ରାଜ୍ୟରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର

ସରକାରୀ ଦଳ BJDର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦାବି କରିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଦୌ ବିଗିଡ଼ି ନାହିଁ । ‘‘କେବଳ BJP ଦଳର ଶୃଙ୍ଖଳା ବିଗୁଡୁଛି । ସେମାନେ ନିଜ ଭିତରେ ଯାହା ଆଲୋଚନା କରୁଛନ୍ତି ନିଜ ଦଳ କଥା ଉପସ୍ଥାପନା କରୁଛନ୍ତି ।’’

ରାଜ୍ୟରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 26, 2021, 11:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଗୃହ ବିଭାଗର ଆଣିଥିବା ଶ୍ବେତପତ୍ରରେ ରାଜ୍ୟରେ ଅପରାଧର ସ୍ଥିତି ବିଷୟରେ ଚକିତ କରିଦେବା ପରି ତଥ୍ଯ ଆସିଛି । ରାଜ୍ୟରେ ଦିନକୁ ୩୬୭ଟି ଅପରାଧ ସଙ୍ଗଠିତ ହେଉଛି । ସେଥିରେ ରହିଛି ଆଠଟି ଦୁଷ୍କର୍ମ ଓ ଚାରିଟି ହତ୍ୟାକାଣ୍ଡ । ଶ୍ବେତପତ୍ରରେ ଉପସ୍ଥାପିତ ବିପର୍ଯ୍ୟସ୍ତ ଆଇନ ଶୄଙ୍ଖଳାର ଚିତ୍ରକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି । ହେଲେ ଶାସକ ବିଜେଡି କହିଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଛି ।

ରାଜ୍ୟରେ ୨୦୨୦ରେ ୧ ଲକ୍ଷ ୩୪  ହଜାର ୨୩୦ଟି ଅପରାଧ ମାମଲା ପଞ୍ଜିକୃତ ହୋଇଛି । ସେଥିରୁ ୯୩,୨୨୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ଅଛି । ୨୦୨୦ରେ ୧,୪୭୦ଟି ନରହତ୍ୟା ମାମଲା ପଞ୍ଜିକୃତ ହୋଇଛି । ୨,୯୮୪ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୨,୦୫୪ଟି ମାମଲାରେ ଚାର୍ଜସିଟ୍ ହୋଇଛି ।

ଦେଖନ୍ତୁ PHOTOS | ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁ

୨୦୨୦ରେ ରାଜ୍ୟରେ ୨,୦୫୯ଟି ଦଙ୍ଗା ମାମଲା ଓ ୩,୫୨୪ଟି ଠକେଇ ମାମଲା ରୁଜୁ ହୋଇଛି (Odisha crime situation) । ୪,୦୮୮ଟି ଯୌତୁକ ଜନିତ ମାମଲା ବିଭିନ୍ନ ଥାନାରେ ରେକର୍ଡ଼ କରାଯାଇଛି । ୧୦,୪୧୨ଟି ଚୋରି ଓ ୫୧୪ଟି ଡକାୟତି ମାମଲା ରୁଜୁ ହୋଇଛି। ୨,୧୬୬ଟି ଲୁଣ୍ଠନ ଓ ୪,୫୦୦ଟି ସିନ୍ଧି ଚୋରି ମାମଲା ରେକର୍ଡ଼ ହୋଇଛି ।

ରାଜ୍ୟରେ ଅପରାଧର ସ୍ଥିତି ବିଷୟରେ ଗୃହ ବିଭାଗ ଏହି ଶ୍ବେତପତ୍ର ଆଣିଛି ।


ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସପିଟାଲରେ ଭର୍ତ୍ତି ହେଲେ

ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି ସ୍ଥିର ରଖିବା ଉପରେ ସରକାର ଗୁରୁତ୍ୱ ଦେଇଆସୁଥିବା ବେଳେ ୨୦୨୦ରେ ୨୭ ଥର ହିନ୍ଦୁ-ମୁସଲିମ୍‌ (Odisha Hindu-Muslim riots) ଓ ତିନି ଥର ହିନ୍ଦୁ-ଖ୍ରୀଷ୍ଟିଆନ ବିଦ୍ୱେଷ (Odisha Hindu-Christian riots) ଦେଖାଦେଇଛି । ୨୦୨୦-୨୧ରେ ପୋଲିସ୍‌ ତରଫରୁ ୧୮ ଥର ଗୁଳି ଚାଳନା (firing by Odisha police) କରାଯାଇଛି । ପାଞ୍ଚଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଛି । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଓ ୩୪ ଜଣ ମାଓବାଦୀଙ୍କୁ (Odisha Maoists) ଗିରଫ କରାଯାଇଛି । ଦୁଇଟି ଉପନିର୍ବାଚନ ଓ କୋଭିଡ ମଧ୍ୟରେ ରଥଯାତ୍ରାର ସୁପରିଚାଳନା କରାଯାଇଥିବା ଏହି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି ।

ଦେଖନ୍ତୁ PHOTOS | ଅଭିନେତ୍ରୀ ଦିଶା ପଟାନୀଙ୍କ ଏହି ବିକିନି ଫଟୋଗୁଡ଼ିକ ଇଣ୍ଟରନେଟରେ ଝଡ଼ ସୃଷ୍ଟି କଲେ; ଦେଖନ୍ତୁ

ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ପୋଲିସ ସଂଖ୍ୟା କମ୍‌ ଥିଲେ ବି ସଠିକ ଫଳ ମିଳୁଛି ଓ ଅପରାଧ ନିୟନ୍ତ୍ରଣ ଭିତରେ ଅଛି । ହେଲେ ବିରୋଧୀ ଦଳମାନେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି ।

ଏହା ବି ପଢ଼ନ୍ତୁ | ୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି

‘‘ରାଜ୍ୟରେ ପୋଲିସ ବଳର ସଂଖ୍ୟା କମ୍‌ ଥିବା ସତ୍ତ୍ୱେ ପୋଲି କର୍ମଚାରୀମାନଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଅପରାଧ ଗ୍ରାଫ୍‌ ନିମ୍ନଗାମୀ ହୋଇଛି । ଇଏ ବଡ଼ ଆନନ୍ଦର କଥା,’’ କହିଛନ୍ତି ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ ।

ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ


ହେଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ରାଜ୍ୟରେ ଆଇନ ଶୄଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡି଼ ପଡି଼ଛି । ‘‘ଦିନକୁ ଆଠଟି ଦୁଷ୍କର୍ମ ଓ ଚାରିଟି ହତ୍ୟା ମାମଲା ଘଟୁଛି ଅର୍ଥାତ ସରକାରଙ୍କ ଗୃହ ବିଭାଗ ରାଜ୍ୟରେ ଅପରାଧକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ଡରି କରି ଆଜି ରାଜ୍ୟ ସରକାର ପଛଘୁଞ୍ଚା ଦେବାକୁ ଚାହୁଁଛନ୍ତି,’’ କହିଛନ୍ତି ସାଲୁଜା ।

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି

‘‘ଏଥିରେ ସନ୍ଦେହ ନାହିଁ ଯେ ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଆଜି ବିପର୍ଯ୍ୟସ୍ତ ହୋଇପଡ଼ିଛି । ୟା ପୂର୍ବ ବର୍ଷ ଦୈନିକ ଦୁଷ୍କର୍ମର ସାତଟି ମାମଲା ଆସୁଥିଲା, ହେଲେ ଏବେ ପ୍ରତି ଦିନ ନଅରୁ ୧୨ଟି ମାମଲା ଆସୁଛି । ଚୋରି ବି ଡବଲ୍‌ ହୋଇଛି ଓ ଡକାୟତି ଡବଲ୍‌ ହୋଇଛି । ଅର୍ଥାତ୍‌ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି,’’ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।

ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭଲ ଖବର ଆସିଛି

କିନ୍ତୁ ଶାସକ ଦଳ ବିଜେଡି କହିଛି ଯେ ରାଜ୍ୟରେ ଆଇନ ଶୄଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଓ କରୋନା କାଳରେ ପୋଲିସର କାର୍ଯ୍ୟ ବେଶ୍‌ ପ୍ରଶସଂନୀୟ । ‘‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଦୌ ବିଗିଡ଼ି ନାହିଁ । କେବଳ ବିଜେପି ଦଳର ଶୃଙ୍ଖଳା ବିଗୁଡୁଛି । ସେମାନେ ନିଜ ଭିତରେ ଯାହା ଆଲୋଚନା କରୁଛନ୍ତି ନିଜ ଦଳ କଥା ଉପସ୍ଥାପନା କରୁଛନ୍ତି, କିନ୍ତୁ ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଯେମିତି ସ୍ଥିର ଥିଲା ଏବେ ବି ସେମିତି ସ୍ଥିର ଅଛି,’’ କହିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।



କୋଭିଡ ମହାମାରୀ ବେଳେ କାର୍ଯ୍ୟ ସମ୍ପାଦନ ସମୟରେ ୮,୯୦୨ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ । କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । କରୋନାରୁ ସୁସ୍ଥ ହେବା ପରେ ୧,୦୦୨ ଜଣ ପ୍ଲାଜମା ଦାନ କରିଥିବା ଶ୍ୱେତପତ୍ରରେ ଉଲ୍ଲେଖ ଅଛି ।
Published by: Anand Shankar Thankur Das
First published: March 26, 2021, 11:06 PM IST