ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏବେ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ପାଇବେ

ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏବେ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ପାଇବେ

Odisha contractual employees salaries raised | ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ପୂର୍ବରୁ ମେଡିକାଲ ସୁବିଧା ନ ଥିଲା, ହେଲେ ଏଣିକି ସେମାନେ ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ପାଇବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଏଥି ପାଇଁ ସରକାର ବାର୍ଷିକ ₹୨୫୦ କୋଟି ଅଧିକ ବ୍ୟୟ କରିବେ।

ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏବେ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ପାଇବେ
ସରକାରଙ୍କ ନିଷ୍ପତ୍ତିରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ମଧ୍ୟରେ ଖୁସି ବ୍ୟାପିଯାଇଛି ।
  • News18 Odia
  • Last Updated: October 11, 2021, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ଦଶହରା ଭେଟି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀମାନଙ୍କୁ ଏଣିକି ‘‘ଇନିସିଆଲ ଆପଇଣ୍ଟିଜ୍’’ ଭାବେ ନିଯୁକ୍ତି ଦିଆଯିବ । ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।

ପଞ୍ଚାୟତିରାଜ, ଗୃହ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ, ଶ୍ରମ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅବକାରୀ ଓ ଅର୍ଥ ବିଭାଗର ୧୭ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ସରକାର ଉପହାର ଦେଇଛନ୍ତି । କ୍ୟାବିନେଟ ନିଷ୍ପତ୍ତି ବାବଦରେ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ‘‘ଚୁକ୍ତିଭିତ୍ତିକ କର୍ମଚାରୀମାନେ ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ। ଚାକିରୀର ପ୍ରଥମ ବର୍ଷରୁ ନୂଆ ନିୟମ ଲାଗୁ କରାଯିବ। ଚାକିରିର ଛଅ ବର୍ଷ ପରେ ନିୟମିତ ଚାକିରିର ମାନ୍ୟତା ମିଳିବ।’’

ଏହା ବି ପଢ଼ନ୍ତୁ | Coal Crisis: ଦେଶରେ ବିଜୁଳି ସମସ୍ୟା ଆହୁରି ବଢ଼ିବ ନା କମିବ? ଶକ୍ତି ସଚିବ ସ୍ଥିତି ସ୍ପଷ୍ଟ କଲେ

‘‘ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ପୂର୍ବରୁ ମେଡିକାଲ ସୁବିଧା ନ ଥିବା ବେଳେ ଏଣିକି ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ସେମାନେ ପାଇବେ । ଏଥି ପାଇଁ ରାଜ୍ୟ ସରକାର ପ୍ରତି ବର୍ଷ ୨୫୦ କୋଟି ଟଙ୍କା ଅଧିକ ବ୍ୟୟ କରିବେ,’’ କହିଛନ୍ତି ଜେନା ।

କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ବିଷୟରେ କହୁଛନ୍ତି ପ୍ରତାପ ଜେନା ।


ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକା

ଗ୍ରାମାଞ୍ଚଳରେ ସବୁ ଘରକୁ ସ୍ୱଚ୍ଛ ପାନୀୟ ଜଳ ଦେବାକୁ ସରକାର ଲକ୍ଷ ରଖିଥିବା ବେଳେ ସେହି କ୍ରମରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ୧୨ ଲକ୍ଷ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ସରକାର ମେଗା ପ୍ରକଳ୍ପକୁ ମୋହର ମାରିଛନ୍ତି । ଏଥି ପାଇଁ ୧,୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି

ଏହା ବି ପଢ଼ନ୍ତୁ | ବିରୋଧୀ ଦଳମାନେ PM CARESକୁ ଟାର୍ଗେଟ୍ କରୁଛନ୍ତି, କହୁନାହାନ୍ତି ସେଥିରେ ଅମ୍ଳଜାନ କାରଖାନା ତିଆରି ହୋଇଛି

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କ୍ୟାବିନେଟ ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛନ୍ତି, ‘‘ଗ୍ରୁପ A ଓ B ଅବକାରୀ କର୍ମଚାରୀଙ୍କ ପାଇଁ ଏକ ନୂଆ କ୍ୟାଡର ନିୟମକୁ ମଞ୍ଜୁରୀ ଦିଆଯାଇଛି । ଅବକାରୀ ଉପଅଧୀକ୍ଷକ ପଦବୀ ପାଇଁ ୪୦% ପ୍ରତ୍ୟକ୍ଷ ନିଯୁକ୍ତି ହେବ। ଏଥି ପାଇଁ ବିଭାଗରେ ଅତିରିକ୍ତ କମିସନର ପଦବୀ ସୃଷ୍ଟି ହୋଇଛି। ଯୋଗାଣ ବିଭାଗର ବଜାର ଗୁଇନ୍ଦା ଶାଖା ସେବା ନିୟମକୁ ଅନୁମୋଦନ ଦେଇଛି କ୍ୟାବିନେଟ।ଲୋକାୟୁକ୍ତଙ୍କ ୨୦୨୦ର ବାର୍ଷିକ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ ଦେଇଥିବା ବେଳେ ବିଧାନ ସଭାରେ ଉପସ୍ଥାପିତ ହେବ ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ।’’ ସେହିପରି

ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବରଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ,୦୦୦ ଟଙ୍କା

ସଚିବାଳୟ ପିଏ ଓ ଷ୍ଟେନୋଗ୍ରାଫର ସେବା ନିୟମରେ ବି ସଂଶୋଧନକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି କ୍ରମେ ଏଣିକି ଜୁନିଅର୍‌ ଷ୍ଟେନୋଗ୍ରାଫର ହେବେ କାର୍ଯ୍ୟନିର୍ବାହୀ ସହକାରୀ । ନୂଆ ନିୟମରେ କାର୍ଯ୍ୟନିର୍ବାହୀ ସହକାରୀଙ୍କ ପାଇଁ କମ୍ପ୍ୟୁଟର ପରୀକ୍ଷା ହେବ। ରାଜ୍ୟ ସରକାର ଜାତୀୟ ପେନସନ ବ୍ୟବସ୍ଥାରେ ରାଜ୍ୟର ଭାଗକୁ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ୨ ଲକ୍ଷ ୮ ହଜାର କର୍ମଚାରୀ ଉପକୃତ ହେବେ ବୋଲି କହିଛନ୍ତି ସରକାର ।
Published by: Anand S.T. Das
First published: October 11, 2021, 11:44 PM IST