ଓଡ଼ିଶା ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ; ୩ ମାସ ମଧ୍ୟରେ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଲେ ସରକାର

ଆନ୍ଦୋଳନ ଯୋଗୁଁ ସୋମବାର ରାଜଧାନୀର ବିଭିନ୍ନ ସ୍ଥାନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା। ଟ୍ରାଫିକ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ପୋଲିସ କି ନାକେଦମ ହେବାକୁ ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ ଡ଼ାଇଭରସନ କରିଥିଲା ପୋଲସ। ଆନ୍ଦୋଳନକାରୀ ଫେରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ଓଡ଼ିଶା ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ

ଓଡ଼ିଶା ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ

  • Share this:
News18 Odia Digital

ଭୁବନେଶ୍ବର: ସୋମବାର ଭୁବନେଶ୍ୱରରେ ରଣହୁଙ୍କାର ଦେଇଥିଲା ଓଡ଼ିଶା ଡ୍ରାଇଭର ମହାସଙ୍ଘ। ରାଜଧାନୀର ବିଭିନ ସ୍ଥାନରେ ପ୍ରତିବାଦ କରିବା ସହ ଦାବି ଜୋରଦାର କରିଥିଲା ମହାସଙ୍ଘ। ସୋମବାର ରାଜଧାନୀରେ ଗର୍ଜନ ପରେ ଆଜି ଠୁ ଗାଁ ଗାଁ ପଞ୍ଚାୟତରେ ପ୍ରତିବାଦ କରିବାକୁ ମହାସଙ୍ଘ ଚେତାବନୀ ଦେଇଛି। ଆଜିଠୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛି ମହାସଙ୍ଘ। ଷ୍ଟେରିଂ ଛାଡ଼ି ଘରେ ବସିବା ସହ ଗାଡ଼ି ଅଚଳ କରିବାକୁ ନିଷ୍ପତ୍ତି ନେଇଛି।

ଡ୍ରାଇଭର ମହାସଙ୍ଘ ସମ୍ପାଦକ ଚେତନ ପ୍ରଧାନ କହିଥିଲେ, "ସଙ୍ଘ ପକ୍ଷରୁ ଯେଉଁ ଦାବି କରାଯାଇଥିଲା ସରକାର ତାକୁ ଅଣଦେଖା କରିଛନ୍ତି। ଗୋଟେ ଦାବି ଉପରେ ବିଚାର କରିଥିଲେ ବି ଅନ୍ୟ ଦାବି ପାଇଁ ତିନି ମାସ ସମୟ ମାଗିଛନ୍ତି। ବାରମ୍ବାର ପ୍ରତିଶ୍ରୁତି ମିଳୁଛି ହେଲେ ଏବେ ସହ୍ୟ କରାଯିବ ନାହିଁ। ମଙ୍ଗଳବାରଠୁ ଗାଡ଼ି ଛାଡ଼ି ଘରେ ବସିବୁ। ଗାଁ ଗାଁରେ ପଞ୍ଚାୟତରେ କୌଣସି ଗାଡ଼ି ଚାଲିବାକୁ ଦେବୁ ନାହିଁ। ୬ ମାସ ପୂର୍ବରୁ ଜଣାଇଥିଲେ ବି ଏଯାଏ କିଛି ନିଷ୍ପତ୍ତି ହୋଇନାହିଁ। ତେଣୁ ଆସନ୍ତାକାଲି ଠୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରାଯିବ।’’

ଆନ୍ଦୋଳନ ଯୋଗୁଁ ସୋମବାର ରାଜଧାନୀର ବିଭିନ୍ନ ସ୍ଥାନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା। ଟ୍ରାଫିକ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ପୋଲିସ କି ନାକେଦମ ହେବାକୁ ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ ଡ଼ାଇଭରସନ କରିଥିଲା ପୋଲସ। ଆନ୍ଦୋଳନକାରୀ ଫେରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ପୋଲିସ ଡିସିପି ଉମାଶଙ୍କର ଦାସ କହିଥିଲେ, "ସାରା ରାଜ୍ୟରୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଆସିଥିଲେ। ପରେ ଭୁବନେଶ୍ୱର ଛାଡ଼ି ଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଟ୍ରାଫିକ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଡାଇଭରସନ କରାଯାଇଥିଲା। ଯେଉଁଥି ପାଇଁ ଟ୍ରାଫିକ ବ୍ୟାଘାତ ହୋଇଥିଲା। ପରେ ଟ୍ରାଫିକ ବ୍ୟବସ୍ଥା ଧୀରେ ଧୀରେ ଟ୍ରାଫିକ ସ୍ୱାଭାବିକ ହୋଇଥିଲା ପିଏମଜି ରାସ୍ତାକୁ ଖୋଲା ଯାଇଛି। କିଛି ସ୍ଥାନରେ ରାସ୍ତାରୋକ କରିଥିଲେ। ଯେଉଁଠି ବିଶୃଙ୍ଖଳା କରିଥିଲେ ଓ ନିୟମର ଖିଲାଫ କରିଥିଲେ ସେଠାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁଠି ବେଆଇନ କାର୍ଯ୍ୟ କରିଛନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।’’

ଦୀର୍ଘ ଦିନ ଧରି ଦାବି ପୂରଣ ନ ହେବାରୁ ଓଡ଼ିଶା ଡ୍ରାଇଭର ମହାସଙ୍ଘ ପୁଣି ରାସ୍ତାକୁ ଓହ୍ଲାଇଛି। ହଜାର ହଜାର ଡ୍ରାଇଭର ଭାଇମାନେ ମାଷ୍ଟରକ୍ୟାଣ୍ଟିନ ଛକ ସହ ବିଭିନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଳକ ସମାଜର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଆଇନ କରିବା, ୫୫ ବର୍ଷ ପରେ ପେନସନ, ଦୁର୍ଘଟଣାରେ ମୃତକ ଚାଳକ ପରିବାରକୁ ୨୦ ଲକ୍ଷର ବୀମା ରାଶି ମିଳିବା ଓ ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଦିଆଯାଉ ଇତ୍ୟାଦି ରହିଛି। ଗାଡ଼ି ଚଳାଇବାର ସମୟସୀମା ଧାର୍ଯ୍ୟ କରିବା ସହିତ ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ କମ କରିବା ଭଳି ୧୦ ଦଫା ଦାବି କରିଥିଲା ମହାସଙ୍ଘ। ରାଜ୍ୟ ସରକାର ଡ୍ରାଇଭର ମହାସଂଘର ୧୦ ଦଫା ଦାବିରୁ କିଛି ଦାବି ଉପରେ ବିଚାର କରାଯାଇଥିବା ବେଳେ ଆଉ କିଛି ଦାବି ତିନି ମାସ ମଧ୍ୟରେ ପୂରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର।
Published by:Lipina Das
First published: