ରାଜ୍ୟ କଂଗ୍ରେସ ଭବନରେ ଖଣ୍ଡା ଓ ଲାଠି ବୁଲିଲା; ଲେଙ୍କାଙ୍କ ପଦବୀକୁ ନେଇ ବିରୋଧ ଉଗ୍ର ହେଲା

ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ହୋଇଥିବା ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଧ କରିଆସୁଥିବା କର୍ମୀ ଓ ନେତାଙ୍କୁ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ତାଙ୍କୁ ବିରୋଧ କରୁଥିବା ସମ୍ଭବ ପଟ୍ଟନାୟକ କହିଛନ୍ତି ଲେଙ୍କା ଇସ୍ତଫା ଦେବା ଯାଏଁ ଏହି ବିରୋଧ ଜାରି ରହିବ ।

ରାଜ୍ୟ କଂଗ୍ରେସ ଭବନରେ ଖଣ୍ଡା ଓ ଲାଠି ବୁଲିଲା; ଲେଙ୍କାଙ୍କ ପଦବୀକୁ ନେଇ ବିରୋଧ ଉଗ୍ର ହେଲା
ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧୀ ଗୋଷ୍ଠି ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଉଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସର ଦୁଇ ଗୋଷ୍ଠି ମଧ୍ୟରେ କନ୍ଦଳ ବୃଦ୍ଧି ପାଇ ହିଂସାତ୍ମକ ରୂପ ଧାରଣ କରିଥିଲା । କାର୍ଯ୍ୟାଳୟ ପରିସରରେ ଖଣ୍ଡା ବୁଲିଲା । ହାତାହାତି ହେଲେ ଦଳର କେତେକ ନେତା ଓ କର୍ମୀ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାଳନା କରିବାକୁ ବି ପଡ଼ିଥିଲା ।

ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ହୋଇଥିବା ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଦଳର ଗୋଟିଏ ଗୋଷ୍ଠୀ ବିରୋଧ କରୁଥିବା ବେଳେ ତାଙ୍କ ସମର୍ଥକମାନେ ମଙ୍ଗଳବାର ଦିନ ଏହି ବିରୋଧୀ ଗୋଷ୍ଠୀକୁ ପାଲଟା ଜବାବ ଦେଇଥିଲେ । କଂଗ୍ରେସ ଭବନରେ ଦୁଇ ଗୋଷ୍ଠିର କର୍ମୀମାନଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା ।

ଲେଙ୍କା ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ରୂପେ ଆଜି ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ତାଙ୍କୁ ବିରୋଧ କରି ପ୍ରଥମେ କଂଗ୍ରେସ ଭବନ ଆଗରେ ଗୋଟିଏ ଗୋଷ୍ଠୀ ସ୍ଲୋଗାନବାଜି କରିଥିଲା ଓ ଧାରଣା ଦେଇଥିଲା । ‘‘ଲେଙ୍କା ଡାଉନ୍‌ ଡାଉନ୍‌’’ ଭଳି ସ୍ଲୋଗାନ ଦେଇଥିଲେ ଏହି ଗୋଷ୍ଠିର କର୍ମୀମାନେ । ଲେଙ୍କାଙ୍କୁ କଂଗ୍ରେସ ଭବନ ଭିତରକୁ ନ ଛାଡ଼ିବା ପାଇଁ ଗେଟକୁ ବି ତାଲା ପକାଇଦେଇଥିଲେ ଏହି କର୍ମୀମାନେ । ତା’ପରେ ଲେଙ୍କାଙ୍କ ସମର୍ଥକମାନେ ଗେଟ୍‌ ଭାଙ୍ଗି ଭିତରକୁ ପଶିଥିଲେ । ଏହାକୁ ଦେଖି ବିରୋଧୀ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ଯେଉଁମାନେ ସାମ୍ନାରେ ପଡ଼ିଥିଲେ ଲେଙ୍କାଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ପୋଲିସ୍ ଲାଠି ଚାର୍ଜ ବେଳେ କେତେକ କଂଗ୍ରେସ୍ କର୍ମୀ ତଳେ ପଡ଼ିଯାଇଥିଲେ ।


ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଖଣ୍ଡା ଓ ଲାଠି ଭଳି ମାରଣାସ୍ତ୍ର ବି ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଥିଲା । ଭପସ୍ଥିତ ପୋଲିସ କର୍ମୀମାନଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲାଠି ଚାଳନା କରିବାକୁ ପଡ଼ିଥିଲା ।

‘‘ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କଂଗ୍ରେସ କର୍ମୀ ନୁହଁନ୍ତି । ଏହା ବିରୋଧୀ ଦଳର କାମ । ବିରୋଧ କରୁଥିବା ଗୋଷ୍ଠୀରେ ୫୦ ବର୍ଷର ମା’ ଓ ଛୋଟ ଛୁଆ ଅଛନ୍ତି । ସେମାନେ କେବେ ଯୁବ କଂଗ୍ରେସର କର୍ମୀ ହୋଇପାରିବେ ନାହିଁ । ଏହା ଅନ୍ୟ ରାଜନୈତିକ ଦଳର ଚାଲ ହୋଇଥାଇ ପାରେ,’’ କହିଥିଲେ ଲେଙ୍କା ।

‘‘ସଙ୍ଗଠନକୁ ମଜବୁତ କରି ଭଭୟ ବିଜେଡି ସରକାର ଓ ବିଜେପି ବିରୋଧରେ ଲଢ଼େଇ କରିବା ଆମର ଲକ୍ଷ ରହିବ । ମୋ’ ପାଇଁ ବହୁ ଚ୍ୟାଲେଞ୍ଜ ରହିଛି । ଗରୀବ ବିରୋଧୀ ସରକାର ବିରୋଧରେ ଲଢେଇ ଜାରି ରଖିବି,’’ ସେ ଆହୁରି କହିଥିଲେ ।

ଯୁବ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସ୍ମୃତି ରଞ୍ଜନ ଲେଙ୍କା


ଲେଙ୍କାଙ୍କୁ ବିରୋଧ କରୁଥିବା ସମ୍ଭବ ପଟ୍ଟନାୟକ କହିଛନ୍ତି, ‘‘ଲେଙ୍କାଙ୍କୁ କେହି ଜାଣି ନାହାନ୍ତି । ତାଙ୍କର ସଙ୍ଗଠନ ନାହିଁ କି ରାଜ୍ୟ ପାଇଁ ତାଙ୍କର କିଛି ଅବଦାନ ବି ନାହିଁ । ତାଙ୍କୁ କେମିତି ଏତେ ବଡ଼ ପଦବୀ ଦିଆଗଲା? ଦିଲ୍ଲୀ ଲବିରେ ସେ ପାଇଛନ୍ତି ଏ ପଦ । ସେ ଇସ୍ତଫା ଦେବା ଯାଏଁ ଏହି ବିରୋଧ ଜାରି ରହିବ ।’’

ସମ୍ଭବ ପଟ୍ଟନାୟକ


କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲାକା କୁହିଛନ୍ତି, ‘‘କଂଗ୍ରେସ ଏକ ଶୃଙ୍ଖଳିତ ଦଳ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଯୁବ କଂଗ୍ରେସ ସଭାପତି ଲେଙ୍କାଙ୍କୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ଘୋଷଣା କରିଛନ୍ତି । ଗଣ୍ଡଗୋଳ କରିବା ପାଇଁ ଆଉ ସମୟ ନାହିଁ । ସଙ୍ଗଠନକୁ ମଜବୁତ କରିବା ଗାଁ ଗଣ୍ଡାକୁ ଯାଇ ଲଢ଼େଇ କରିବାକୁ ପଡ଼ିବ । ବିଜେପି ଓ ବିଜେଡି ବିରୋଧରେ ଜନମତ ସୃଷ୍ଟି କରିବାକୁ ପ଼ଡିବ । ଆମେ ମାସ୍କ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିବାରୁ ବିରୋଧୀ ଦଳ ଏଭଳି ବିରୋଧ କରୁଥାଇପାରନ୍ତି ।’’

ଏହି ଘଟଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି । କଂଗ୍ରେସ ଭବନରେ ଘଟିଥିବା ସଙ୍ଘର୍ଷ ଘଟଣାର ଅନୁଧ୍ୟାନ ପାଇଁ ପିସିସି ପକ୍ଷରୁ ପୂର୍ବତନ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ନେତୃତ୍ୱରେ ଏକ ଚାରିଜଣିଆ କମିଟି ଗଠନ କରାଯାଇଛି । ଏଥିରେ ମାନସ ଚୌଧୁରୀ, ବିଶ୍ୱ ଦାସ ଓ ସଂଗ୍ରାମ ଜେନା ସଦସ୍ୟ ଅଛନ୍ତି । ଚାରି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନିରଞ୍ଜନ ।

ହେଲେ କଂଗ୍ରେସରେ ଏ ଗଣ୍ଡଗୋଳ କିଛି ନୂଆ କଥା ନୁହେଁ । ଚଳିତ ମାସରେ ମୁଖପାତ୍ର କମିଟିକୁ ନେଇ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଦିନକୁ ଦିନ ରାଜ୍ୟରେ ନିଜର ସତ୍ତା ହରାଉଥିବା କଂଗ୍ରେସ ସରକାରଙ୍କ ବିରୋଧରେ ଲଢ଼ିବା ବଦଳରେ ଚୌକି ପାଇଁ ନିଜ ନିଜ ଭିତରେ ଲଢ଼େଇ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।

ଯୁବ କଂଗ୍ରେସ ସଭାପତି ପଦ ପାଇଁ ବହୁ ପ୍ରମୁଖ ଦାବିଦାର ଥିବା ବେଳେ ପୂର୍ବରୁ ପିସିସି ପକ୍ଷରୁ ଏକ କମିଟି କରାଯାଇ ସେମାନଙ୍କ ସହ ଆଲୋଚନା ହୋଇଥିଲା । କିନ୍ତୁ ଏବେ କେନ୍ଦ୍ରୀୟ ସ୍ତରରେ ଲେଙ୍କାଙ୍କୁ ସଭାପତି ଘୋଷଣା କରାଯାଇଥିବାରୁ ଏହାକୁ ଅନ୍ୟ ଆଶାୟୀମାନେ ବିରୋଧ କରୁଛନ୍ତି । ଏହି ତୁମୁଳ କାଣ୍ଡ ଏହାର ପ୍ରତିଫଳନ ଥିଲା ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 24, 2020, 1:39 AM IST
corona virus btn
corona virus btn
Loading