News 18 Odia Digital
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ EOW ହାତରେ ଦେଶର ସବୁଠୁ ବଡ଼ ଜବ୍ ରାକେଟ (Racket) ଠକ । ଜବ୍ ୱେବସାଇଟ୍ (job website) ଖୋଲି ୧୭ଟି ରାଜ୍ୟରେ ଚାଲିଥିଲା ନେଟୱର୍କ (network) । ରଙ୍ଗୀନ ଦୁନିଆରେ ଲାଗିଥିଲା ଠକେଇ ଟଙ୍କା । ବିହାର (bihar) ଗୋପାଲଗଞ୍ଜରୁ ମୁଖ୍ୟ ଅଭିଯୁକ୍ତ ଧରମ ପାଲ ସିଂ ଗିରଫ (arrested)।
ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଚାକିରି ଦେବାକୁ କହି ସାଢ଼େ ୬ କୋଟି ଟଙ୍କା ଠକେଇ ଅଭିଯୋଗରେ ଧରମପାଲକୁ ଗିରଫ କରିଛି EOW। ବିଭିନ୍ନ ରାଜ୍ୟର ପ୍ରାୟ ୧ଲକ୍ଷ ଯୁବକ ଯୁବତୀଙ୍କୁ ଠକିଥିଲା ଅଭିଯୁକ୍ତ ଧରମପାଲ । ଅଣ୍ଡରଗ୍ରାଉଣ୍ଡ ଅପରେସନ (underground operation) କରି ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EoW।
କ୍ରାଇମବ୍ରାଞ୍ଚର ତଦନ୍ତ ବେଳେ ଜଣାପଡ଼ିଛି, ଆଶାୟୀ ପିଲାଙ୍କୁ ଠକି ଥିବା ଟଙ୍କାରେ ରଙ୍ଗୀନ ଦୁନିଆରେ ପାଦ ଥାପିଥିଲା ଅଭିଯୁକ୍ତ ଧରମପାଲ । ଠକେଇ ଟଙ୍କାରେ ସୁମିତ୍ରା ପ୍ରଡକ୍ଟସନ ବ୍ୟାନରରେ ସେ "ସେକେଣ୍ଡ ମଦର" (second mother) ନାମକ ଫିଲ୍ମ ମଧ୍ୟ ତିଆରି କରିଥିଲା । ଏତେ ବଡ଼ ରାକେଟ ଧରମପାଲ ଏକା ଚଳାଇବା ଅସମ୍ଭବ ତେଣୁ ଏଥିରେ ଆଉ କିଏ ସଂପୃକ୍ତ ତାହାର ଖୋଳତାଡ଼ କରୁଛି EoW। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ଧରମପାଲକୁ ବିହାରରୁ ଗିରଫ କରି ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡ ରେ ଭୁବନେଶ୍ବର ଆଣିଛି ତଦନ୍ତକାରୀ ଟିମ୍।
ଏହି ଖବର ପଢ଼ନ୍ତୁ-
http://News18 Big Breaking: ରାତି ୧୦ରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ, ମହିଳା ଟି-୨୦, ଇଂଲଣ୍ଡ-ଭାରତ ମ୍ୟାଚ୍ ଜାରିଫେକ୍ ଜବ୍ ରାକେଟ୍ ପର୍ଦ୍ଦାଫାସ ପରେ ତଦନ୍ତକାରୀ ଟିମ୍ ଆଗରେ ଅନେକ ପ୍ରଶ୍ନ (question)। ଠକେଇର ଅର୍ଥର ପରିମାଣ କେତେ ? ଓଡ଼ିଶାରୁ କେତେ ଆଶାୟୀଙ୍କ ଠାରୁ କେତେ ଟଙ୍କା ଠକେଇ (fraud) ହୋଇଛି ? ଏହି ରାକେଟ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି କି ? ଓଡ଼ିଶାରୁ ଏହି ରାକେଟ୍ରେ କିଏ ସଂପୃକ୍ତ (involve) ? ଫେକ୍ ଜବ୍ ଛଡ଼ା ଆଉ କିଛି ଠକେଇରେ ସଂପୃକ୍ତି କି ଧରମପାଲ ଓ ଟିମ୍ । ଫିଲ୍ମ ଦୁନିଆର କେହି ରାକେଟରେ ସାମିଲ ଅଛନ୍ତି କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବ EOW ।
ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବରରେ EOW ଉତ୍ତରପ୍ରଦେଶର ଆଲିଗଡରୁ କାର୍ଯ୍ୟ କରୁଥିବା ଏକ ପ୍ରମୁଖ ଅନ୍ତରାଜ୍ୟ ଚାକିରି ଠକେଇ ରାକେଟର ପର୍ଦ୍ଦାଫାଶ କରିଥିଲା। ଦେଶରେ ଯୁବକ ଯୁବତୀମାନେ ଚାକିରି ଖୋଜୁଥିବା ସମୟରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଆଶାୟୀଙ୍କୁ ଠକିଥିଲେ ଏହି ସଂସ୍ଥା । ଜାଲିଆତି କରିବା ସହ କୋଟି କୋଟି ଟଙ୍କା ଠକେଇ କରିଥିଲା ଉକ୍ତ ଫେକ୍ ଜବ୍ ସସ୍ଥା । ଉକ୍ତ ଠକେଇକୁ ଦେଶର ସବୁଠାରୁ ବଡ ଚାକିରି ଠକେଇ ରାକେଟ ବୋଲି କୁହାଯାଉଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।