ଆସୁଛି କ୍ରିକେଟ୍ ମହୋତ୍ସବ: ବାରବାଟିରେ ଓଡ଼ିଶା କ୍ରିକେଟ ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ୍ ୧୪ ତାରିଖରୁ

ସମ୍ପୂର୍ଣ୍ଣ ଟି-୨୦ ଫର୍ମାଟରେ ହେବାକୁ ଥିବା OCL ଟୁର୍ଣ୍ଣାମେଣ୍ଟରେ ଛଅଟି ଟିମ୍ ଭାଗ ନେବେ । ଦିନକୁ ଦୁଇଟି ମ୍ୟାଚ ସହ ପୂରା ଶୃଙ୍ଖଳା ଫ୍ଲଡ୍ ଲାଇଟରେ ଖେଳାଯିବ । ଏଥିରୁ ଚଳିତ ରଣଜୀ ସିଜନ ପାଇଁ କିଛି ନୂଆ ପ୍ରତିଭା ମିଳିବେ ବୋଲି ଆଶା କରାଯାଉଛି ।

ବାରବାଟି ଷ୍ଟାଡିୟମ (ଫାଇଲ୍ ଫଟୋ)

ବାରବାଟି ଷ୍ଟାଡିୟମ (ଫାଇଲ୍ ଫଟୋ)

  • Share this:
News18 Odia Digital

କଟକ: ଓଡ଼ିଶା କ୍ରିକେଟର ପୁନରୁଦ୍ଧାର ସହିତ ନୁଆ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଏକ ନୂଆ ପଦକ୍ଷେପ ନେଇ ‘ଓଡ଼ିଶା କ୍ରିକେଟ ଲିଗ୍‌’ (ଓସିଏଲ) ଆରମ୍ଭ କରିବାକୁ ଯାଉଛି । ଟି-୨୦ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆସନ୍ତା ୫ ତାରିଖରୁ ଖେଳାଳି ଚୟନ ପ୍ରକ୍ରିୟା ଆରମ୍ଭ ହେବ । ଆଇପିଏଲ ଓ ଆଇସିସି ବିଶ୍ବ କପ୍ ପରିଚାଳନା କରୁଥିବା ଏକ ସଂସ୍ଥାକୁ ଓସିଏଲକୁ ପରିଚାଳନା ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ।

ଗତ ବର୍ଷ ଠାରୁ ତୃଣମୁଳ ସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ପାଇଁ ଆୟୋଜିତ ହୋଇଥିବା ଇଣ୍ଟ୍ରା-କ୍ଲବ ଟୁର୍ଣ୍ଣାମେଣ୍ଟଗୁଡ଼ିକରୁ ୧୬୮ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୮୪ ଜଣଙ୍କୁ ନେଇ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ (ଓସିଏଲ) । କିନ୍ତୁ ଏହା ପୂର୍ବରୁ ସେହି ୧୬୮ ଜଣ ଖୋଳାଳିଙ୍କୁ ନେଇ ଏକ ପ୍ରସ୍ତୁତି କ୍ୟାମ୍ପ କରାଯିବ । ତା’ ପରେ ଆସନ୍ତା ୧୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଓସିଏଲ ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି୭୦ ଲକ୍ଷ, ହେଲେ ମାଲିକ ମାଗୁଛି. କୋଟି

ଓସିଏ ସମ୍ପାଦକ ସଞ୍ଜୟ ବେହେରା


ସମ୍ପୂର୍ଣ୍ଣ ଟି-୨୦ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଛଅଟି ଟିମ୍ ଅଂଶ ଗ୍ରହଣ କରିବେ । ଦିନକୁ ଦୁଇଟି ମ୍ୟାଚ କରି ପୂରା ଶୃଙ୍ଖଳା ଫ୍ଲଡ୍‌ ଲାଇଟରେ କରିବା ପାଇଁ ନିଷ୍ପତ୍ତି ନେଇଛି ଓସିଏ । କୋଭିଡ ଗାଇଡଲାଇନକୁ ମାନି ଚୟନ ହୋଇଥିବା ସବୁ ୮୪ ଜଣ ଖେଳାଳିଙ୍କ ରହିବା ବ୍ୟବସ୍ଥା କିଟରେ ହୋଇଛି । ସେଠାରୁ ସେମାନେ ପ୍ରତି ଦିନ ବସ ଯୋଗ ବାରବାଟୀ ଆସି ମ୍ୟାଚ ପରେ ପୁଣି ଥରେ ଭୁବନେଶ୍ବର ଫେରିଯିବେ ।

ଏହି ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ଚୟନ କରାଯିବ । ଯେଉଁମାନେ ସୟଦ ମୁସ୍ତାକ ଅଲ୍ଲି ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ ଓଡ଼ିଶା ରଣଜୀ ଦଳ ଚୟନ ସମୟରେ ସେମାନଙ୍କ ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନିଆଯିବ । ଫଳରେ ଚଳିତ ରଣଜୀ ସିଜନରେ କିଛି ନୂଆ ମୁହଁ ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ | ବାହାଘର ସିଜିନରେ ସୁନା ରୂପାର ଦାମ୍ ବଦଳିଲା; ଜାଣନ୍ତୁ ଆପଣଙ୍କ ସହରରେ ନୂଆ ଦାମ୍

