ମୁଥ, ଗୋଇଠା, ଭଙ୍ଗାରୁଜା, ମାରପିଟ୍ ଓ ଧସ୍ତାଧସ୍ତି… ପୁଣି ବାହାରିଲା ରାଜ୍ୟ କଂଗ୍ରେସରେ ପୁରୁଣା ରୋଗ

କଂଗ୍ରେସର ଦୁଇ ଗୋଷ୍ଠୀଙ୍କ ଗଣ୍ଡଗୋଳ କଂଗ୍ରେସ ଭବନକୁ ରଣକ୍ଷେତ୍ରରେ ପରିଣତ କରିଥିଲା । ଓବିସି ଶାଖାର ମୁଖିଆ ବିଷ୍ଣୁ ବାରିକ କଂଗ୍ରେସରେ ଥାଇ ବି ଅନ୍ୟ ଏକ ଦଳ ପାଇଁ କାମ କରୁଥିବା ଅଭିଯୋଗ କରି ତାତିଥିଲେ ଏକ ଗୋଷ୍ଠି ।

ମୁଥ, ଗୋଇଠା, ଭଙ୍ଗାରୁଜା, ମାରପିଟ୍ ଓ ଧସ୍ତାଧସ୍ତି… ପୁଣି ବାହାରିଲା ରାଜ୍ୟ କଂଗ୍ରେସରେ ପୁରୁଣା ରୋଗ
କଂଗ୍ରେସ ଭବନରେ ମାରପିଟ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: February 26, 2021, 4:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁଣି ପଦାରେ ପଡି଼ଲା ରାଜ୍ୟ କଂଗ୍ରେସର ଗୋଷ୍ଠି କନ୍ଦଳ । କଂଗ୍ରେସ ଭବନରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ଦଳୀୟ ଓବିସି ଅଧ୍ୟକ୍ଷଙ୍କୁ ଅଫିସରେ ବନ୍ଦ ରଖିବା ସହ ବାହାରେ ବି ମାରପିଟ କଲେ । ଏପରିକି ଭଙ୍ଗାରୁଜା କରିବା ସହ ବୈଠକରେ ବସାଇ ନ ଦେବାକୁ ଦାବି କଲେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠି । ପ୍ରାୟ ଏକ ଘଣ୍ଟା ଧରି ଏପରି ଚାଲିଥିବା ବେଳେ ପିସିସି ସଭାପତିଙ୍କ ଉପସ୍ଥିତିରେ ବି ହୋଇଥିଲା ମାରପିଟ୍‌ । ପରେ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡି଼ଥିବା ଅନୁଧ୍ୟାନ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

କଂଗ୍ରେସ ଦେଶର ସବୁଠୁ ପୁରୁଣା ଦଳ ହୋଇଥିଲେ ବି ତା’ର ପୁରୁଣା ରୋଗ ବାରମ୍ବାର ପଦାରେ ପଡୁଛି । ଗୁରୁବାର ଦିନ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁଥ, ଗୋଇଠା, ଭଙ୍ଗାରୁଜା, ମାରପିଟ ଓ ଧସ୍ତାଧସ୍ତି ହୋଇଥିଲା । ଘଣ୍ଟାଏ କାଳ ଧରି କଗ୍ରେସ ଭବନରେ ଏଭଳି ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ପିସିସି ସଭାପତିଙ୍କ ଉପସ୍ଥିତିରେ ବି କମ୍ପିଥିଲା କଂଗ୍ରେସ ଭବନ ।

ଏହା ବି ପଢ଼ନ୍ତୁ | IND VS ENG: ଇଂଲଣ୍ଡକୁ ହରାଇଲା ଟିମ୍ ଇଣ୍ଟିଆ; କୋହଲି କହିଲେ ପିଚରେ କିଛି ଅସୁବିଧା ନାହିଁ

କଂଗ୍ରେସ ଓବିସି ସେଲର ଜେନେରାଲ ବଡି ମିଟିଙ୍ଗ ଥିବା ବେଳେ ମିଟିଂ ପୂର୍ବରୁ ମୁହାଁ ମୁହିଁ ହୋଇଥିଲେ ଚିରଞ୍ଜୀବ ବିଶ୍ୱାଳ ଓ ଓବିସି ଶାଖାର ଚେଆରମ୍ୟାନ ବିଷ୍ଣୁ ବାରିକଙ୍କ ଗୋଷ୍ଠି । ବିଷ୍ଣୁ କଂଗ୍ରେସରେ ଥାଇ ବି ଅନ୍ୟ ଏକ ଦଳ ପାଇଁ କାମ କରୁଥିବା ଅଭିଯୋଗ କରି ତାତିଥିଲେ ବିଶ୍ୱାଳଙ୍କ ଗୋଷ୍ଠି । ତାଙ୍କୁ ବିଦା କରିବା ଦାବି କରି କଂଗ୍ରେସ ଭବନ କାର୍ଯ୍ୟାଳୟରେ ତଙ୍କୁ ବନ୍ଦ କରି ଦେଇଥିଲେ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କୁ ରୁମରୁ ବାହାର କରାଯାଇଥିବା ବେଳେ ବାହାରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି ଓ ମାରପିଟ୍‌ ।

କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ


ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଗତ ନିର୍ବାଚନରେ ଟିକେଟ ବଣ୍ଟା ଓ କିଛି ଘଟଣାକୁ କେନ୍ଦ୍ର କରି ଏପରି ହୋଇଥିବା କୁହାଯାଉଛି । ପିସିସି ସଭାପତି ଓ ବରିଷ୍ଠ ନେତାଙ୍କ ବୁଝା ସୁଝା ପରେ ସ୍ଥିତି ସାମାନ୍ୟ ସୁଧୁରିଥିଲେ ବି ପୁନର୍ବାର କଂଗ୍ରେସ ଭବନ ବାହାରେ ସେମାନେ ମୁହାଁମୁହିଁ ହୋଇଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ କହିଛନ୍ତି: ‘‘ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସିଛି । ଯେବେ ଯାହା ଦାୟିତ୍ୱ ଦିଆଯାଇଛି ମୁଁ କରିଛି । ଆଜି ଯେଉଁମାନେ ଗଣ୍ଡଗୋଳ କରିଥିଲେ ସେମାନେ ଚିରଞ୍ଜିବୀ ବିଶ୍ୱାଲଙ୍କ ସମର୍ଥକ । ନିର୍ବାଚନ ସମୟରେ ଟିକେଟ୍‌ ବଣ୍ଟା ଘଟଣାକୁ କେନ୍ଦ୍ର କରି ସେମାନେ ଏପରି କରିଛନ୍ତି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | VIRAL PHOTOS: ଭୂମି ପେଡନେକରଙ୍କ ଏହି ଫଟୋ ସବୁ ସୋସିଆଲ ମିଡି଼ଆରେ ହଙ୍ଗାମା କଲା!

ଓବିସି ଚେୟାରମ୍ୟାନ ନିଯୁକ୍ତି ଏଆଇସିସି ଅଧୀନସ୍ତ କହିବା ସହ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ‘‘ଘଟଣାକୁ ଅନୁଧ୍ୟାନ କରି ବିଶୃଙ୍ଖଳାକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । କାହିଁକି ଏପରି ଘଟିଲା ଓ ସେମାନେ କିଏ ଥିଲେ ତାହା ତଦନ୍ତରୁ ଜଣାପଡ଼ିବ । ଯିଏ ଦୋଷୀ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ।’’

ଏହା ବି ପଢ଼ନ୍ତୁ | କ୍ରିକେଟର୍ ମନୋଜ ତିୱାରୀ TMCରେ ଯୋଗଦେବେ; କହିଲେ ‘‘ଦିଦିଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ’’

‘‘ଏହା ଆମର ଘରୋଇ ବ୍ୟାପାର । ଘର ଭିତରେ ଏହାର ସମାଧାନ ହେବ,’’ କହିଥିଲେ ପଟ୍ଟନାୟକ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବି ଏହି ଘଟଣାକୁ ଘରୋଇ ବ୍ୟାପାର କହି ଏଡ଼ାଇବା ସହ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି କହିଥିଲେ ।

ସୁର କହିଥିଲେ, ‘‘ଏକ ବଡ଼ ପରିବାରରେ ଏଭଳି ହୁଏ । ଘର ଭିତରେ କେବେ କେବେ ଏପରି ଘଟେ । କିନ୍ତୁ ବିଶୃଙ୍ଖଳାକାରୀଙ୍କୁ ବରଦାସ୍ତ କରାଯିବନି । କାର୍ଯ୍ୟାନୁଷ୍ଠାନ ହେବ ।’’



ଅନେକ ଅସନ୍ତୋଷ ପରେ ବି ବସିଥିଲା ଓବିସି ଜେନେରାଲ ବଡି ବୈଠକ । ଏହି ବୈଠକରେ ଓବିସି ବର୍ଗର ସ୍ୱାର୍ଥ ସମ୍ବଳିତ ସାତଟି ସଂକଳ୍ପ ଉପରେ ମୋହର ଲାଗିଥିଲା ।
Published by: Anand Shankar Thankur Das
First published: February 26, 2021, 4:56 PM IST