ପୁଣି ଘାରିଛି ବସ୍ତାନୀ ବୋଝର ଚ଼ିନ୍ତା; ୨୦ ତାରିଖ ସୁଦ୍ଧା ରିପୋର୍ଟ ଦେବେ ସବୁ ଜିଲ୍ଲାପାଳ

ଯେ ପର୍ଯ୍ୟନ୍ତ ଘରୋଇ ପ୍ରକାଶକମାନଙ୍କ ବହି ସ୍କୁଲଗୁଡ଼ିକରେ ବନ୍ଦ ହୋଇ ଏନ.ସି.ଇ.ଆର.ଟି. ବହି ବ୍ୟବହାର କରିବା ବାଧ୍ୟତାମୂଳକ ହୋଇ ନାହିଁ ସେ ପର୍ଯ୍ୟନ୍ତ ବସ୍ତାନୀ ବୋଝ କମିବ ନାହିଁ ବୋଲି ସଙ୍ଘ କହିଛି ।

ପୁଣି ଘାରିଛି ବସ୍ତାନୀ ବୋଝର ଚ଼ିନ୍ତା; ୨୦ ତାରିଖ ସୁଦ୍ଧା ରିପୋର୍ଟ ଦେବେ ସବୁ ଜିଲ୍ଲାପାଳ
ଏକ ସ୍କୁଲରେ ଜଣେ ଅଧିକାରୀ ପିଲାଙ୍କ ବ୍ୟାଗ୍‌ ଯାଞ୍ଚ କରୁଛନ୍ତି ।
  • News18 Odia
  • Last Updated: February 18, 2020, 2:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ପୁଣି ଘାରିଲା ପିଲାଙ୍କ ବସ୍ତାନୀ ବୋଝ ଚ଼ିନ୍ତା । ଛାତ୍ରଛାତ୍ରୀମାନେ କେତେ ଓଜନର ବ୍ୟାଗ୍ ନେଉଛନ୍ତି? ସ୍କୁଲରେ ପିଲାଙ୍କ ବହି, ଖାତା ରଖିବାକୁ ସ୍ବତନ୍ତ୍ର କପବୋର୍ଡ ରହିଛି କି ନାହିଁ ? ପିଲାମାନେ ଏକ୍ସଟ୍ରା ବହି ଖାତା ସ୍କୁଲ ନେଇ ଆସୁଛନ୍ତି କି? ସେ ସମସ୍ତ ତଥ୍ୟ ମାଗିଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ।

ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କମିଟି କରି ବସ୍ତାନୀ ବୋଝ ଯାଞ୍ଚ କରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ଚିଠି କରି ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଡି.ଇ.ଓ, ବି.ଇ.ଓ. ଓ ଡି.ପି.ସି.ଓ.ଙ୍କୁ ନେଇ କମିଟି ଗଠନ କରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ହୋଇଥିବା ନିୟମ ପାଳନ ହେଉଛି କି ନାହିଁ ସେ ନେଇ ରିପୋର୍ଟ ପ୍ରଦାନ କରିବାକୁ ଚ଼ିଠିରେ ଉଲ୍ଲେଖ ରହିଛି  । ଏପରିକି ସି.ବି.ଏସ୍.ଇ. ଓ ଆଇ.ସି.ଏସ୍.ଇ. ଅନୁବନ୍ଧିତ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ମଧ୍ୟ କମିଟି ଗସ୍ତ କରି ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି । ଫେବୃଆରୀ ୨୦ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବାକୁ ଗଣ ଶିକ୍ଷା ବିଭାଗ କହିଛି ।

୨୦୧୮ ନଭେମ୍ବର ମାସରେ ପ୍ରଥମେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବସ୍ତାନୀ ବୋଝକୁ ନେଇ ଗାଇଡଲାଇନ୍ ଜାରୀ ହୋଇଥିଲା । ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଏ ଦେଢ଼ କେଜି, ତୃତୀୟ ଓ ଚ଼ତୁର୍ଥ ଶ୍ରେଣୀ ପିଲେ ୨ ରୁ ୩ କେଜି, ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପିଲେ ୪ କେଜି, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲେ ୪.୫ କେଜି ଓ ଦଶମ ଶ୍ରେଣୀ ପିଲାଏ ପାଞ୍ଚ କେଜି ଓଜନର ବ୍ୟାଗ୍ ନେଇପାରିବେ ।

ଏହି ଦେଢ଼ ବର୍ଷରେ ଦେଖାଣିଆଭାବେ ଥରେ ଅଧେ କିଛି ବିଦ୍ୟାଳୟରେ ଯାଞ୍ଚ ହେବା ପରେ ସମସ୍ତେ ନୀରବ ବୋଲି ଅଭିଯୋଗ କରିଛି ଅଭିଭାବକ ସଙ୍ଘ । ଯେ ପର୍ଯ୍ୟନ୍ତ ଘରୋଇ ପ୍ରକାଶକମାନଙ୍କ ବହି ସ୍କୁଲଗୁଡ଼ିକରେ ବନ୍ଦ ହୋଇ ଏନ.ସି.ଇ.ଆର.ଟି. ବହି ବ୍ୟବହାର କରିବା ବାଧ୍ୟତାମୂଳକ ହୋଇ ନାହିଁ ସେ ପର୍ଯ୍ୟନ୍ତ ବସ୍ତାନୀବୋଝ କମିବ ନାହିଁ ବୋଲି ସଙ୍ଘ କହିଛି ।

‘‘ସବୁ ବିଦ୍ୟାଳୟରେ ଏନ୍.ସି.ଇ.ଆର୍.ଟି. ବହି ଛାତ୍ରଛାତ୍ରୀ ବ୍ୟବହାର କରିବାକୁ ଉଭୟେ ଏଚ୍.ଆର୍.ଡି. ମନ୍ତ୍ରଣାଳୟ ଓ ସି.ବି.ଏସ୍.ଇ. ନିର୍ଦେଶ ଦେଇଥିବାବେଳେ କାହିଁକି ହେଉନାହିଁ? ଏଥି ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତୁ,’’ କହିଛନ୍ତି ଅଭିଭାବକ ସଙ୍ଘର ସଭାପତି ବାସୁଦେବ ଭଟ୍ଟ ।

ପୂର୍ବରୁ କେବଳ ବସ୍ତାନୀ ବୋଝ କମେଇବାକୁ  ନୁହେଁ, ବରଂ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦେବାକୁ ବି ମନା କରିଥିଲା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଳାୟ । ଏହା ସହ ସ୍କୁଲ କୈାଣସି ପ୍ରକାର ବହି, ଖାତା କି ଷ୍ଟେସନାରୀ ଜିନିଷ ବିକ୍ରୀ କରିପାରିବ ନାହିଁ ବୋଲି ମଧ୍ୟ ନିୟମ ରହିଛି । କିନ୍ତୁ ରାଜ୍ୟରେ ଏହାର ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି ।
First published: February 18, 2020, 2:20 AM IST
corona virus btn
corona virus btn
Loading