ଚାଷୀଙ୍କୁ ମିଳିନି ୨୦୨୧ ଖରିପ ଋତୁ ଫସଲ ବୀମା; ୧୪.୨୭ ଲକ୍ଷ କୃଷକ ବୀମା ପାଇବାରୁ ବଞ୍ଚିତ

ରାଜ୍ୟରେ କୃଷକମାନେ ଫସଲ ବୀମା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି । ବିଶେଷ ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ୧୪.୨୭ ଲକ୍ଷ କୃଷକ ବୀମା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି । ୨୦୨୧ ମସିହା ଖରିଫ ଋତୁରେ ଫସଲ ନଷ୍ଟ ହୋଇଥିବା ଦାବି କରିଥିଲେ କୃଷକ ।

ଚାଷୀଙ୍କୁ ମିଳିନି ୨୦୨୧ ଖରିପ ଋତୁ ଫସଲ ବୀମା; ୧୪.୨୭ ଲକ୍ଷ କୃଷକ ବୀମା ପାଇବାରୁ ବଞ୍ଚିତ

ଚାଷୀଙ୍କୁ ମିଳିନି ୨୦୨୧ ଖରିପ ଋତୁ ଫସଲ ବୀମା; ୧୪.୨୭ ଲକ୍ଷ କୃଷକ ବୀମା ପାଇବାରୁ ବଞ୍ଚିତ

  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ କୃଷକମାନେ ଫସଲ ବୀମା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି । ବିଶେଷ ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ୧୪.୨୭ ଲକ୍ଷ କୃଷକ ବୀମା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି । ୨୦୨୧ ମସିହା ଖରିଫ ଋତୁରେ ଫସଲ ନଷ୍ଟ ହୋଇଥିବା ଦାବି କରିଥିଲେ କୃଷକ ।

ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀଙ୍କୁ ଫସଲ ନଷ୍ଟ ପାଇଁ କ୍ଷତିପୂରଣ ଦିଆଯାଉଛି । ଯାହାଦ୍ୱାରା ଚାଷୀଙ୍କ ପାଇଁ ଆର୍ଥିକ କ୍ଷତି ହ୍ରାସ କରାଯାଇ ପାରିବ । କିନ୍ତୁ ଏପରି ଅନେକ କୃଷକ ଅଛନ୍ତି ଯେଉଁମାନେ ଠିକ ସମୟରେ କ୍ଷତିପୂରଣ ପାଆନ୍ତି ନାହିଁ । ଓଡିଶାରେ ମଧ୍ୟ ଏହି ଭଳି କିଛି ସମାନ ସ୍ଥିତି ରହିଛି, କାରଣ ଏଠାରେ ୧୪.୨୭ ଲକ୍ଷରୁ ଅଧିକ ଚାଷୀ ଏକ ବର୍ଷ ପରେ ମଧ୍ୟ ଫସଲ ନଷ୍ଟ ପାଇଁ କ୍ଷତିପୂରଣ ପାଇନାହାଁନ୍ତି । ଖରିଫ ଫସଲ ୨୦୨୧ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ହେତୁ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ରାଜ୍ୟର କୃଷକମାନେ ବର୍ତ୍ତମାନ ମଧ୍ୟ ଅପେକ୍ଷା କରିଛନ୍ତି ।

ଅପେକ୍ଷା କରି କରି ଏକ ବର୍ଷ ବିତିଥିବା ବେଳେ ଏବେ ଖରିଫ ଋତୁ ୨୦୨୨ ଆସି ପହଞ୍ଚିଲାଣି । ଏଥିପାଇଁ କୃଷକମାନେ କୃଷି କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି । ଦି ପାୟୋନିୟର ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ ଥିବା ରାଜ୍ୟର ୧୪.୨୭ ଲକ୍ଷ କୃଷକ ଫସଲ ନଷ୍ଟ ପରେ କ୍ଷତିପୂରଣ ପାଇଁ ବୀମା କମ୍ପାନୀ ଗୁଡ଼ିକୁ ଦେୟ ଦାବି କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଗୁଡ଼ିକ ଅହେତୁକ ବିଳମ୍ବ କିମ୍ବା ଦେୟ ଦେବାକୁ ଅସ୍ବୀକାର କରୁଥିବାରୁ କୃଷକ ମାନେ ସେମାନଙ୍କ ବୀମା ଟଙ୍କା ପାଇ ପାରିନାହାନ୍ତି ।

କୃଷକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି

ବୀମା କମ୍ପାନୀଗୁଡିକର ଏହି ମନୋଭାବ ହେତୁ କୃଷକମାନେ ସମବାୟ ସମିତି କିମ୍ବା ବ୍ୟାଙ୍କରୁ ନୂତନ ଋଣ ପାଇବାରେ ସକ୍ଷମ ହେଉନାହାଁନ୍ତି, କାରଣ ସେମାନେ ପୂର୍ବ ଦେୟ ପ୍ରଦାନ କରିନାହାଁନ୍ତି । ଏହା ବ୍ୟତୀତ କୃଷକମାନେ ସବସିଡି ହାରରେ ସରକାର ଯୋଗାଉଥିବା ମଞ୍ଜି କିମ୍ବା ସାର କିଣିବା କିମ୍ବା ପାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ଫଳାଫଳ ସ୍ୱରୂପ କୃଷକମାନେ ଅସୁବିଧାରେ ପଡ଼ି ସାହାଯ୍ୟ ପାଇଁ ଘର ଘର ବୁଲୁଛନ୍ତି । କେତେକ ସ୍ଥାନରେ କୃଷକମାନେ ମଧ୍ୟ ଏହାକୁ ବିରୋଧ କରି ଆନ୍ଦୋଳନ ମଧ୍ୟ କରୁଛନ୍ତି ।

ବୀମା କମ୍ପାନୀମାନେ ଚାଷୀଙ୍କ ଦାବିକୁ ବିରୋଧ କରିଥିଲେ

ବିଧାନସଭାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଲିଖିତ ବିବୃତ୍ତି ଅନୁଯାୟୀ ବୀମା କମ୍ପାନୀଗୁଡିକ ନଅ ଜିଲ୍ଲାର ୧୪,୨୭,୬୪୫ ଚାଷୀଙ୍କ ଦାବିକୁ ବିରୋଧ କରିଛନ୍ତି । ସେଥିମଧ୍ୟରୁ ସର୍ବାଧିକ ୮, ୦୪, ୯୮୨ କୃଷକ ବରଗଡ ଜିଲ୍ଲାର, ବଲାଙ୍ଗୀର ଜିଲ୍ଲାର ୩, ୮୨, ୧୧୯ କୃଷକ, ସମ୍ବଲପୁର ୧, ୨୯, ୯୦୭ କୃଷକ, ପୁରୀ ୩୮,୨୮୫ ଦେଓଗଡ ୨୭,୦୦୪ କୃଷକ ଏବଂ ଗଞ୍ଜାମ ୨୫, ୮୦୮ କୃଷକ ଅଛନ୍ତି । ଏହା ବ୍ୟତୀତ କେନ୍ଦ୍ରାପଡାର ୧୦, ୭୩୧ , ବାଲେଶ୍ୱରର ୫, ୬୮୩ କୃଷକ ଏବଂ ଜଗତସିଂହପୁରର ୩, ୧୨୫ କୃଷକ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି ।

ଓଡ଼ିଶାରେ HDFC ERGO, AIC ଏବଂ Reliance GIC ନାମକ ତିନୋଟି ବୀମା କମ୍ପାନୀ PMFBY ଅଧୀନରେ ଫସଲକୁ ବୀମା କଭରେଜ୍ ପ୍ରଦାନ କରୁଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟରେ ବିଜେଡି ସରକାର ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଆରମ୍ଭ ହୋଇଛି । ଗତ ସୋମବାର କେନ୍ଦ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ମନ୍ତ୍ରୀ ନାୟକ ଏହି ପ୍ରସଙ୍ଗରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଚିଠି ଲେଖିଥିଲେ । ନାୟକ କହିଛନ୍ତି ଯେ ୨୦୨୧ ଖରିଫ ଋତୁରେ ଅନେକ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀ କ୍ଷତି ସହିଛନ୍ତି, ବିଶେଷକରି ଧାନ, ଯାହା ରାଜ୍ୟର ଏକ ପ୍ରମୁଖ ଫସଲ ଅଟେ। ବୀମା କ୍ଷେତ୍ରରେ ପାଖାପାଖି ୯୮ ପ୍ରତିଶତ ଫସଲ କଭର କରାଯାଇଥାଏ । ଏହି ଋତୁରେ ଫସଲ ବୀମା ନାମଲେଖା ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ।

ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ଯେ ଏହି ଋତୁ ପାଇଁ ଆନୁମାନିକ ଦାବି ପ୍ରାୟ ୧୩୬୪ କୋଟି ଟଙ୍କା, ସେଥିମଧ୍ୟରୁ ୭୪୮ କୋଟି ଟଙ୍କା ମୂଲ୍ୟର ଦାବି ଏପର୍ଯ୍ୟନ୍ତ ସମାଧାନ ହୋଇସାରିଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଏହା ରାଜ୍ୟ ସରକାରଙ୍କ ନଜରକୁ ଆସିଛି ଯେ ଅନେକ କ୍ଷେତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବୀମା କମ୍ପାନୀଗୁଡିକ CCE କାର୍ଯ୍ୟକଳାପକୁ ନେଇ ଆପତ୍ତି ଉଠାଇଛନ୍ତି ଏବଂ ଦେୟ ବନ୍ଦ କରି ଦେଇଛନ୍ତି ।

ସେ କହିଛନ୍ତି ଯେ ଯଦିଓ ବୀମା କମ୍ପାନୀଗୁଡିକ ଦ୍ୱାରା ଉଠାଯାଇଥିବା ଆପତ୍ତିଗୁଡିକ ଠିକ୍ ଭାବରେ ପାଳନ କରାଯାଇଛି, ତଥାପି ଏହାର ସମାଧାନ ହୋଇପାରି ନାହିଁ, ଯାହା ଫଳରେ ଅନେକ ସ୍ଥାନରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ଖରିଫ ଫସଲ ୨୦୦୨୨ ବୀମା ନାମଲେଖା ପ୍ରକ୍ରିୟାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।
Published by:Soubhagya Mishra
First published: