ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପାର୍ବଣରେ କୋଭିଡ ସଂକ୍ରମଣକୁ ନେଇ ପୁଣି ବଢ଼ିଲା ଚିନ୍ତା; ସତର୍କ କରାଇଲେ ବିଶେଷଜ୍ଞ

ପାର୍ବଣରେ କୋଭିଡ ସଂକ୍ରମଣକୁ ନେଇ ପୁଣି ବଢ଼ିଲା ଚିନ୍ତା; ସତର୍କ କରାଇଲେ ବିଶେଷଜ୍ଞ

ରାଜ୍ୟରେ ଏବେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ଟପିଛି। ସେ ଭିତରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାରରୁ ଅଧିକ। ଏ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ଼ର ମୃତ୍ୟୁ ସଂଖ୍ୟା ୯ ହଜାର ଛୁଇଁବାକୁ ବସିଲାଣି ।

ପାର୍ବଣରେ କୋଭିଡ ସଂକ୍ରମଣକୁ ନେଇ ପୁଣି ବଢ଼ିଲା ଚିନ୍ତା; ସତର୍କ କରାଇଲେ ବିଶେଷଜ୍ଞ
ପାର୍ବଣରେ କୋଭିଡ ସଂକ୍ରମଣ ନେଇ ପୁଣି ବଢ଼ିଲା ଚିନ୍ତା
  • News18 Odia
  • Last Updated: October 5, 2021, 9:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପାର୍ବଣରେ କୋଭିଡ ସଂକ୍ରମଣକୁ ନେଇ ପୁଣି ବଢ଼ିଲା ଚିନ୍ତା, କାରଣ କୋଭିଡ ସଂକ୍ରମଣକୁ ଚେକ ଦେବା ପାଇଁ ଅକ୍ଟୋବରର ସରକାରୀ ଗାଇଡ଼ ଲାଇନକୁ ଲୋକେ ଖୋଲାଖୋଲି ଅଣଦେଖା କରୁଛନ୍ତି। ହାଟ ବଜାରରେ କୋଭିଡ଼ ନିୟମକୁ ଲୋକେ ଫୁ କରି ଉଡ଼ାଇ ଦେଇଉଥିବା ଦେଖାଯାଉଛନ୍ତି । ଏହା ସହିତ କୋଭିଡ ନିୟମ ଅନୁପାଳନ କ୍ଷେତ୍ରରେ ଚେକିଂ ଓ ଫାଇନ କୋହଳ କରାଯାଇ ଥିବାରୁ କୋଭିଡ ଗାଇଡଲାଇନ ଅସ୍ତିତ୍ବ ହଟାଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ପୁଣି ତୃତୀୟ ସଂକ୍ରମଣର ଭୟ ସହିତ ଲାକଡାଉନ ଓ ସଟଡାଉନ ଫେରିବା ନିଶ୍ଚିତ ବୋଲି ଏକ୍ସପର୍ଟଙ୍କ ମତ ରଖିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଏବେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ଟପିଛି । ଏହା ଭିତରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାରରୁ ଅଧିକ ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ଼ର ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁବାକୁ ବସିଥିବା ବେଳେ ସବୁଠାରୁ ବଡ଼ କଥା ହେଲା ୦-୧୮ ବର୍ଷ ବୟସ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ୧ ଲକ୍ଷ ଛୁଇଁବାକୁ ବସିଲାଣି।

ଡାକ୍ତର ଶୋଭନ ରଥଙ୍କ ମତରେ, "ଗତ କିଛି ମାସ ଭିତରେ ରାଜ୍ୟରେ ସଂକ୍ରମଣ କମି ଥିଲେ ବି ୧୮ ବର୍ଷରୁ କମ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଚିନ୍ତାଜନକ । ଯେତେବେଳେ କୋଭିଡ଼ର ତୃତୀୟ ଲହର କଥା ଚର୍ଚ୍ଚାରେ ଅଛି ସେତେବେଳେ ୧୮ ବର୍ଷରୁ କମ୍ ରୋଗୀଙ୍କ ପାଇଁ କୋଭିଡ଼ ଟିକା ଉପଲବ୍ଧ ନ ଥିବା ବିଷୟ ଚିନ୍ତା ବଢାଇ ଦେଇଛି । ଏହା ଛଡ଼ା ଜୀଵନ ଜୀବିକାକୁ ଗୁରୁତ୍ୱ ଦେଇ କୋଭିଡ କଟକଣା କୋହଳ ହୋଇଥିବାରୁ ଏହା ମାରାତ୍ମକ ସ୍ଥିତିକୁ ଆମନ୍ତ୍ରଣ କରୁଛି । ତେଣୁ ପାର୍ବଣକୁ ଆଖିରେ ରଖି କୋଭିଡ କଟକଣା ଅଧିକ କଡ଼ାକଡ଼ି ଲାଗୁ କରାଯିବା ଦରକାର।"

ବଢୁଥିବା କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ବିଶେଷଜ୍ଞ


ସେହିଭଳି ଭୁବନେଶ୍ୱର ସ୍ଥିତ ଜୀଵ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ କହିଛନ୍ତି, ‘‘ଏବେ ବି କୋଭିଡ ସଂକ୍ରମଣର ଭୟ ରହିଛି। କାରଣ ଏହା ଏତେ ଶୀଘ୍ର ସରିବ ନାହିଁ। କେଵଳ ଆମ ମାନଙ୍କ ଅସାବଧାନତା କାରଣରୁ ଏହା ଆଗକୁ ଅଧିକ ମାରାତ୍ମକ ହେବାକୁ ଯାଉଛି । ସେଥି ପାଇଁ ଆମକୁ ଅଧିକ ସତର୍କ ହେବାର ଆବଶ୍ୟକତା ଅଛି । ଅସାବଧାନତା କାରଣରୁ ଆଗକୁ ଏହି ସ୍ଥିତି ବିଗିଡ଼ିପାରେ । ବିଶେଷ କରି ୦ ରୁ ୧୮ବର୍ଷ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । କାରଣ ଏହି ବର୍ଗଙ୍କ ପାଇଁ ଏବେ ବି କୋଭିଡ ଟିକା ଉପଲବ୍ଧ ହୋଇନାହିଁ।’’

ସେହିଭଳି ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ, ‘‘ଆଗକୁ ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଆଗ୍ରହୀ ହେଉଥିବାରୁ ସଂକ୍ରମଣ ବଢ଼ିବାର ଭୟ କମିପାରେ। କିନ୍ତୁ ଯେତେ କମ୍ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବାକୁ ପଡ଼ିବ। ଆମର ଗୋଟିଏ ଭୁଲ ବି ବଡ଼ ବିପଦକୁ ଆମନ୍ତ୍ରଣ କରିବା ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହିତ ରାଜ୍ୟ ଭିତରେ ଚଳ ପ୍ରଚଳକୁ ମନିଟରିଂ କରାଯିବା ଦରକାର। ତେବେ ଏ ପର୍ଯ୍ୟନ୍ତ ତୃତୀୟ ଲହର ଆସିନାହିଁ ଓ କେବେ ଆସିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।"

ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାରୀ ଭାବେ କୋଭିଡ଼ କଟକଣାକୁ ଅନେକାଂଶରେ କୋହଳ କରାଯାଇଥିବା ବେଳେ ଏବେ ସମସ୍ୟା ବଢ଼ିବାରେ ଲାଗିଛି, ଯାହା ପୁଣି ବିପଦକୁ ଆମନ୍ତ୍ରଣ କରୁଛି । ତେଣୁ ସମ୍ପୂର୍ଣ୍ଣ ଟିକାକରଣ ହେବା ପର୍ଯ୍ୟନ୍ତ ଆମକୁ ସ୍ଥିତି ମୁକାବିଲା କରିବାକୁ ହେବ ବୋଲି ବିଶେଷଜ୍ଞଙ୍କ ମତ ରଖିଛନ୍ତି ।
Published by: Lipina Das
First published: October 5, 2021, 9:42 AM IST