୟବହାର କରାଯିବ ।

ଦେଶରେ ପ୍ରଥମ: ବଡ଼ ବିପର୍ଯ୍ୟୟ ପାଇଁ ଅଗ୍ନିଶମ ବିଭାଗରେ ଗଠିତ ହେଲା ଫାୟାର୍ ଷ୍ଟ୍ରାଇକିଂ ଫୋର୍ସ
ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି; (ଡାହାଣ) ଫାୟାର୍ ଷ୍ଟ୍ରାଇକିଂ ଫୋର୍ସର ଯବାନମାନେ
  • News18 Odia
  • Last Updated: February 2, 2021, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଶା ଅଗ୍ନିଶମ ବିଭାଗରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ବିଭାଗରେ ନୂଆ କରି ପ୍ରତିଷ୍ଠା କରାଯାଇଛି ଏକ ଷ୍ଟ୍ରାଇକିଂ ଫୋର୍ସ । ବଡ଼ ଧରଣର ଅଗ୍ନିକାଣ୍ଡ ବା ଦୁର୍ଘଟଣା ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ତାଲିମ ପାଇଥିବା ଏହି ଫୋର୍ସ ଗଠନ କରିବାରେ ଓଡ଼ିଶାର ଅଗ୍ନିଶମ ବିଭାଗ ହେଉଛି ଦେଶରେ ପ୍ରଥମ ।

ଏହି ଷ୍ଟାଇକିଂ ଫୋର୍ସରେ ରହିଛନ୍ତି ୫୦ ଜଣ ଜବାନ । ଏମାନଙ୍କୁ ପଞ୍ଜାବର ଜଳନ୍ଧର ଠାରେ ଥିବା ଏନ.ଡି.ଆର.ଏଫ.ର ତାଲିମ କେନ୍ଦ୍ର ସହ ମନାଲିର ରାଫ୍ଟି ଟ୍ରେନିଂ ସେଣ୍ଟର, ତାମିଲ ନାଡୁର କୋୟମ୍ବାଟୁର ଓ ନାଗପୁରରେ ଥିବା ନ୍ୟାସନାଲ୍‌ ଡ଼ିଫେନ୍ସ କଲେଜରୁ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି । ପୂର୍ବରୁ ଅଗ୍ନିକାଣ୍ଡ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଦମକଳ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କୌଣସି ବଡ଼ ଅଘଟଣ ଘଟିଥିଲେ ଏକାଧିକ ଦମକଳ କେନ୍ଦ୍ରର କର୍ମଚାରୀଙ୍କୁ ତା’ର ମୁକାବିଲା ପାଇଁ ନିୟୋଜିତ କରାଯାଉଥିଲା । କିନ୍ତୁ ଏବେ ବଡ଼ ଅଘଟଣର ମୁକାବିଲା ପାଇଁ ଏଣିକି ଷ୍ଟ୍ରାଇକିଂ ଫୋର୍ସକୁ ବ୍ୟବହାର କରାଯିବ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ

ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା କୌଣସି ବଡ଼ ଦୁର୍ଘଟଣା ଅବା ଅଗ୍ନିକାଣ୍ଡ, ପ୍ରତିଟି ସମୟରେ ଖୋଜା ପଡ଼ିଥାଏ ଅଗ୍ନିଶମ ବିଭାଗକୁ । ନିଜ ଜୀବନକୁ ବାଜି ଲଗାଇ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏମାନେ ସିଦ୍ଧହସ୍ତ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଘଟୁଥିବା ଅଘଟଣର ମୁକାବିଲା ପାଇଁ ନିଜକୁ ଶାଣିତ କରିବାକୁ ଯାଇ ଓଡ଼ିଶା ଅଗ୍ନିଶମ ବିଭାଗ ଏହି ଫାୟାର ଷ୍ଟ୍ରାଇକିଂ ଫୋର୍ସ ଗଠନ କରିଛି । ଦେଶରେ ଉପଲବ୍ଧ ଥିବା ସର୍ବଶ୍ରେଷ୍ଠ ତାଲିମ କେନ୍ଦ୍ରଗୁଡ଼ିକରୁ ପ୍ରଶିକ୍ଷଣ ପ୍ରଦାନ କରାଇ ଓଡ଼ିଶା ଅଗ୍ନିଶମ ବିଭାଗ ପ୍ରସ୍ତୁତ କରିଛି ନିଜର ସ୍ବତନ୍ତ୍ର ବାହିନୀ – ଫାୟାର୍‌ ଷ୍ଟ୍ରାଇକିଂ ଫୋର୍ସ ।

