କଂଗ୍ରେସରେ କନ୍ଦଳ; ମୋକିମ-ତାରା ମଧ୍ୟରେ ମୁହାଁମୁହିଁ

ମୋ ଉପରେ କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ ତାହାର ଜବାବ ନ ମିଳିବା ଯାଏ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା କଂଗ୍ରେସ ଭବନ ଯିବି ନାହିଁ: ମୋକିମ

ମୋକିମ - ତାରା ମଧ୍ୟରେ ମୁହାଁମୁହିଁ

ମୋକିମ - ତାରା ମଧ୍ୟରେ ମୁହାଁମୁହିଁ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: କଂଗ୍ରେସ ପାଇଁ ଅଡୁଆ ବଢାଇଲେ ମୋକିମ। ୨୦୨୪ ଲଢେଇ ପାଇଁ ରାଜ୍ୟ କଂଗ୍ରେସ ମଇଦାନ ପ୍ରସ୍ତୁତ କରୁଥିବା ବେଳେ ମୋକିମଙ୍କ ବିବାଦୀୟ ବୟାନ ଅକଳରେ ପକାଇଛି।

୨୦୨୪ ଲଢେଇ ପାଇଁ ରାଜ୍ୟ କଂଗ୍ରେସ ମଇଦାନ ପ୍ରସ୍ତୁତ କରୁଛି। ଏପରି ସମୟରେ ମୋକିମଙ୍କ ବିବାଦୀୟ ବୟାନ କଂଗ୍ରେସକୁ ପୁଣି ଅକଳରେ ପକାଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ମୋକିମ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇ ଦଳର ଅଘୋଷିଟ ହ୍ବିପ ବିରୋଧରେ ଯାଇଥିଲେ। ଯାହାକୁ ନେଇ ପିସିସି ତାଙ୍କୁ ସୋ କଜ ନୋଟିସ କରିଥିଲା। ତା ପରଠୁ ମୋକିମ ଦଳୀୟ କାର୍ଯ୍ୟକ୍ରମକୁ ବୟକଟ କରି ଆସୁଛନ୍ତି। ନା କଂଗ୍ରେସ ଭବନ ଆସୁଛନ୍ତି। ନା କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।

ଦଳ ପକ୍ଷରୁ ଯେ ପର୍ଯ୍ୟନ୍ତ ସୋ କଜର ଉତ୍ତର ନେଇ କୌଣସି ଚିଠି ମିଳିନି। ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବିନି କି କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମ ରେ ସାମିଲ ହେବିନି। କେବଳ କଟକ ଭିତରେ ସୀମିତ ରହିବି। ସାଙ୍ଗଠନିକ ବିସ୍ତାର ବେଳେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି । ଯୁବକମାନଙ୍କୁ ଅଗ୍ରାଧିକାର ମିଳୁନି। ତେଣୁ ଅନେକ ଯୁବ କର୍ମୀ ଦଳ ଛାଡ଼ୁଛନ୍ତି ବୋଲି ମୋକିମ କହିଛନ୍ତି।

ଏହି ପ୍ରସଙ୍ଗରେମୋକିମଙ୍କୁ ଟାର୍ଗେଟ କରିଛନ୍ତି ତାରା ପ୍ରସାଦ ବାହିନୀପତି। ମୁଁ ଚାରି ଚାରି ଥରର ବିଧାୟକ। କେତେବେଳେ ଡ଼ଷ୍ଟବିନରେ ପଡିଛି ତ କେତେବେଳେ ଷ୍ଟେଜରେ ଫୁଲ ମାଳ ପିନ୍ଧିଛି। ତେଣୁ ମହମ୍ମଦ ମୋକିମ ଥରକର ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତାରା।

ସେପଟେ ମୋକିମ - ତାରା ମୁହାଁମୁହିଁ ପ୍ରସଙ୍ଗରେ ପିସିସି ସଭାପତିଙ୍କ ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଧାୟକ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ପିସିସି ସଭାପତିଙ୍କ ପାଖରେ ନାହିଁ। ମୋକିମ ଯେଉଁ ଉତ୍ତର ଦେଇଛନ୍ତି ତାକୁ ଏଆଇସିସିକୁ ପଠାଯାଇଛି। ସେ ନିଷ୍ପତ୍ତି ଏଆଇସିସି ନେବ। ପ୍ରତ୍ୟେକ ଲୋକଙ୍କୁ କଂଗ୍ରେସ ଦଳ ସହ ଜଡିତ କରି ରଖିବାକୁ ଚେଷ୍ଟା କରୁଛି। ମୋକିମ ଦଳର ଜଣେ ବିଧାୟକ। ତେଣୁ ସେ ଦଳ ସହ ରହିଲେ କଂଗ୍ରେସ ପାଇଁ ଭଲ ବୋଲି ପିସିସି ସଭାପତି କହିଛନ୍ତି।
Published by:Soumya Das
First published: