କାଲି ‘ଭାରତ ବନ୍ଦ’ ଧର୍ମଘଟକୁ କଂଗ୍ରେସର ହଁ, ବିଜେଡିର ନା; ବିଭିନ୍ନ ସେବା ବ୍ୟାହତ ହେବ

ରାଜ୍ୟ କଂଗ୍ରେସ୍‌ ସଭାପତି ବନ୍ଦ୍‌କୁ ସମର୍ଥନ କରିବା ସହ କଂଗ୍ରେସ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି, କିନ୍ତୁ ଟ୍ରେଡ୍ ୟୁନିୟନ୍ଗୁଡ଼ିକର ନିମନ୍ତ୍ରଣ ଓ ଅନୁରୋଧ ସତ୍ୱେ ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ । ବିଜେଡିର ଭଙ୍ଗୀ ଦେଖି କିଛି ରାଜନୈତିକ ସମୀକ୍ଷକ ମୋଦି ସରକାର ପ୍ରତି ବିଜେଡିର ଆଭିମୁଖ୍ୟ ଏବେ ବଦଳିଯାଇଛି ବୋଲି କହିଛନ୍ତି ।

କାଲି ‘ଭାରତ ବନ୍ଦ’ ଧର୍ମଘଟକୁ କଂଗ୍ରେସର ହଁ, ବିଜେଡିର ନା; ବିଭିନ୍ନ ସେବା ବ୍ୟାହତ ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 7, 2020, 1:09 AM IST
  • Share this:
  • Byline Facebook
  • Byline Twitter
  • Byline Linkedin


News18 Odia Digital
ଭୁବନେଶ୍ବର: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ଓ ସ୍ବାଧୀନ ଫେଡେରେସନ୍‌ ମିଳିତ ମଞ୍ଚ ଦ୍ୱାରା ୮ ତାରିଖ ବୁଧବାର ଦିନ ଆୟୋଜିତ ହେବାକୁ ଥିବା ଚ଼ବିଶି-ଘଣ୍ଟିଆ ‘ଭାରତ ବନ୍ଦ’ ଧର୍ମଘଟକୁ କଂଗ୍ରେସ୍‌ ସମର୍ଥନ କରିଛି, ମାତ୍ର ଆୟୋଜକ ସଙ୍ଗଠନଗୁଡ଼ିକର ଆମନ୍ତ୍ରଣ ଓ ଅନୁରୋଧ ସତ୍ୱେ ଶାସକ ଦଳ ବିଜେଡି ନିଜକୁ ଏଥିରୁ ଦୂରେଇ ରଖିଛି ।

ବନ୍ଦକୁ ସଫଳ କରିବା ପାଇଁ ଆୟୋଜକ ସଙ୍ଗଠନଗୁଡ଼ିକର ଓଡିଶା ଶାଖା ପକ୍ଷରୁ ମଧ୍ୟ ସବୁ ପ୍ରକାର ଉଦ୍ୟମ କରାଯାଉଛି । ମୁଖ୍ୟତଃ ଆର୍ଥିକ ମାନ୍ଦାବସ୍ଥା, ବେକାରୀ, ବେରୋଜଗାରୀ, ଶ୍ରମ ଆଇନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଭଳି ୧୨ଟି ଦାବୀକୁ ନେଇ ଏହି ଧର୍ମଘଟର ଡାକରା ଦିଆଯାଇଛି ।

ଶ୍ରମିକ ନେତା ସୌରୀବନ୍ଧୁ କର, ବରିଷ୍ଠ ବାମ ନେତା ଜନାର୍ଦ୍ଦନ ପତି ଓ ରାମକୃଷ୍ଣ ପଣ୍ଡା ପ୍ରମୁଖ ଲୋକସେବା ଭବନରେ ଏକ ତିନିଜଣିଆ ମନ୍ତ୍ରୀସ୍ତରୀୟ କମିଟିକୁ ଭେଟି ସରକାରୀ ସମର୍ଥନ ଲୋଡ଼ିଥିଲେ । ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିବା ସହ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚ଼ନା କରି ବନ୍ଦକୁ ସଫଳ କରିବା ନିମନ୍ତେ ସହଯୋଗ ଲୋଡିଥିଲେ ।

ପିସିସି ସଭାପତି ଏହାକୁ ସମର୍ଥନ କରିବା ସହ କଂଗ୍ରେସ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି, କିନ୍ତୁ ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ । ବିଜେଡିର ଏ ପ୍ରକାର ଭଙ୍ଗୀ ଦେଖି କିଛି ରାଜନୈତିକ ସମୀକ୍ଷକ କେନ୍ଦ୍ରର ମୋଦି ସରକାର ପ୍ରତି ଶାସକ ବିଜେଡିର ଆଭିମୁଖ୍ୟ ଏବେ ବଦଳିଯାଇଛି ବୋଲି କହିଛନ୍ତି ।

ଏହି ଚ଼ବିଶି-ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସାର୍ବଜନୀନ ସେବା ପ୍ରଭାବିତ ହୋଇପାରେ । ଘରୋଇ ଓ ସରକାରୀ ବସ୍ ସେବା ଓ ରେଳ ସେବା ସଂପୂର୍ଣ୍ଣ ବ୍ୟାହତ ହେଇପାରେ; ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହି ପାରନ୍ତି; ସ୍କୁଲ କଲେଜ ସେଦିନ ଖୋଲିବେ ନାହିଁ; ଆଉ ଅଟୋ ସମେତ ଗାଡ଼ି ଚ଼ଳାଚ଼ଳ ବନ୍ଦ ରହିବ। 

Published by: Anand Shankar Thankur Das
First published: January 7, 2020, 1:09 AM IST
corona virus btn
corona virus btn
Loading