କାଳିଆ ଯୋଜନାରେ ଅନିୟମିତତା ଅଭିଯୋଗରେ କୃଷି ମନ୍ତ୍ରୀଙ୍କ ବାସଭବନ ଘେରିଲା କୃଷକ ସଙ୍ଗଠନ; ୨୦ ଜଣଙ୍କୁ ଉଠାଇଲା ପୋଲିସ୍‌

‘କାଳିଆ’ ଯୋଜନାରେ ଅନିୟମିତତା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଥିଲା । ଦ୍ବିତୀୟ କିସ୍ତିର ଟଙ୍କା ଚାଷୀଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ ଆଣିଲା ସଂଗଠନ । ବିକ୍ଷୋଭ ବେଳେ ପ୍ରାୟ ୨୦ ଜଣ ବିକ୍ଷୋଭକାରୀଙ୍କୁ ପୋଲିସ ଉଠାଇ ନେଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

କାଳିଆ ଯୋଜନାରେ ଅନିୟମିତତା ଅଭିଯୋଗରେ କୃଷି ମନ୍ତ୍ରୀଙ୍କ ବାସଭବନ ଘେରିଲା କୃଷକ ସଙ୍ଗଠନ; ୨୦ ଜଣଙ୍କୁ ଉଠାଇଲା ପୋଲିସ୍‌
ଜଣେ ଭିକ୍ଷୋଭକାରୀଙ୍କୁ ପୋଲିସ୍‌ ବାହାରକୁ ଟାଣି ଟାଣି ନେଉଛି ।
  • News18 Odia
  • Last Updated: January 9, 2020, 12:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନକୁ ଘେରାଉ କରିଛି ନବ ନିର୍ମାଣ କୃଷକ ସଂଗଠନ । କାଳିଆ ଯୋଜନାରେ ଅନିୟମିତତା ପ୍ରତିବାଦରେ ଏହି ଘେରାଉ କାର୍ଯ୍ୟକ୍ରମ କରାଯାଇଛି ।

‘କାଳିଆ’ ଯୋଜନାରେ ଉପଯୁକ୍ତ ହିତାଧିକାରୀଙ୍କୁ ଟଙ୍କା ମିଳିନଥିବା ଅଭିଯୋଗରେ ବିକ୍ଷୋଭ କରିଛି ନବ ନିର୍ମାଣ କୃଷକ ସଂଗଠନ । ଏହାଛଡ଼ା କାଳିଆ ଯୋଜନା ଓ ‘ପିଏମ୍‌ କିଷାନ ନିଧି’ ଯୋଜନାକୁ ମିଶାଇ ଦିଆଯାଇଥିବା ମଧ୍ୟ ସଂଗଠନ ଅଭିଯୋଗ ଆଣିଛି ।

ତେବେ ଏହା ବିରୋଧରେ ସଂଗଠନର ଆବାହକ ଅକ୍ଷୟ କୁମାର ୧୩ ଦିନ ହେଲା ଅନଶନ ଚଳାଇଥିଲେ । ଗୁରୁବାର ସେ କିଛି କର୍ମୀଙ୍କ ସହ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଅକ୍ଷୟଙ୍କ ସମେତ ୧୫ ରୁ ୨୦ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ପୋଲିସ । କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ପୋଲିସ୍‌ ଭିକ୍ଷୋଭକାରୀମାନଙ୍କୁ ବାହାରକୁ ନେବାକୁ ଚ଼େଷ୍ଡା କରୁଛି


ତେବେ ସଂଗଠନ ପକ୍ଷରୁ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଏହାସହ ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ


ସରକାର କାଳିଆ ଯୋଜନାରେ ୨ୟ କିସ୍ତି ଟଙ୍କା ଚାଷୀଙ୍କୁ ଦେଇନଥିବା ଏବଂ ପିଏମ କିଷାନ ନିଧି ଯୋଜନା ସହ କାଳିଆ ଯୋଜନାକୁ ମିଶାଇ ଦେଇଥିବା ସଂଗଠନ ଅଭିଯୋଗ ଉଠାଇଛି ।
First published: January 9, 2020, 12:24 PM IST