ନିର୍ଗୁଣ୍ଡି ରେଳ ଦୁର୍ଘଟଣା: ପାଖାପାଖି ୧୦୦ ଜଣଙ୍କ ଲିଖିତ ବୟାନ ଓ ସ୍ଥଳ ନିରୀକ୍ଷଣ ସହ ଆଗକୁ ବଢ଼ୁଛି ତଦନ୍ତ

ସେହି ରେଳ ରୁଟରେ ସ୍ବୟଂଚାଳିତ ସିଗନାଲ ବ୍ୟବସ୍ଥା ଥିବା ସତ୍ୱେ ଏହି ଦୁର୍ଘଟଣା କେମିତି ଘଟିଲା ସେ କଥା ତଦନ୍ତ ସମୟରେ ସବୁ ଠୁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି । ଏହି ତୃଟି ଯାନ୍ତ୍ରିକ ନା ମନୁଷ୍ୟକୃତ ଥିଲା? ଏହାର ଉତ୍ତର ମିଳବ ତଦନ୍ତ ରିପୋର୍ଟରୁ ।

ନିର୍ଗୁଣ୍ଡି ରେଳ ଦୁର୍ଘଟଣା: ପାଖାପାଖି ୧୦୦ ଜଣଙ୍କ ଲିଖିତ ବୟାନ ଓ ସ୍ଥଳ ନିରୀକ୍ଷଣ ସହ ଆଗକୁ ବଢ଼ୁଛି ତଦନ୍ତ
ଜଣେ ଆହତ ଯାତ୍ରୀଙ୍କୁ ଡାକ୍ତର ଓ ନର୍ସ ଚ଼ିକିତ୍ସା କରୁଛନ୍ତି ।
  • News18 Odia
  • Last Updated: January 20, 2020, 2:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଗତ ୧୬ ତାରିଖ ସକାଳେ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ ଏକ ମାଲ ଗାଡିକୁ ପଛ ପଟୁ ଧକ୍କା ଦେବା ପଛର କାରଣ ଖୋଜା ଚ଼ାଲିଛି । ଏଥି ପାଇଁ ଗୋଟିଏ ଦିନରେ ନିଲମ୍ବିତ ହୋଇଥିବା ଚ଼ାରି ଜଣ ରେଳ କର୍ମଚାରୀଙ୍କ ସହ ପାଖାପାଖି ଶହେ ଜଣଙ୍କ ଲିକ୍ଷିତ ବୟାନକୁ ନେଇ ତଦନ୍ତ ଆଗକୁ ବଢୁଛି । ମାସକ ମଧ୍ୟରେ ରେଳବାଇକୁ ପ୍ରଦାନ କରାଯିବ ପ୍ରାଥମିକ ରିପୋର୍ଟ ।

ସେହି ରୁଟରେ ସ୍ବୟଂଚାଳିତ ସିଗନାଲ ବ୍ୟବସ୍ଥା ଥିବା ସତ୍ୱେ ଏହି ଅଘଟଣ କେମିତି ଘଟିଲା ସେ କଥା ତଦନ୍ତ ସମୟରେ ସବୁ ଠୁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି । ଏହି ତୃଟି ଯାନ୍ତ୍ରିକ ନା ମନୁଷ୍ୟ କୃତ ଥିଲା? ଏହାର ଉତ୍ତର ମିଳବ ତଦନ୍ତ ରିପୋର୍ଟରୁ ।

ରେଳବାଇର ମୁଖ୍ୟ ନିରାପତ୍ତା ଆୟୁକ୍ତ ଅଭୟ କୁମାର ରାଏ କଟକ ରେଳ ଷ୍ଟେସନ ନିକଟରେ ଥିବା ରେଳବାଇ ରେଷ୍ଟ ହାଉସରେ ଏ  ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେ ନିଜେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରେଳବାଇର ଆଠଟି ବିଭାଗର କର୍ମଚାରୀଙ୍କ ସହ ପ୍ରାୟ ଶହେ ଜଣ ଲୋକଙ୍କ ଲିଖିତ ପକ୍ଷକୁ ଗ୍ରହଣ କରିଛନ୍ତି ।

ଏକାଧିକ ପର୍ଯ୍ୟାୟରେ ଏହି ତଦନ୍ତ ହେବା ସହ ଗୋଟିଏ ମାସ ମଧ୍ୟରେ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରି ରେଳବାଇକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ନିରାପତ୍ତା ଆୟୁକ୍ତ ।

‘‘ଦୃଘଟଣାଗ୍ରସ୍ତ ହେବା ପୂର୍ବରୁ ଲୋକମାନ୍ୟ ତିଲକ ଏକ୍ସପ୍ରେସର ଗତି କେତେ ଥିଲା, କୁହୁଡି ଯୋଗୁଁ ସେହି ସମୟର ଦୃଶ୍ୟମାନତା ବା ଭିଜିବିଲିଟି କେତେ ଥିଲା, ରୋଲିଂ ଷ୍ଟକ୍, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସମ୍ପର୍କିତ ବିଭିନ୍ନ ଦିଗକୁ ଦୃଷ୍ଟି ରଖି ତଦନ୍ତ କରାଯାଉଛି,” କହିଛନ୍ତି ରାୟ ।

ପ୍ରଥମ ପର୍ଯ୍ୟାୟରେ ସାକ୍ଷ ଗ୍ରହଣ କରାଯିବ ଏବଂ ଏହା ପରେ ଘଟଣା ଦିନ ଜବତ ହୋଇଥିବା ଏକ୍ସପେସ ଟ୍ରେନର ସ୍ପିଡୋମିଟର, ଏକ୍ସପ୍ରେସ ଟ୍ରେନର ଡ୍ରାଇଭରଙ୍କ ସଂଗୃହିତ ରକ୍ତ ନମୁନା ରିପୋର୍ଟ, ସିଗନାଲ ଓ ସୁରକ୍ଷା ଜାଞ୍ଚ ସମ୍ପର୍କିତ ବଭିନ୍ନ ଡିଜିଟାଲ ପ୍ରମାଣ ଓ ନଥି ପତ୍ର ମଧ୍ୟ ଜାଞ୍ଚ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

“ସେଦିନ ଟ୍ରେନର ଏସି ବଗିରେ ମୁଁ ଥିଲି । ହଠାତ ଏକ ଶବ୍ଦ ଶୁଭିବା ସହ ଜୋରରେ ଝଟକା ମଧ୍ୟ ଅନୁଭବ କରିଥିଲି । ଝଟକା ଏତେ ଶକ୍ତ ଥିଲେ ଯେ ଟ୍ରେନ ଭିତରେ ମୁଁ ପଡିଯାଇଥିଲି । ଆଜି ତଦନ୍ତ କମିଶନଙ୍କ ଆଗରେ ମୁଁ ଏହା ହିଁ ଲେଖିକରି ଉପସ୍ଥାପିତ କଲି,” ନିଜ ନାମ ଗୋପନ ରଖି କହିଛନ୍ତି ରେଳବାଇର ଜଣେ ଏସି ମେକାନିକ୍ ।

ଏହି ଘଟଣାରେ ନିର୍ଗୁଣ୍ଡି ଷ୍ଟେସନର ଡିୟୁଟି ଷ୍ଟେସନ ମ୍ୟାନେଜର, ମାଲବାହୀ ଟ୍ରେନର ଗାର୍ଡ ଓ ଲୋକମାନ୍ୟ ତିଲକ ଏକ୍ସପ୍ରେସର ଦୁଇଜଣ ଡ୍ରାଇଭରଙ୍କୁ ନିଲମ୍ବିତ କରିସାରିଛି ରେଳବାଇ । ସେହି ଚ଼ାରି ଜଣ ନିଲମ୍ବିତ କର୍ମଚାରୀଙ୍କ ବୟାନ ମଧ୍ୟ ତଦନ୍ତ ପାଇଁ ରେକର୍ଡ ହୋଇଛି ।

ଗତ ୧୬ ତାରିଖ ଦିନ ସକାଳ ପ୍ରାୟ ୬ଟା ୪୫ ମିନିଟ ସମୟରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଏକ ଟ୍ରାକରେ ପୂର୍ବରୁ ଛିଡା ହୋଇ ରହିଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଫଳରେ ଏକ୍ସପ୍ରେସ ଟ୍ରେନର ଆଠଟି ବଗି ଲାଇନଚ୍ୟୁତ ହେବା ସହ ୨୧ ଜଣ ଯାତ୍ରୀ ଆହତ ହୋଇଥିଲେ ।
First published: January 20, 2020, 2:14 PM IST
corona virus btn
corona virus btn
Loading