ପ୍ରତିଷ୍ଠା ଉତ୍ସବରେ ଫାୟାର୍ ଷ୍ଟ୍ରାଇକିଂ ଫୋର୍ସର ଯବାନମାନେ


"ଏମାନେ ସ୍ଥାନୀୟ ଦମକଳ କେନ୍ଦ୍ରକୁ ମଧ୍ୟ ସହଯୋଗ କରିବେ । କୌଣସି ପ୍ରକାରର ଅଗ୍ନିକାଣ୍ଡ ହେଉ ଉଦ୍ଧାର କାର୍ଯ୍ୟ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ହେଉ, ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ଏମାନଙ୍କୁ ତାଲିମ ଦେଇଛୁ । ଏହି ଫୋର୍ସର ଦକ୍ଷତାକୁ ଆଗକୁ ବଢ଼ାଯିବ । ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ଏହି ପ୍ରକାର ଗୋଟିଏ ଗୋଟିଏ କଣ୍ଟିଜେଣ୍ଟକୁ ମୁତୟନ କରାଯିବ,’’ କହିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି

ସୋମବାର ଦିନ କଟକର ନରାଜରେ ଥିବା ଅଗ୍ନିଶମ ବିଭାଗରେ ଏହି ଫୋର୍ସକୁ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ପ୍ରତିଷ୍ଠା ଉତ୍ସବ ପାଳନ ପୂର୍ବରୁ ହିଁ ସନ୍ ହସ୍ପିଟାଲ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରି ନିଜର ଦକ୍ଷତାର ପଦର୍ଶନ କରିଥିଲା ଷ୍ଟ୍ରାଇକିଂ ଫୋର୍ସ । ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା ଉପରେ ବାହାର ପଟୁ ଅକ୍ଳେଶରେ ଚଢି଼ ନିଆଁର ଆଁ ମଧ୍ୟକୁ ପ୍ରବେଶ କରିଥିଲା ଏହି ଫୋର୍ସ । ଲେଲିହାନ ଶିଖା ସହିତ ଦେଢ଼ ଘଣ୍ଟା ଧରି ଲଢ଼େଇ କରି ଏହାକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ହଳଧିଆ ଟି-ସାର୍ଟ ପରିଧାନକାରୀ ଏହି ସାହାସୀ ଯବାନମାନେ । ଏହି ପ୍ରତିଷ୍ଠା ଉତ୍ସବରେ ଷ୍ଟ୍ରାଇକିଂ ଫୋର୍ସ ସନ୍‌ ହସ୍ପିଟାଲର ଅଗ୍ନି ନିର୍ବାପନ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ଅଗ୍ନିଶମ ଡିଜି ।



ଅଗ୍ନିଶମ ବିଭାଗର ଏହି ଫୋର୍ସ ଯେ କେବଳ ବିପର୍ଯ୍ୟୟର ମୁକାବିଲା କରିବ ତାହା ନୁହେଁ, ବରଂ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍କୁଲ ଓ କଲେଜକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଦେବେ ବୋଲି ନିଷ୍ପତ୍ତି ହୋଇଛି ।
Published by: Anand Shankar Thankur Das
First published: February 2, 2021, 11:47 PM IST