କୃଷି ଆଇନ୍‌କୁ ବିରୋଧ: ଆଜି ରାଜ୍ୟରେ ଚାଷୀ ସଙ୍ଗଠନମାନେ ଚକା ଜାମ୍ ଆନ୍ଦୋଳନ କରୁଛନ୍ତି

ଦିନ ୧୨ଟାରୁ ଅପରାହ୍ଣ ୩ଟା ଯାଏଁ ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରାରେ ଭାରତ ବନ୍ଦ ଆନ୍ଦୋଳନ ହେବ । ଏଥିରେ ସାମିଲ ହେଉଛନ୍ତି ଓଡିଶାର କୃଷକ ସଙ୍ଗଠନମାନେ । ୨୩ଟି ଜିଲ୍ଲାରେ ଚାଷୀଙ୍କ ଦ୍ୱାରା ଚକା ଜାମ୍ ଆନ୍ଦୋଳନ ହେବ ।

କୃଷି ଆଇନ୍‌କୁ ବିରୋଧ: ଆଜି ରାଜ୍ୟରେ ଚାଷୀ ସଙ୍ଗଠନମାନେ ଚକା ଜାମ୍ ଆନ୍ଦୋଳନ କରୁଛନ୍ତି
ଓଡ଼ିଶାରେ କୃଷକଙ୍କ ସମର୍ଥନରେ ପ୍ରଦର୍ଶନ ହୋଇଚାଲିଛି ।
  • News18 Odia
  • Last Updated: February 6, 2021, 1:33 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ତାତି ଓଡିଶା ଉପରେ ପଡ଼ିଛି । ଶନିବାର ଦିନ (ଫେବୃଆରୀ ୬) ରାଜ୍ୟର ଚାଷୀ ସଙ୍ଗଠନଗୁଡି଼କ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ । କଂଗ୍ରେସ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେ଼ଡି କହିଛି ଆନ୍ଦୋଳନ ଗଣତାନ୍ତ୍ରିକ ହେବା ଦରକାର, କିନ୍ତୁ ଅନ୍ନଦାତାଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର । ବିଜେପି କହିଛି ଆଲୋଚନା ଓ କଥାବାର୍ତ୍ତା ଚାଲିବ, କିନ୍ତୁ କୃଷି ଆଇନ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ।

ଶନିବାର ଦିନ ୧୨ଟାରୁ ଅପରାହ୍ଣ ୩ଟା ଯାଏଁ ସଂଯୁକ୍ତ କିଶାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି । ଏହି ଡାକରାରେ ସାମିଲ ହେଉଛନ୍ତି ଓଡିଶାର କୃଷକ ସଙ୍ଗଠନମାନେ । ନବନିର୍ମାଣ କୃଷକ ସଙ୍ଗଠନ ସମେତ ଅନ୍ୟାନ୍ୟ କୃଷକ ସଙ୍ଗଠନଗୁଡି଼କ ଏହି ବନ୍ଦ ଡାକରାରେ ସାମିଲ ହେବ । ୨୩ଟି ଜିଲ୍ଲାରେ ଚାଷୀଙ୍କ ଦ୍ୱାରା ଚକା ଜାମ୍‌ ଆନ୍ଦୋଳନ ହେବ । ଦିଲ୍ଲୀରେ ଗତ ୭୩ ଦିନ ଧରି ଚାଲିଥିବା ଚାଷୀଙ୍କ ସତ୍ୟାଗ୍ରହକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ସଙ୍ଗଠନକୁ ଅଧିକ ସୁ଼ଦୃଢ଼ କରିବା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ଚାଷୀ ସଙ୍ଗଠନମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏଲି ଆବ୍ରାମ୍ ନିଜ ବୋଲ୍ଡ ଓ ହଟ୍ ଷ୍ଟାଇଲ୍ ଯୋଗୁଁ ସୋସିଆଲ୍‌ ମିଡି଼ଆରେ ହଇଚଇ ସୃଷ୍ଟି କଲେ

ଅହିଂସା ଉପାୟରେ ସମ୍ପର୍ଣ୍ଣ ଶାନ୍ତିପୂର୍ଣ୍ଣଭାବେ ଏହି ଆନ୍ଦୋଳନ ହେବ ବୋଲି ଚାଷୀ ସଙ୍ଗଠନ ତରଫରୁ କୁହାଯାଇଛି । ଏହି ଆନ୍ଦୋଳନକୁ କଂଗ୍ରେସ ସମ୍ପୁର୍ଣ୍ଣ ସମର୍ଥନ ଜମାଇବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

‘‘କଂଗ୍ରେସ ପୂର୍ଣ୍ଣ ପ୍ରାଣରେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଉଛି । ଚାଷୀ ଦେଶର ଅନ୍ନଦାତା । ଦେଶର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ୧୦୦ରୁ ଅଧିକ ଚାଷୀ ରାସ୍ତା ଉପରେ ପ୍ରାଣତ୍ୟାଗ କଲେଣି । ସରକାର ତଥାପି ଏତି ପ୍ରତି ଭୃକ୍ଷେପ କରୁନାହନ୍ତି । ଏହା ନିଶ୍ଚୟ ପରିତାପର ବିଷୟ,’’ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର

ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, ‘‘ଚାଷୀ ଦେଶର ଅନ୍ନଦାତା । ସେମାନଙ୍କ ପ୍ରତି ସମସ୍ତେ ସମ୍ବେଦନଶୀଳ ରହିବା ଦରକାର । ବିଧିସମ୍ମତ ଭାବେ କାର୍ଯ୍ୟ କରିବା ଦରକାର । ଆନ୍ଦୋଳନ ହିଂସାତ୍ମକ ନୁହେଁ, ଗଣତାନ୍ତ୍ରିକ ଭାବେ ହେବା ଦରକାର ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣି ବେଳେ ଓକିଲ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଦେଖାଗଲେ

‘‘ଚାଷୀଙ୍କ ପାଇଁ ସରକାର ଭଲ ଆଇନ ଆଣୁଛନ୍ତି । ଏଥିରେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ଲାଭ ପାଇବେ । କୃଷିରୁ ଆୟ ଦ୍ବିଗୁଣିତ ହେବ । ଚାଷ ଏକ ଉଦ୍ୟୋଗ ହେବ । ୯୦ ପ୍ରତିଶତ ଚାଷୀ ସେମାନଙ୍କ ମତ ଆଇନ ସପକ୍ଷରେ ଦେଇସାରିଛନ୍ତି । ଆଲୋଚନା ହେବାରେ କିଛି ଅସୁବିଧା ନାହିଁ, କିନ୍ତୁ କୌଣସି ପରିସ୍ଥିତିରେ ଆଇନ ପ୍ରତ୍ୟାହାର ହେବ ନାହିଁ,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।



ଗତ ୭୩ ଦିନ ଧରି ଦଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଆସୁଛି । ଏବେ ଓଡ଼ିଶାରେ ସମେତ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ସମର୍ଥନରେ ଓଡ଼ିଶାରେ ଅବଶ୍ୟ ଗତ କିଛି ସପ୍ତାହ ଧରି ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ହୋଇଆସୁଥିଲା ।
Published by: Anand Shankar Thankur Das
First published: February 5, 2021, 10:36 PM IST