କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଟ୍ରାକ୍ଟର ରାଲି କଲା କଂଗ୍ରେସ; BJP ଓ BJD ନାକ ଟେକିଲେ

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ‘‘ଚାଷୀମାରଣ ନୀତି’’ର ଭର୍ତ୍ସନା କରି କହିଛନ୍ତି ଯେ ଓଡ଼ିଶାରେ ଧାନ କ୍ୱିଣ୍ଟାଲ୍ ୨,୫୦୦ ଟଙ୍କା ତଳକୁ କିଣୁଥିବା ବା ବିକୁଥିବା ଲୋକଙ୍କ ପାଇଁ ଜେଲ୍ ଦଣ୍ଡ ସହ ଅର୍ଥ ଦଣ୍ଡର ଆଇନ୍ ହେବା ଉଚିତ ।

କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଟ୍ରାକ୍ଟର ରାଲି କଲା କଂଗ୍ରେସ; BJP ଓ BJD ନାକ ଟେକିଲେ
କଂଗ୍ରେସର ଟ୍ରାକ୍ଟର ରାଲିର ଏକ ଦୃଶ୍ୟ
  • News18 Odia
  • Last Updated: November 9, 2020, 11:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରିବା ପରେ ଏଥର ଚାଷୀଙ୍କ ଲାଗି ଟ୍ରାକ୍ଟରରେ ବସି ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟ କଂଗ୍ରେସର ନେତାମାନେ । କେନ୍ଦ୍ରର ଏନ୍‌.ଡି.ଏ. ସରକାର ଦେଶର କୃଷି, କୃଷକ ଓ ଶ୍ରମିକମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରି ସଂସଦରେ ପାରିତ କରିଥିବା ତିନିଟି ବିଧେୟକକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି କଂଗ୍ରେସର ନେତାମାନେ ।

କୃଷି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓ ସେହି ତିନେଟି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ନିକଟରେ କଂଗ୍ରେସ ନେତା ସହ ସାଂସଦ ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣାରେ ବିଶାଳ ‘କ୍ଷେତ ବଞ୍ଚାଅ ଶୋଭଯାତ୍ରା’ର ନେତ-ତ୍ନ ନେଇଥିଲେ । ସେହି କାର୍ଯ୍ୟକ୍ରମକୁ ଚଳାଇ ରଖିବା ପାଇଁ ନିଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶରେ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ସ୍ୱାମୀ ସେନାରେ

ଏହି ଟ୍ରାକ୍ଟର ଶୋଭାଯାତ୍ରାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ସହ ସାଂସଦ ଡଃ ଏ. ଚେଲ୍ଲାକୁମାର ଯୋଗଦେଇ କହିଛନ୍ତି ଯେ କୃଷକ ଓ ଶ୍ରମିକମାନଙ୍କ ଉନ୍ନତି ଓ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ‘‘ଚାଷୀମାରଣ ନୀତି’’ର ଭର୍ତ୍ସନା କରି କହିଥିଲେ ଯେ ଯଦି ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କର ଚାଷୀଙ୍କ ପ୍ରତି ତିଳେ ମାତ୍ର ଆନ୍ତରିକତା ଅଛି ତେବେ ଛତିଶଗଡ଼ ସରକାର ଯେପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା କରିଛନ୍ତି ସେହି ପରି ଓଡ଼ିଶାରେ କରିବା ଉଚିତ ।

ଟ୍ରାକ୍ଟର ରାଲିରେ ନିରଞ୍ଜନ ପଟ୍ଟନାୟକ ଓ ଡଃ ଏ. ଚେଲ୍ଲାକୁମାର


‘‘ଧାନ କ୍ୱିଣ୍ଟାଲ୍‌ ୨,୫୦୦ ଟଙ୍କା ତଳକୁ ଯିଏ କିଣିବ ବା ବିକ୍ରି କରିବ ତା’ ପାଇଁ ଜେଲ୍ ଦଣ୍ଡାଦେଶ ସହିତ ଅର୍ଥ ଦଣ୍ଡାଦେଶର ନିୟମ କଲେ ପ୍ରକୃତରେ ରାଜ୍ୟ ସରକାରଙ୍କର ଚାଷୀମାନଙ୍କ ପ୍ରତି ଦରଦ ଅଛି ବୋଲି ଜଣାପଡ଼ିବ,’’ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ‘‘ପାକିସ୍ତାନ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି,’’ କହିଲେ UP BJP ଅଧ୍ୟକ୍ଷ

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ବର୍ଷିଛନ୍ତି। ‘‘ସଂସଦରେ ଅଗଣତାନ୍ତ୍ରିକ ଉପାୟରେ ପାରିତ ହୋଇଥିବା କୃଷି ବିଧେୟକ ଯାହାକି ଏବେ କୃଷି ଆଇନରେ ପରିଣତ ହୋଇଛି ସେହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏକ ଆଇନ ବନାଇ ୨,୫୦୦ ଟଙ୍କାରୁ କମ ମୂଲ୍ୟରେ ଯିଏ ଧାନର କିଣାବିକାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ । ତାହା ନ କରି କୁମ୍ଭୀର କାନ୍ଦଣା କାନ୍ଦି ରାଜ୍ୟବାସୀଙ୍କୁ କାହିଁକି ଧୋକା ଦେଉଛନ୍ତି ନବୀନ ସରକାର?’’ ପଚାରିଛନ୍ତି ହରିଚନ୍ଦନ ।

‘‘ରାଜ୍ୟବାସୀ ଜାଣି ରଖିବା ଉଚିତ୍ ଯେ ବିଜେଡ଼ି ଓ ବିଜେପି ବର୍ତମାନ ବାସ୍ତବରେ ଗୋଟିଏ ସଙ୍ଗଠନ । ନହେଲେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କ ସବୁ ପ୍ରସ୍ତାବରେ ବିଜେଡ଼ି ସମର୍ଥନ କରନ୍ତା ନାହିଁ,’’ କହିଛନ୍ତି ହରିଚନ୍ଦନ ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ବାହାରି କଟକ ପ୍ରତାପନଗରୀ ଦେଇ କଟକ ଅଭିମୁଖେ ଯାତ୍ରା କରିଥିଲା । ଏହି ଶୋଭାଯାତ୍ରା କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ନୂତନ କାର୍ଯ୍ୟାଳୟକୁ ଡଃ ଚେଲ୍ଲାକୁମାର ଓ ପିସିସି ସଭାପତି ଉଦଘାଟନ କରିଥିବା ବେଳେ ନବନିଯୁକ୍ତ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ସବୁ ନେତାଙ୍କୁ ସ୍ୱାଗତ କରିଥିଲେ ।

କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘କୃଷି ବିଧେୟକ ବିଲକୁ ଭଲ ଭାବରେ ପଢ଼ିନାହାନ୍ତି କଂଗ୍ରେସ ନେତାମାନେ । ମୋଦି ଲୋକଙ୍କ ପାଇଁ ସବୁ ଯୋଜନା କରୁଛନ୍ତି। କଂଗ୍ରେସର ଅଭିଯୋଗ ଭିତ୍ତିହୀନ ।’’



‘‘ରାଜ୍ୟରେ ୨୦ ବର୍ଷ ହେବ କ୍ଷମତାରେ ଥିବା ବିଜେଡି ରାଜ୍ୟର ଚାଷୀ ହୁଅନ୍ତୁ କି ଶ୍ରମିକ, ସମସ୍ତଙ୍କ ପାଇଁ ସମ୍ବେଦନଶୀଳ । ନବୀନ ବାବୁଙ୍କ ଉପରେ ଯଦି ସେମାନଙ୍କର ବିଶ୍ୱାସ ନ ଥାଆନ୍ତେ ତେବେ କେମିତି ସେ ପାଞ୍ଚ ଥର ନିର୍ବାଚିତ ହୋଇଥାନ୍ତେ?’’ ପଚାରିଛନ୍ତି ବିଜେଡି ମୁଖପାତ୍ର ସହ ବରିଷ୍ଠ ବିଧାୟକ ଦେବୀ ମିଶ୍ର ।
Published by: Anand Shankar Thankur Das
First published: November 9, 2020, 11:32 PM IST
corona virus btn
corona virus btn
Loading