News18 Odia Digital
ଭୁବନେଶ୍ୱର: ରାଜ୍ୟ ସରକାର ମଦ ଦୋକାନଗୁଡ଼ିକ ଉପରୁ ଲାଇସେନ୍ସ ଫି ଛାଡ଼ କରିବା ପଦକ୍ଷେପକୁ ତୀବ୍ର ବିରୋଧ କରିଛି ବିରୋଧ ଦଳ କଂଗ୍ରେସ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତତ୍ୱାବଧାନରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଭୁବନେଶ୍ୱର ଉପ-ଜିଲ୍ଲାପାଳଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏ ନେଇ ଏକ ଦାବି ପତ୍ର ଦିଆଯାଇଛି ।
‘‘ମଦ ବ୍ୟବସାୟୀମାନଙ୍କ ଉପରୁ ଜୁନ ୨୦୨୦ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ଼ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସାରା ରାଜ୍ୟରେ ବହୁ ସ୍ବଳ୍ପ ଓ ନିମ୍ନ ଆୟକାରୀ ଲୋକେ ବ୍ୟବସାୟ ପ୍ରତିଷ୍ଠାନ ଚଳାଉଥିଲେ ବି ସେମାନଙ୍କର ଲାଇସେନ୍ସ ଫି ଛାଡ଼ ନ କରି ରାଜ୍ୟ ସରକାର ମଦ ଦୋକାନୀଙ୍କ ପାଇଁ ତାହା କରିବା ସୂଚାଇ ଦେଉଛି ଯେ ସରକାରଙ୍କ ପ୍ରାଥମିକତା ବାଟବଣା ହୋଇଯାଇଛି,’’ କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପୂର୍ବରୁ ୨ ଥର ବାହା ହୋଇଥିବା ବ୍ରିଟେନ୍ର PM ବୋରିସ୍ ଜନସନ୍ ପ୍ରେମିକା କ୍ୟାରୀଙ୍କୁ ବିବାହ କଲେକଂଗ୍ରେସ ଦାବି କରିଛି ଯେ ରାଜ୍ୟର ସବୁ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନଙ୍କର ଲାଇସେନ୍ସ ଫି ମ୍ୟୁନିସପାଲଟି କର୍ପୋରେସନ ଆଇନ ଅନୁଯାୟୀ ଜୁନ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଛାଡ଼ କରାଯାଉ ଓ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍ ହ୍ରାସ କରାଯାଉ । ଏହା ଫଳରେ କି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯଥା ଡାଲି, ଖାଇବା ତେଲ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ହେବ ବୋଲି କହିଛି ଦଳ । ରନ୍ଧନ ଗ୍ୟାସ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଉ ବୋଲି ଦଳ କଂଗ୍ରେସ ଦାବି କରିଛି ।
ଏହା ବି ପଢ଼ନ୍ତୁ | ଭଲ ଖବର: SBI ନିଜ ଶାଖାରୁ ଟଙ୍କା ଉଠାଇବା ନିୟମରେ କଲା ପରିବର୍ତ୍ତନ; ସେପ୍ଟେମ୍ବର ଯାଏଁ ଲାଗୁ ରହିବ
କଂଗ୍ରେସର ମହିଳା, ଯୁବ ଓ ଛାତ୍ର ଶାଖା ଏହି ବିରୋଧରେ ଅଗ୍ରଣୀ ଭୂମିକା ନିଭାଉଛି ।
‘‘ମଦ ବ୍ୟବସାୟୀଙ୍କ ଉପରୁ ଲାଇନେସନ୍ସ ଫି ଛାଡ଼ ନିଷ୍ପତ୍ତିରୁ ପ୍ରତୀୟମାନ ହେଉଛି ଯେ ନବୀନ ସରକାର ମଦ ବ୍ୟବସାୟୀଙ୍କ କବଜାରେ ରହିଛନ୍ତି । ତେଲ, ଡାଲି, ଅଟା, ବିଜୁଳି, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢ଼ିଚାଲିଥିଲା ବେଳେ ନବୀନ ବାବୁଙ୍କ ମଦ ବ୍ୟବସାୟୀଙ୍କ ଉପରେ ଆଶୀର୍ବାଦ ଦୁର୍ଭାଗ୍ୟଜନକ,’’ କହିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ।
ଏହା ବି ପଢ଼ନ୍ତୁ | RBI ଶସ୍ତାରେ ସୁନା କିଣିବା ସୁଯୋଗ ଦେଉଛି; ମେ ୩୧ରୁ ୫ ଦିନ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ସବ୍ସ୍କ୍ରିପ୍ସନ୍ ଖୋଲିବପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଛନ୍ତି, ‘‘ମଦ ବ୍ୟବସାୟୀମାନେ ନବୀନ ସରକାରଙ୍କ ଗେହ୍ଲା ପୁଅ ବୋଲି ସରକାରଙ୍କର ନୀତି ଓ ନିଷ୍ପତିରୁ ଜଣାପଡ଼ୁଛି । ଏହି କରୋନା ମହାମାରୀ ସମୟରେ କ୍ଷୁଦ୍ର, ମଧ୍ୟମ ଓ ଖୁଚୁରା ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗଯାଇଥିଲା ବେଳେ ନବୀନ ବାବୁ କେବଳ ମଦ ବ୍ୟବସାୟୀଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବା ଦୁର୍ଭାଗ୍ୟଜନକ ।’’
ରାଜ୍ୟ ସରକାର ଯଥା ଶୀଘ୍ର ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଉପରେ ବର୍ଦ୍ଧିତ ଭ୍ୟାଟକୁ କମ୍ କରି ଖାଦ୍ୟ ପଦାର୍ଥର ଦରଦାମକୁ ନିୟନ୍ତ୍ରଣ କରିବା ଉଚିତ ଓ ମହାମାରୀ ସମୟରେ ଗରୀବ, ନିମ୍ନ ରୋଜଗାରକାରୀ, ଶ୍ରମିକ ଓ ମଧ୍ୟବିତ୍ତ ଲୋକଙ୍କୁ ଅହେତୁକ ଦରଦାମ ବୃଦ୍ଧି ଜନିତ କଷ୍ଟରୁ ରକ୍ଷା କରିବା ଦାବି କରି କଂଗ୍ରେସ ଖୁବ୍ ଶୀଘ୍ର ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ପଟ୍ଟନାୟକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।