ଖଣ୍ଡା ଧରାଇଲେ ସୁର ଭାଇ; ରାଜ୍ୟରେ ନିଜକୁ ଶାଣିତ କରିବାକୁ କଂଗ୍ରେସର ଉଦ୍ୟମ ଆରମ୍ଭ ହେଲା

କଂଗ୍ରେସର ନେତାମାନେ ଅନୁଭବ କରୁଛନ୍ତି ଯେ ଦଳର ଆଭିମୁଖ୍ୟର ପ୍ରଚାର ଓ ନିର୍ବାଚନୀ ପ୍ରଚାର ସଫଳତାର ସହ ହୋଇପାରୁନି । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ଉପରେ ନୂଆ ପ୍ରଭାରୀ ଏ. ଚେଲ୍ଲାକୁମାର ଫୋକସ କରୁଛନ୍ତି ।

ଖଣ୍ଡା ଧରାଇଲେ ସୁର ଭାଇ; ରାଜ୍ୟରେ ନିଜକୁ ଶାଣିତ କରିବାକୁ କଂଗ୍ରେସର ଉଦ୍ୟମ ଆରମ୍ଭ ହେଲା
କାର୍ଯ୍ୟକ୍ରମରେ ସୁରେଶ ରାଉତରାୟ, ଚେଲ୍ଲାକୁମାର, ନିରଞ୍ଜନ ପଟ୍ଟନାୟକ ଓ ପ୍ରଦୀପ ମାଝି
  • News18 Odia
  • Last Updated: October 24, 2020, 10:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତା ସହ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ‘ସୁର ଭାଇ’ ନାଁରେ ଲୋକପ୍ରିୟ ଏହି ନେତାଙ୍କ ହାତରେ ଥିଲା ଏକ ଖଣ୍ଡା । ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ନାଁ ଧରି ମଞ୍ଚ ଉପରକୁ ଯାଇ କଂଗ୍ରେସକୁ ଏକଜୁଟ କରି ଆଗକୁ ନେବେ ବୋଲି କହି ସୁର ଭାଇ ଦଳର ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର, ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ହାତରେ ଗୋଟିଏ ଲେଖାଁ ଖଣ୍ଡା ଧରାଇଥିଲେ ।

ଦୁଇ ଦିନ ତଳେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନେଇ କଂଗ୍ରେସର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଚର୍ଚ୍ଚା ଥମିନି । ଯେହେତୁ ଖଣ୍ଡାୟତଙ୍କ ଘରେ ଖଣ୍ଡା ପୂଜା ହୁଏ ଓ ମା’ ଦୁର୍ଗା ପୂଜା ମଣ୍ଡପରେ ପୂଜା ପାଇବା ବେଳେ ଖଣ୍ଡା ପୂଜା କରାଯାଏ, ସେଇଥି ପାଇଁ ଏହି ତିନି ନେତାଙ୍କ ହାତରେ ଖଣ୍ଡା ଧରାଇ ସେମାନଙ୍କ ମଥାରେ ସୁର ଭାଇ ମୁକୁଟ ପିନ୍ଧାଇଥିଲେ ବୋଲି କହିଥିଲେ । ଏହା ପରେ ଜିଲ୍ଲା ସଭାପତିମାନଙ୍କୁ ନେଇ ହୋଇଥିବା ବୈଠକରେ ଦଳକୁ ଏକଜଟ ଓ ମଜବୁତ କରିବା ଏହି ଖଣ୍ଡା ଧରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବୋଲି କହିଛନ୍ତି ଦଳର ନେତାମାନେ ।

କଂଗ୍ରେସର ନେତାମାନେ ଅନୁଭବ କରୁଛନ୍ତି ଯେ ଦଳର ଆଭିମୁଖ୍ୟର ପ୍ରଚାର ଓ ନିର୍ବାଚନୀ ପ୍ରଚାର ସଫଳତାର ସହ ହୋଇପାରୁ ନାହିଁ । ଏଥି ଲାଗି ତୃଣମୂଳ ସ୍ତରରୁ କାର୍ଯ୍ୟକ୍ରମକୁ ଜୋରଦାର କରିବା ଉପରେ ନୂଆ ପ୍ରଭାରୀ ଏ. ଚେଲ୍ଲାକୁମାର ଫୋକସ କରିଛନ୍ତି ବୋଲି କହିଛନ୍ତି ନେତାମାନେ । ଉପନିର୍ବାଚନ ପରେ ନିଜେ ପ୍ରଭାରୀ ଜିଲ୍ଳା ସ୍ତରରୁ ଏହି ପ୍ରଚାର ଅଭିଯାନର ମଙ୍ଗ ଧରିବେ ବୋଲି କୁହାଯାଉଛି । ସେ ଆସନ୍ତା ଦୁଇ ମାସ ଭିତରେ ତୃଣମୂଳ ସ୍ତରରେ ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଲେଶ୍ୱରରେ ଉପନିର୍ବାଚନ ପାଇଁ ଏକ ପ୍ରଚାର ଗାଡ଼ିରେ କଂଗ୍ରେସର ବରିଷ୍ଠ ନେତାମାନେ


‘‘ପିସିସି ସଭାପତି ପଦ ଲାଗି ଭ୍ୟାକେନ୍ସି ନାହିଁ । ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ’’ ବୋଲି ଚରମବାଣୀ କଂଗ୍ରେସର ରାଜ୍ୟ ନେତାମାନଙ୍କୁ ଶୁଣାଇଛନ୍ତି ଚେଲ୍ଲାକୁମାର । ‘‘ଆମର ଫୋକସ ଏବେ ଦଳର ପ୍ରଚାର ଓ ପ୍ରସାର ଉପରେ । ପ୍ରଥମେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜବୁତ କରାଯିବ । ଏ ନେଇ ୩୩ଟି ସାଙ୍ଗଠନିକ ଜିଲ୍ଲାର ନବନିଯୁକ୍ତ  ଜିଲ୍ଳା ସଭାପତିମାନଙ୍କ ସହ  ପୁଙ୍ଖାନୁପୁଙ୍ଖୀ ଆଲୋଚନା କରିଛି,’’ କହିଛନ୍ତି ନୂଆ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ।

ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ଚଳଚଞ୍ଚଳ କରିବା ପାଇଁ ଜିଲ୍ଳା ସଭାପତିମାନଙ୍କୁ କିଛି ଗୁରୁମନ୍ତ୍ର ଦେଇଥିଲେ ମୂଳତଃ ତାମିଲ ନାଡ଼ୁର ଏହି ନେତା ତଥା ଏମ୍‌.ପି.। ଆସନ୍ତା ଦୁଇ ମାସ ଭିତରେ ଦଳର ଜିଲ୍ଲା କମିଟି, ବ୍ଲକ କମିଟି, ପଞ୍ଚାୟତ କମିଟି ଓ ବୁଥ୍‌ କମିଟି ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | କରଦାତା ମାନଙ୍କ ପାଇଁ ବଡ଼ ଆରାମ! FY-୨୦ ପାଇଁ ଆୟକର ରିଟର୍ଣ୍ଣ ସମୟସୀମା ବୃଦ୍ଧି ହେଲା; ଜାଣନ୍ତୁ ନୂଆ ତାରିଖ

କଂଗ୍ରେସର ଆଭିମୁଖ୍ୟ ଓ ପୂର୍ବ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ପ୍ରସ୍ତୁତ କରିଛି ଏକ ରୋଡ଼ମ୍ୟାପ୍‌ । ଉପନିର୍ବାଚନ ପରେ ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମର ମଙ୍ଗ ଧରିବେ ଖୋଦ୍‌ ଚେଲ୍ଲାକୁମାର । ବୁଥ୍‌ ଓ ପଞ୍ଚାୟତକୁ ଫୋକସ କରିବା ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏ ନେଇ ପ୍ରତ୍ୟେକ ଜିଲ୍ଲାରେ ଖୁବଶୀଘ୍ର ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯିବ । ସେମାନେ ଜିଲ୍ଲା ସ୍ତରରେ ସଙ୍ଗଠନ ଠିକ୍‌ ଭାବେ କାମ କରୁଛି କି ନାହିଁ ତା’ର ତଦାରଖ କରିବେ ।

ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘‘ଏ କଥା ସତ ଯେ ତୃଣମୂଳ ସ୍ତରରେ କଂଗ୍ରେସ ବେଶ୍‌ କିଛି ଦିନ ହେବ ନିଷ୍କ୍ରିୟ ହୋଇପଡ଼ିଛି । ଏହା ଉପରେ ଦଳ ଏବେ ଗୁରୁତ୍ୱ ଦେବ । ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରାଯିବ ।’’

ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତି

ନବନିର୍ବାଚିତ ଜିଲ୍ଲା ସଭାପତିମାନେ ପ୍ରଭାରୀଙ୍କ ଠାରୁ ଗୁରୁମନ୍ତ୍ର ପାଇବା ପରେ ଉତ୍ସାହିତ ହୋଇଛନ୍ତି । ସେମାନେ ଦଳରେ ବ୍ୟାପ୍ତ ବିଶୃଙ୍ଖଳା ବିଷୟରେ ବି ପ୍ରଭାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରଚାର କରିବା ପାଇଁ ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ବିଭିନ୍ନ ନେତାଙ୍କୁ ପ୍ରଚାରକ ଦାୟିତ୍ୱ ଦେଇଥିଲେ ।

ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱ କଂଗ୍ରେସ ନେତା ତଥା ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ, ପ୍ରାକ୍ତନ ପିସିସି ସମ୍ପାଦକ କୈଳାସ ସାହୁ (ଖୋର୍ଦ୍ଧା) ଓ ପ୍ରଶାନ୍ତ କୁମାର ସାହୁ ରହିଛନ୍ତି ।



ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱରେ କଂଗ୍ରେସ ନେତା ତଥା ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶଶିଭୂଷଣ ଲେଙ୍କା, କଂଗ୍ରେସ ନେତା ପ୍ରଦୀପ ପାତ୍ର, ପ୍ରାକ୍ତନ ପିସିସି ସମ୍ପାଦକ ସୁଶାନ୍ତ ତ୍ରିପାଠୀ ଓ ସୂର୍ଯ୍ୟନାରାୟଣ ପଣ୍ଡା, ସଂଖ୍ୟାଲଘୁ ନେତା ଆବୁ ସମା ଓ ସୁଲତାନ୍ ସୈଫୁଲା ଖାନ୍‌, ରାଜ୍ୟ ମହିଳା କଂଗ୍ରେସର ସଂପାଦିକା ନିରୁପମା ପାତ୍ର,  ନରେଶ ମହାନ୍ତି, ଅଲେଖ ସାମଲ, ଆର.ଜି.ପି.ଆର.ଏସ୍‌. ଢ଼େଙ୍କାନାଳ ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ପ୍ରଧାନ, ପିସିସି ମିଡିଆ ପ୍ରାକ୍ତନ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ଓବିସି ନେତା ମନୋଜ ସାହୁ ପ୍ରମୁଖ ରହିଛନ୍ତି।
Published by: Anand Shankar Thankur Das
First published: October 24, 2020, 10:23 PM IST
corona virus btn
corona virus btn
Loading