ସିମ୍ କାର୍ଡ଼ ଆକ୍ଟିଭ କରିବାକୁ କହି ଡ଼ାକ୍ତରଙ୍କ ଆକାଉଣ୍ଟରୁ ୭୭.୮୬ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଠକ
ଅବସର ପ୍ରାପ୍ତ ଡାକ୍ତର ସନାତନ ମହାନ୍ତି ବ୍ୟବହାର କରୁଥିବା ବିଏସଏନଏଲ ସିମ୍ ଡିଆକ୍ଟିଭ୍ ହୋଇଯିବ ବୋଲି ଦର୍ଶାଇ ତାଙ୍କ ପାଖକୁ ଗତ ୯ ତାରିଖ ଦିନ ଏକ ଏସଏମଏସ ଆସିଥିଲା । ସେହି ଏସଏମଏସରେ ଦିଆଯାଇଥିବା ଏକ ଅଜଣା ନମ୍ବରକୁ ସନାତନ ଫୋନ କରିଥିଲେ ।

ଅବସର ପ୍ରାପ୍ତ ଡାକ୍ତର ସନାତନ ମହାନ୍ତି (ଫାଇଲ ଫଟୋ)
- News18 Odia
- Last Updated: February 18, 2021, 10:41 AM IST
କଟକ: ଅନ୍ଲାଇନ୍ ମାଧ୍ୟମରେ ପୁଣି ଥରେ ଏକ ବଡ଼ ଧରଣର ଠକେଇ କରିବାରେ ସଫଳ ହୋଇଛନ୍ତି ସାଇବର ଅପରାଧୀ । ଏନ.ଟି.ପି.ସି କଣିହାରୁ ଅବସର ନେଇଥିବା କଟକର ଜଣେ ଅବସର ପ୍ରାପ୍ତ ଡାକ୍ତର ସନାତନ ମହାନ୍ତିଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ୮୬ ହାଜର ୭୨୭ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଡାକ୍ତର ସନାତନ ମହାନ୍ତି ।
ଏହା ପରେ ସାଇବର ଠକ ରଚିଥିଲା ଠକେଇର ଅସଲ ଖେଳ । ପେସାରେ ଜଣେ ଡକ୍ତର ହୋଇଥିଲେ ମଧ୍ୟ ନିଜର ନର୍ବୋଧତାର ପରିଚୟ ଦେଇ ଡାକ୍ତର ସନାତନ ମହାନ୍ତି ଠକଙ୍କ କଥାକୁ ମାନି ସେହି ଆପରେ ନିଜର ଏଟିଏମ କାର୍ଡର ନମ୍ବର ପରେ ସିଭିବି ନମ୍ବର ଓ ପରେ ନିଜ ବିଏସଏନଏଲ ସିମ୍ ଆଟାଚ୍ ଥିବା ବ୍ୟାଙ୍କର ଆକାଉଣ୍ଟ ନମ୍ବର ମଧ୍ୟ ଦେଇ ଦେଇଥିଲେ । ଓ ତାହା ପରେ ୧୫ ତାରିଖ ମଧ୍ୟରେ ୪୮ଟି ଟ୍ରାଞ୍ଚାକ୍ସନ୍ରେ ତାଙ୍କ ଆକାଉଣ୍ଟରୁ ମୋଟ ୭୭ ଲକ୍ଷ ୮୬ ଲକ୍ଷ ୭୨୭ ଟଙ୍କା ଠକେଇ କରି ନେଇଥିଲେ ଅନଲାଇନ୍ ଲୁଟୋରା ।
ବଡ଼ କଥା ହେଲା ଡାକ୍ତର ମହାନ୍ତିଙ୍କର କଟକରେ ଥିବା ଏସବିଆଇର ଦୁଇଟି ଶାଖରେ ଥିବା ଦୁଇଟି ସଂଞ୍ଚୟ ଖାତା ଓ ସମସ୍ତ ୬ଟି ଯାକ ଫିକ୍ସ ଡିପୋଜିଟ୍ଆକାଉଣ୍ଟରୁ ମଧ୍ୟ ଲୁଟେରା ମାନେ ଟଙ୍କା ଉଠାଇବାରେ ସଫଳ ହୋଇଛନ୍ତି । ଲୁଟେରାମାନେ ପ୍ରଥମେ ବ୍ୟାଙ୍କ ଖାତା ସହିତ ଲିଙ୍କ ଥିବା ମୋବାଇଲ ନମ୍ବରକୁ ହ୍ୟାକ୍ କରିଥିଲେ । ଓ ଏହା ପରେ ତାଙ୍କ ହାତରେ ଲାଗିଥିବା ଡାକ୍ତର ମହାନ୍ତିଙ୍କ ଡିଟେଲ୍କୁ ବ୍ୟବହାର କରି ନେଟ୍ବ୍ୟାଙ୍କିଂ ଜରିଆରେ ଏହି ଠକେଇ କରିଥିଲେ ।
“ମୁଁ ସେମାନଙ୍କୁ ବିଶ୍ବାସ କରି ଏହି ସବୁତଥ୍ୟ ଦେଇଥିଲି । କିନ୍ତୁ ସେହି ଦିନ ସନ୍ଧ୍ୟା ବେଳେ ମୋର ଏଟିଏମ କାମ କରିବା ବନ୍ଦ କରି ଦେବାରୁ ମୋର ସନ୍ଦେହ ହେଲା ମୁଁ ବ୍ୟାଙ୍କ ଗଲି । ସେଠି ମତେ ବ୍ୟାଙ୍କ ବାଲା କହିଲେ ସେ ଆପଣଙ୍କ ଆକାଉଣ୍ଟରୁ ଆଜି ଦୁଇଟି ଟ୍ରାନ୍ଜେକ୍ସନରେ ୪୯ ହାଜର ଟଙ୍କାର ଫ୍ରଡ଼ ଟ୍ରାନ୍ଜେକ୍ସନ ହୋଇଛି । ତା ପରେ ବ୍ୟାଙ୍କ ବାଲା କହିଲେ ଆପଣଙ୍କ ଏଟିଏମ କାର୍ଡ ଜରିଆରେ ଠକେଇ ହୋଇଛି ଓ ସେହି ଏଟିମଏମ କାର୍ଡ କ୍ଲୋଜ୍ ହୋଇଛି ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆଉ ଏକ ଏଟିମଏମ କାର୍ଡ ପାଇଁ ଦରଖାସ୍ତ ଦିଅନ୍ତୁ । ମୁଁ ମଧ୍ୟ ବ୍ୟାଙ୍କ କଥାରେ ବିଶ୍ବାସ କରି ଚାଲି ଆସିଥିଲି,” କହିଛନ୍ତି ସନାତନ ମହାନ୍ତି ।