“ବିସିସିଆଇ ସହିତ ଆମର ଆଲୋଚନା ହୋଇଛି । ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ବିସିସିଆଇ ଜାନୁଆରୀ ମଧ୍ୟଭାଗରେ କରିବ ବୋଲି ଆମକୁ ସୂଚନା ଦିଆଯାଇଛି । ଯେହେତୁ ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଟି-୨୦ ଫର୍ମାଟରେ ହେଉଛି, ତେଣୁ ସେହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଆମ ଖେଳାଳିମାନଙ୍କୁ ଆମେ ଟି-୨୦ ଫର୍ମାଟ ଜରିଆରେ ଚୟନ କରିବା ପାଇଁ ଓସିଏଲର ଆୟୋଜନ କରାଯାଉଛି । କୋଭିଡ କଟକଣା ଥିବାରୁ ଏହି ଟୁର୍ଣ୍ଣାମେଣ୍ଟଟିକୁ ବିନା ଦର୍ଶକରେ ସମ୍ପନ୍ନ କରିବାକୁ ଆମେ ନିଷ୍ପତ୍ତି ଗ୍ରହଣ କରିଛୁ । କିନ୍ତୁ ଦର୍ଶକମାନେ ଫ୍ୟାନ୍ କୋଡ୍ ଆପ୍‌ ଜରିଆରେ ଏହି ଟୁର୍ଣ୍ଣାମେଣ୍ଟର ସିଧା ପ୍ରସାରଣ ଦେଖି ପାରିବେ,” କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ


ଗତ ସିଜନରେ ଓଡ଼ିଶା ରଣଜୀ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୨୩ ବର୍ଷରୁ କମ ଓ ୧୯ ବର୍ଷରୁ କମ୍‌ ଟିମର ପ୍ରଦର୍ଶନ ଆଶାନୁପୂରକ ନଥିଲା । ତେଣୁ ଓଡ଼ିଶା କ୍ରିକେଟର ସ୍ତରକୁ ବୃଦ୍ଧି କରିବା ସହିତ ରାଜ୍ୟର କୋଣାନୁକୋଣରେ ଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ଓସିଏ ପକ୍ଷରୁ ଆରମ୍ଭ ହୋଇଥିଲା ଏକ ପ୍ରୟାସ । “ଭିଜନ୍ ୨୦୨୪” ନାମକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଗତ ବର୍ଷ ରାଜ୍ୟବ୍ୟାପି କ୍ଲବ ସ୍ତରରେ ଟୁର୍ଣ୍ଣାମେଣ୍ଟ ମାନ ଆୟୋଜନ କରାଯାଇଥିଲା । ଫଳ ସ୍ବରୂପ ୭,୭୦୬ ଜଣ ଉଦୀୟମାନ କ୍ରିକେଟ ଖେଳାଳିଙ୍କୁ ଚିହ୍ନଟ କରାଯାଇଥିଲା । ଓସ୍ଏଲ୍‌ ଭଳି ଏକ ଟୁର୍ଣ୍ଣାମେଣ୍ଟର ଆବଶ୍ୟକତା ଥିଲା ଓ ଏହା ଦ୍ବାରା ଅନେକ ପ୍ରତିଭାବାନ କ୍ରିକେଟ ଖେଳାଳି ସାମନାକୁ ଆସିବେ ବୋଲି ମତ ଦେଇଛନ୍ତି କ୍ରିକେଟ ଏକ୍ସପର୍ଟମାନେ ।



“ଯେତେବେଳେ ପ୍ରଥମ ଓପିଏଲ ହୋଇଥିଲା, ସେଥିରେ ଅନେକ ନୁଆ ପ୍ରତିଭାଙ୍କୁ ସ୍ପଟ୍‌ କରାଯାଇଥିଲା । ସେଥିରେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅନୁରାଗ ଷଢ଼ଙ୍ଗୀଙ୍କ ଭଳି ଅନେକ ପ୍ରତିଭା ସାମନାକୁ ଆସିଥିଲେ । ଆଜି ସେମାନେ ରଣଜୀ ଟିମର ଅଂଶ ବିଶେଷ । ଓସିଏଲ ଆୟୋଜନ ହେଲେ ଏଥିରେ ଖେଳାଳିଙ୍କ ଦକ୍ଷତା ସହିତ ତାଙ୍କ ମ୍ୟାଚ ଜିତାଇବା କ୍ଷମତା ମଧ୍ୟ ଜଣା ପଡ଼ିବ । ତେଣୁ ଏହି ପ୍ରତିଯୋଗୀତାରୁ ଯେଉଁ ନୁଆ ଚେହେରା ଆସିବେ ସେମାନେ ନିହାତି ଭାବେ ଓଡ଼ିଶା କ୍ରିକେଟକୁ ଏକ ଭିନ୍ନ ସ୍ତରକୁ ନେଇ ଯିବେ ବୋଲି ମୁଁ ଭାବୁଛି,” କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପୱନ ଅଗ୍ରୱାଲ ।
Published by:Anand Shankar Thankur Das
First published: