ଦିଲ୍ଲୀ ଫାଇନାଲ କରିବ ଓଡ଼ିଶାର ମଙ୍ଗୁଆଳ; ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ ରାହୁଲ

ଶରତ ପଟ୍ଟନାୟକ, ମହମ୍ମଦ ମୋକିମ, ଜୟଦେବ ଜେନା ନା ଭକ୍ତ ଦାସ ? କି ଆଉ କିଏ ନୂଆ ମୁହଁ। ଦିଲ୍ଲୀ ଫାଇନାଲ କରିବ ଓଡ଼ିଶାର ମଙ୍ଗୁଆଳ କିଏ ହେବ।

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା (ପ୍ରତୀକାତ୍ମକ ଛବି)

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଜି ହାଇକମାଣ୍ଡ ନେବେ ରାଜ୍ୟ କଂଗ୍ରେସ ନେତାଙ୍କ ପରୀକ୍ଷା। ପ୍ରଶ୍ନ ପଚାରିବେ ? ପିସିସି ସଭାପତି କାହାକୁ କରାଗଲେ ଭଲ ହେବ ? କିଏ ହେବ ବିଧାୟକ ଦଳ ନେତା ? ଏମିତି ପ୍ରଶ୍ନ ଭିତରେ ବି ବଡ଼ ପ୍ରଶ୍ନ ବି ରହିବ କାହିଁକି ଆସ୍ଥା ଭାଜିତ ହେଇପାରୁନି ଦଳ। କଣ କଲେ ୨୪ ରେ ସଂଗଠନ ସୁଦୃଢ଼ ହେବ ସେ ନେଇ ରାହୁଲ ରାଜ୍ୟ ନେତାଙ୍କ ସହିତ ଅଲୋଚନ କରିବେ।

ଶରତ ପଟ୍ଟନାୟକ, ମହମ୍ମଦ ମୋକିମ, ଜୟଦେବ ଜେନା ନା ଭକ୍ତ ଦାସ ? କି ଆଉ କିଏ ନୂଆ ମୁହଁ। ଦିଲ୍ଲୀ ଫାଇନାଲ କରିବ ଓଡ଼ିଶାର ମଙ୍ଗୁଆଳ କିଏ ହେବ। ଦିଲ୍ଲୀ ଫାଇନାଲ କରିବ ଓଡ଼ିଶାର ମଙ୍ଗୁଆଳ କିଏ ହେବ। କିଏ ହେବ ପ୍ରଦେଶ କଂଗ୍ରେସ କମିଟିର। ଦିନକ ଆଗରୁ ଖବର ପାଇ ଓଡ଼ିଶା ନେତା ଦିଲ୍ଲୀରେ ପହଞ୍ଚିଛନ୍ତି।

ସେପଟେ ଏହାକୁ ନେଇ ପିସିସି ସଭାପତି କହିଛନ୍ତି,"ଆଜି ନିଷ୍ପତ୍ତି ଚୂଡ଼ାନ୍ତ ହୋଇଯିବ। ପରିବର୍ତ୍ତନ ହେବା ଆବଶ୍ୟକ ଅଛି। ମୁଁ ବି ଇସ୍ତଫା ଦେଇ ସାରିଛି"।

ମିଳିଥିବା ସୂଚନା ଅନୁସାରେ ଆଜି, କାଲି ଦିନ ୧୦ଟାରୁ ୧ ପର୍ଯ୍ୟନ୍ତ, ୩ ଘଣ୍ଟା ଧରି ଓଡିଶା ଉପରେ ରାହୁଲ ନେବେ ବୈଠକ। ଚେଲାଙ୍କ ରିପୋର୍ଟ ଓ ନେତା ଦେଇଥିବା ମତାମତକୁ ଆଧାର କରି ପିସିସି ସଭାପତି ଓ ବିଧାୟକ ଦଳ ନେତା ହେଁ ସ୍ଥିର ସହିତ ରାଜ୍ୟ କଂଗ୍ରେସ କମିଟି ମଧ୍ୟ ସ୍ଥିର ହେବ। ଯଦିଓ ଏହା ଘୋଷଣା ଆସନ୍ତା କାଲି ହେବ ନାହିଁ କିନ୍ତୁ ନେତା ଚୟନ ସହ ୨୪ ପୂର୍ବରୁ ସଂଗଠନ କମିଟି ତିଆରି ହୋଇ ପରେ ଘୋଷଣା ହେବ।

ଶରତ ପଟ୍ଟନାୟକ କହିଛନ୍ତି "ପିସିସି ସଭାପତି ରେସରେ ମୁଁ ନାହିଁ । ଓଡିଶା ପିସିସି ସଭାପତି ଚୟନ ନେଇ ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଆମେ ସମସ୍ତେ ମାନିବୁ। ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବୁ। ହାଇ କମାଣ୍ଡଙ୍କୁ ଦଳର ସଂଗଠନ ଓ ସୁଦୃଢ଼ ବାବଦରେ ଅବଗତ କରାଇବୁ"।

ଜୟଦେବ ଜେନା କହିଛନ୍ତି "କେବଳ ପିସିସି ଚୟନ ନେଇ ଆମେ ଦିଲ୍ଲୀ ଯାଉନାହୁଁ  ବରଂ ୨୦୨୪ ପାଇଁ ଋଣନୀତି ପ୍ରସ୍ତୁତ ହେବ, ଅଗମୀ ନିର୍ବାଚନରେ କେମିତି ଦଳ ମୁକାବିଲା କରାଯିବ ସେ ନେଇ ଆଲୋଚନା କରାଯିବ"।
Published by:Soumya Das
First published: