ପିସିସି ସଭାପତି ନିରଞ୍ଜନଙ୍କ ଇସ୍ତଫାକୁ ନେଇ ଏମିତି କହିଲେ କଂଗ୍ରେସ ନେତା ଶରତ ରାଉତ

ଏପ୍ରିଲ ମାସର ଶେଷ ସୁଦ୍ଧା ପ୍ରଦେଶ କଂଗ୍ରେସ କମିଟିର ନବ କଳେବର ହେବାକୁ ଯାଉଥିବା ବେଳେ ଗୁରୁବାର ନିଜ ଆଡୁ ନିରଞ୍ଜନ ଇସ୍ତଫା ଦେବା କଥା ଗଣ ମାଧ୍ୟମରେ ସ୍ବୀକାର କରିଥିଲେ।

ପିସିସି ସଭାପତି ନିରଞ୍ଜନଙ୍କ ଇସ୍ତଫାକୁ ନେଇ ଏମିତି କହିଲେ କଂଗ୍ରେସ ନେତା ଶରତ ରାଉତ

ପିସିସି ସଭାପତି ନିରଞ୍ଜନଙ୍କ ଇସ୍ତଫାକୁ ନେଇ ଏମିତି କହିଲେ କଂଗ୍ରେସ ନେତା ଶରତ ରାଉତ

  • Share this:
News18 Odia Digital

ଭୁବନେଶ୍ବର: ଖୁବ ଜଲଦି ପିସିସି ସଭାପତି ପରିବର୍ତ୍ତନ ହେବ। ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନ ନେବେ ଆଉ ଜଣେ ନେତା। ହେଲେ ତା ଆଗରୁ ନିରଞ୍ଜନ ଇସ୍ତଫା ଦେଇଛନ୍ତି ବୋଲି କହୁଥିବା ବେଳେ ଯାହାକୁ ଗ୍ରହଣ କରିପାରୁନାହାଁନ୍ତି ଅନ୍ୟ କିଛି ନେତା। ଆଉ କିଛି ଭେଟେରାନ କହିଛନ୍ତି ଦଳ ଯାହାକୁ କରିବ ସଭାପତି ତାଙ୍କୁ ସମସ୍ତେ ମାନି ଏକାଠି କାମ କଲେ କଂଗ୍ରେସ କ୍ଷମତାକୁ ଫେରିବ। ନିରଞ୍ଜନଙ୍କ ଇସ୍ତଫାକୁ ନେଇ ଝଡ଼।

ଏପ୍ରିଲ ମାସର ଶେଷ ସୁଦ୍ଧା ପ୍ରଦେଶ କଂଗ୍ରେସ କମିଟିର ନବ କଳେବର ହେବାକୁ ଯାଉଥିବା ବେଳେ ଗୁରୁବାର ନିଜ ଆଡୁ ନିରଞ୍ଜନ ଇସ୍ତଫା ଦେବା କଥା ଗଣ ମାଧ୍ୟମରେ ସ୍ବୀକାର କରିଥିଲେ। ୨୦୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ସେ ସଭାପତି ପଦ ଛାଡ଼ିଥିବା କହିଥିଲେ। ଏହି ସଫେଇ ପରେ ନିରଞ୍ଜନଙ୍କୁ ସିଧା ନିଶାନା କରିଛନ୍ତି ଏଆଇସିସି ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।

ଆଉ କହିଛନ୍ତି ଯେ ପିସିସି ସଭାପତି ଇସ୍ତଫା ଦେଇଛନ୍ତି ବୋଲି ସେ ନିଜେ କହୁଛନ୍ତି ଅନ୍ୟ କେହି କହୁନାହିଁ। ହେଲେ ତାଙ୍କ ଭାଇଙ୍କ ଖବରକାଗଜରେ ନିରଞ୍ଜନ ଇସ୍ତଫା ଦେବା କଥା ଉଲ୍ଲେଖ କରାଯାଇ ନାହିଁ।

ନିରଞ୍ଜନଙ୍କୁ ଶରତ ଏଭଳି ଆଟାକ କରିବା ପରେ ନିରଞ୍ଜନଙ୍କ ସ୍ବର ସହ ସ୍ବର ମିଳାଇ ଅଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ କହିଛନ୍ତି, ‘‘ପିସିସି ସଭାପତି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତା ପରେ ମଧ୍ୟ ନିରଞ୍ଜନ ବାବୁ କହୁଛନ୍ତି ଯିଏ ବି ପ୍ରଦେଶ କଂଗ୍ରେସ କମିଟି ସଭାପତି ହେବ ସେ ତାଙ୍କୁ ସମର୍ଥନ କରିବେ। ଭଲ ଓ ଯୋଗ୍ୟ ଲୋକ ପିସିସି ସଭାପତି ହେବା ଦରକାର। ମୋର ମଧ୍ୟ ସେହି ମତ, ମୁଁ ଦୁଇ ଦୁଇ ଥର ପିସିସି ସଭାପତି ହୋଇଛି। ଦଳ ପାଇଁ କାମ ବି କରୁଛି। ଏବେ ଯିଏ ବି ସଭାପତି ହେବ ମୁଁ ତାଙ୍କୁ ସମର୍ଥନ କରିବି। ଦଳ କୁ ଏବେ ଏକାଠି ଓ ଏକଜୁଟ କରିବାର ସମୟ ଆସିଛି। ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଓଡ଼ିଶା କଂଗ୍ରେସ ସଙ୍ଗଠନ ନେଇ ଚିନ୍ତା କରୁଛନ୍ତି।’’

ସେପଟେ କଂଗ୍ରେସର ବରିଷ୍ଠ ତଥା ଅଭିଜ୍ଞ ରାଜନେତା ଗଣେଶ୍ୱର ବେହେରା କହିଛନ୍ତି, "ସଭାପତି ପାଇଁ କିଏ ଯୋଗ୍ୟ ସେ ନେଇ ଦଳର ଉଚ୍ଚ କତ୍ତୃପକ୍ଷ ବାଛିବେ। ଜଣେ ବ୍ୟକ୍ତି ଚାହିଁଲେ ସଙ୍ଗଠନରେ ସୁଧାର ହୋଇ ପାରିବ ନାହିଁ ବହୁତ କ୍ଷତି ସହିବାକୁ ପଡ଼ିଛି। ଏବେ ଏକ ମିଳିତ ନେତୃତ୍ବର ଆବଶ୍ୟକତା ରହିଛି। ଅନେକ ତୁଙ୍ଗ ନେତା ଅଛନ୍ତି ଓ ସେମାନଙ୍କ ଦକ୍ଷତା ଅଛି। ତେବେ ଯାହାଙ୍କୁ ବି ଦାୟିତ୍ୱ ଦିଆଯିବ ସମସ୍ତେ ଏହି କଥା କୁ ଗ୍ରହଣ କରି ସହଯୋଗ କଲେ କଂଗ୍ରେସ ପୁଣି ଥରେ ଭଲ ପଦର୍ଶନ କରିବ।"

ସେହପରି ପିସିସି ସଭାପତି ପାଇଁ ଆଗରେ ଥିବା ମହମ୍ମଦ ମୋକିମ ମାପିଚୁପି ମତ ରଖିଛନ୍ତି। ସେ କହିଛନ୍ତି, ‘‘ରାଜ୍ୟ କଂଗ୍ରେସ ଏକ ଶୃଙ୍ଖଳିତ ଦଳ। ପିସିସି ସଭାପତି ପରିବର୍ତ୍ତନ ପାଇ ଦିଲ୍ଲୀରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବା ଆମେ ସମସ୍ତେ ତାକୁ ମାନିବୁ।’’

ଆଗାମୀ ଗୋଟିଏ ମାସ ଭିତରେ ବଛାଯିବ ନୂଆ ପିସିସି ସଭାପତି। କଂଗ୍ରେସରେ କନ୍ଦଳ କିଛି ନୂଆ କଥା ନୁହେଁ। ନୂଆ ମଙ୍ଗୁଅଳ କିଏ ହେବ ତାହା ବାଛିବ ଏଆଇସିସି। ଏବେ ସବୁ ନେତା ପଣ କରିଛନ୍ତି ଏକାଠି ଲଢ଼ିବା ପାଇଁ। କିନ୍ତୁ ଯଦି ପୁରୁଣା ରୋଗ ବାହାରେ ତେବେ ରାଜ୍ୟରୁ କଂଗ୍ରେସ ସଫା ହୋଇଯିବାର ଆଶଙ୍କା ମଧ୍ୟ ରହିଛି।
Published by:Lipina Das
First published: