Coronavirus: ରାଜ୍ୟରେ ତଳ ମୁହାଁ କୋଭିଡ ସଂକ୍ରମଣ; ହେଲେ ସତର୍କ ରହିବାକୁ କହିଲେ ଏକ୍ସପର୍ଟ

ଏକ୍ସପର୍ଟଙ୍କ ମତରେ ସଂକ୍ରମଣ ତଳ ମୁହାଁ ହୋଇଥିଲେ ବି କୌଣସି ମୁହୂର୍ତ୍ତରେ ଚତୁର୍ଥ ସଂକ୍ରମଣ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଦୃଷ୍ଟିରୁ ପୂର୍ବ ଭଳି ସତର୍କତା ଅବଲମ୍ବନ କରିବା ଜରୁରୀ।

ରାଜ୍ୟରେ ତଳ ମୁହାଁ କୋଭିଡ ସଂକ୍ରମଣ; ହେଲେ ସତର୍କ ରହିବାକୁ କହିଲେ ଏକ୍ସପର୍ଟ

ରାଜ୍ୟରେ ତଳ ମୁହାଁ କୋଭିଡ ସଂକ୍ରମଣ; ହେଲେ ସତର୍କ ରହିବାକୁ କହିଲେ ଏକ୍ସପର୍ଟ

  • Share this:
News18 Odia Digital

ଭୁବନେଶ୍ବର: ତଳ ମୁହାଁ ହେବାରେ ଲାଗିଛି ରାଜ୍ୟରେ କୋଭିଡ଼ ସଂକ୍ରମଣ। ଲଗାତର ଭାବେ କମି ଚାଲିଥିବା କୋଭିଡ଼ ସଂକ୍ରମଣ ଶୁକ୍ରବାର ଅଢ଼େଇ ହଜାରରୁ ସାମାନ୍ୟ ଉପରେ ରହିଥିବା ବେଳେ ଆଜି ରାଜ୍ୟରେ ୨,୬୦୩ ନୂଆ ମାମଲା ଚିହ୍ନଟ ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ କହୁଛି ରାଜ୍ୟରେ ଦୈନିକ ନୂଆ ପଜିଟିଭ ସଂଖ୍ୟା ୨,୬୯୭ ଥିଲା । ଏହା ଭିତରୁ କ୍ୱାରେଟାଇନରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୬୮ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧,୧୨୯ ଥିଲା।

ତଳ ମୁହାଁ ସଂକ୍ରମଣ ଆଗକୁ ବହୁତ ତଳକୁ ଖସିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅନୁମାନ କରୁଛି। ତେବେ ଏକ୍ସପର୍ଟଙ୍କ ମତରେ ସଂକ୍ରମଣ ତଳ ମୁହାଁ ହୋଇଥିଲେ ବି କୌଣସି ମୁହୂର୍ତ୍ତରେ ଚତୁର୍ଥ ସଂକ୍ରମଣ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ଦୃଷ୍ଟିରୁ ପୂର୍ବ ଭଳି ସତର୍କତା ଅବଲମ୍ବନ କରିବା ଜରୁରୀ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ରାଜ୍ୟରେ ୩ ହଜାର ତଳକୁ ଖସିଲା କୋଭିଡ଼ ସଂକ୍ରମଣ । ତୃତୀୟ ଲହରିର ପ୍ରାୟ ୨୭ ଦିନ ପରେ ୩ ହଜାର ତଳକୁ ଖସିଲା ରାଜ୍ୟରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀଙ୍କ ମତରେ, ଉଭୟ ରାଜ୍ୟ ଓ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ପଜିଟିଭିଟି ୫ ପ୍ରତିଶତ ତଳକୁ ଖସିଛି। ଦେଶରେ ଧୀରେ ଧୀରେ କୋଭିଡ଼ ପଜିଟିଭିଟି ସଂଖ୍ୟା ମଧ୍ୟ ୧୦ ପ୍ରତିଶତ ତଳକୁ ଖସିଛି। ଏହା ସମସ୍ତଙ୍କ ପାଇଁ ଖୁସି ଖବର। ଆଶା କରାଯାଉଛି ଯେ, ମାର୍ଚ୍ଚ ଶେଷ ସୁଦ୍ଧା ପଜିଟିଭିଟି ପ୍ରତିଶତ ନଗଣ୍ୟ ହୋଇପାରେ।

ସମ୍ କୋଭିଡ କୋଭ୍ୟାକ୍ସିନ ସେଣ୍ଟରର ଚିଫ୍ ଇନଭେସ୍ଟିଗେଟର ଡ଼ଃ ଇପାରୀ ଭେଙ୍କେଟ ରାଓଙ୍କ ମତରେ, ‘‘ଏତିକିରେ ଆମେ ସନ୍ତୁଷ୍ଟ ହେବା ଅନୁଚିତ୍। କାରଣ କୌଣସି ମୁହୂର୍ତ୍ତରେ ବି ଚତୁର୍ଥ ସଂକ୍ରମଣ ଲହର ଆରମ୍ଭ ହୋଇପାରେ। ତୃତୀୟ ଲହରରେ ସଂକ୍ରମଣ କମିବା ଆଶ୍ୱସ୍ତିକର ଖବର ନିଶ୍ଚୟ। କିନ୍ତୁ ଆମକୁ ପୂର୍ବ ଭଳି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆମେ ଦେଖି ଆସିଛେ କୋଭିଡ଼ ଭୂତାଣୁ ବାରମ୍ବାର ରୂପ ପରିବର୍ତନ କରୁଛି। ଏହା ଭୂତାଣୁର ଧର୍ମ। ସେ ଦୃଷ୍ଟିରୁ ଚତୁର୍ଥ ସଂକ୍ରମଣ କେତେବେଳେ ବି ଆସିପାରେ। ବିଶ୍ବର ଏକାଧିକ ରାଷ୍ଟ୍ରରେ ଏଭଳି ସ୍ଥିତି ଧିରେ ଧିରେ ସାମ୍ନାକୁ ଆସୁଛି। ତେଣୁ ଏଥିପାଇଁ କୋଭିଡ଼ ନିୟମ ଅନୁପାଳନ କରିବା ଜରୁରୀ। ନହେଲେ ସ୍ଥିତି ବିଗିଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।’’

ଏକ୍ସପର୍ଟଙ୍କ ମତରେ ପୂର୍ବର ୩ଟି ଯାକ କୋଭିଡ଼ ଲହରରେ ଆମେ ସତର୍କତା ଅବଲମ୍ବନ କରିଛେ। ସେ ଦୃଷ୍ଟିରୁ ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି। ତେଣୁ ଆମ ଆଚରଣ ଉପରେ ନିର୍ଭର କରୁଛି କୋଭିଡ଼ର ଚତୁର୍ଥ ସଂକ୍ରମଣ ଲହରିର ଭୟାବହତା।
Published by:Lipina Das
First published: