ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍-ଅଫ୍ ମାର୍କ; ତିନୋଟି ଯାକ ବିଭାଗରେ ରେଭେନ୍ସା ଆଗରେ ଅଛି

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନାମଲେଖା । କରୋନା ନିୟମାବଳୀ ଅନୁସାରେ ପ୍ରତି ଏକ ଘଣ୍ଟାରେ ମାତ୍ର ୧୫ ଜଣ ନାମ ଲେଖାଇବା ପାଇଁ ଉପସ୍ଥିତ ରହିବେ କଲେଜରେ । ସମସ୍ତେ ମାସ୍କ ପିନ୍ଧିବେ ଓ ଥର୍ମାଲ ସ୍କ୍ରିନିଂ କରାଇବେ ।

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍-ଅଫ୍ ମାର୍କ; ତିନୋଟି ଯାକ ବିଭାଗରେ ରେଭେନ୍ସା ଆଗରେ ଅଛି
ପ୍ଲସ୍ ଟୁ ନାମଲେଖା କାର୍ଯ୍ୟ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ କେତେକ ଛାତ୍ରୀ
  • News18 Odia
  • Last Updated: September 18, 2020, 6:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁକ୍ତ ଦୁଇର ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ କଟ୍‌-ଅଫ୍‌ ମାର୍କ ତାଲିକା (plus two cutoff mark list) ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏହା ସହ ସାମସ ଓଡ଼ିଶାରେ ଉପଲବ୍ଧ ହୋଇଛି କଟ୍‌-ଅଫ୍‌ ମାର୍କ ତାଲିକା । ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କଲେଜର ପ୍ରତ୍ୟେକ ବିଭାଗର କଟ୍‌-ଅଫ୍‌ ମାର୍କ ଦେଖିପାରିବେ।

ଚଳିତ ବର୍ଷ ତିନୋଟି ଯାକ ଷ୍ଟ୍ରିମରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (Ravenshaw Higher Secondary School) ଆଗରେ ରହିଛି । ସାଇନ୍ସରେ ରେଭେନ୍ସାର କଟ୍‌-ଅଫ୍‌ ମାର୍କ ୮୯% ରହିଛି । କଳାରେ ରେଭେନ୍ସାରେ କଟ୍‌-ଅଫ୍‌ ମାର୍କ ସର୍ବାଧିକ ୭୨.୫% ରହିଛି । ବାଣିଜ୍ୟରେ ରେଭେନ୍ସାର କଟ୍‌-ଅଫ୍‌ ମାର୍କ ରହିଛି ୭୫.୮୩%।

ବିଜ୍ଞାନରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସର୍ବାଧିକ ୮୯% କଟ ଅଫ ପରେ ଦ୍ଵିତୀୟରେ ୮୮.୬% ସହ ବିଜେବି (BJB College, Bhubaneswar) ଓ ତୃତୀୟରେ ୮୮.୬୭% ସହ ନୀଳକଣ୍ଠେଶ୍ୱର ସରସ୍ବତୀ ବିଦ୍ୟା ମନ୍ଦିର ରହିଛି ।

କଳାରେ ରେଭେନ୍ସାର ସର୍ବାଧିକ କଟ୍‌-ଅଫ୍‌ ୭୨.୫% ପରେ ୭୧.୮୩% ସହିତ ବିଜେବି ଦ୍ଵିତୀୟରେ ଓ ୬୭.୮୩% ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟରେ ରହିଛି ।



ବାଣିଜ୍ୟରେ ୭୫.୮୩% ସହ ଆଗରେ ରହିଛି ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ୭୫.୫% ସହ ଦ୍ଵିତୀୟରେ ଅଛି ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୭୪% ସହ ତୃତୀୟରେ ରହିଛି ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।

ଗତ ବର୍ଷ ବିଜ୍ଞାନରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ, କଳାରେ ବିଜେବି ଓ ବାଣିଜ୍ୟରେ ଗୋପାଳପୁର କଲେଜ ଆଗରେ ରହିଥିଲା।

‘‘ଗତ କିଛି ବର୍ଷ ହେବ ବିଜେବି କଲେଜର କଟ୍‌-ଅଫ୍‌ ମାର୍କ ରେଭେନ୍ସା ଠାରୁ ଏକ ଦୁଇ ପ୍ରତିଶତ କମ୍‌ ରହୁଛି । ଏହାର କାରଣ ଅଧିକ ଇଂରାଜୀ ମାଧ୍ୟମ ପିଲା ରେଭେନ୍ସାକୁ ବାଛୁଥିବା ବେଳେ ଗ୍ରାମାଞ୍ଚଳର ପିଲା ବିଜେବିକୁ ଆସୁଛନ୍ତି । ରେଭେନ୍ସାର ସିଟ୍‌ ସଂଖ୍ୟା ବି ବିଜେବି ତୁଳନାରେ କମ୍‌ । ତେଣୁ କଟ୍‌-ଅଫ୍‌ ଅଧିକ ରହୁଛି,’’ କହିଛନ୍ତି ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବଳ ।

ଏ ବର୍ଷ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୩ ଲକ୍ଷ ୮୪ ହଜାର ୨୭୯ ଜଣ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ ପାଇଁ ମନୋନୀତ ହୋଇଛନ୍ତି ୩ ଲକ୍ଷ ୪୭,୬୨୬ ଜଣ । ସେଥିରେ ଅଛନ୍ତି କଳାରେ ୨ ଲକ୍ଷ ୨୩,୫୭୫ ଜଣ, ବାଣିଜ୍ୟରେ ୨୫,୦୬୨ ଜଣ ଓ ବିଜ୍ଞାନରେ ୮୪,୭୮୯ ଜଣ । ସଂସ୍କୃତରେ ୮,୪୩୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫,୭୬୨ ଜଣ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । କରୋନା ନିୟମାବଳୀ ଅନୁସାରେ ପ୍ରତି ଏକ ଘଣ୍ଟାରେ ମାତ୍ର ୧୫ ଜଣ ନାମ ଲେଖାଇବା ପାଇଁ ଉପସ୍ଥିତ ରହିବେ କଲେଜରେ । ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜେସନ ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନି ସମ୍ପୁର୍ଣ୍ଣ ନାମଲେଖା କରିବାକୁ ନିର୍ଦ୍ଦେଶ ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଏସ୍‌.ଓ.ପି. ଅନୁଯାୟୀ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା।

‘‘ଏହି ଏସ୍‌.ଓ.ପି. ମାନି ନାମଲେଖା ପ୍ରକ୍ରିୟା କରିବାକୁ ସମସ୍ତେ ବାଧ୍ୟ । କରୋନା କାଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିତାନ୍ତ ଜରୁରୀ । ତେଣୁ ସବୁ କଲେଜଗୁଡ଼ିକ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ବାଧ୍ୟ,’’ କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ବେହେରା ।

ଏହା ବି ପଢ଼ନ୍ତୁ | ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଅକ୍ଟୋବର ୩ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ । ଅକ୍ଟୋବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା । ୮ ତାରିଖରେ ଫାଇନାଲ୍ ଲିଷ୍ଟ ପ୍ରକାଶିତ ହେବ। ନାମଲେଖା ପରେ ବଳକା ବା ଫାଙ୍କ ଥିବା ସିଟ ପୂରଣ ପାଇଁ ଅକ୍ଟୋବର ୧୩ ତାରିଖରେ କେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେତେ ସିଟ ଫାଙ୍କ ଅଛି ତା’ର ଏକ ତାଲିକା ପ୍ରକାଶିତ ହେବ ।



ଅକ୍ଟୋବର ୧୩ରୁ ୧୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ସ୍ପଟ୍‌ ଆଡ଼ମିଶନ ପାଇଁ ପଞ୍ଜିକରଣ କରିବେ । ୧୫ ତାରିଖ ସନ୍ଧ୍ୟା ୫ଟାରେ ସ୍ପଟ ଆଡ଼ମିଶନ ପାଇଁ ଫାଇନାଲ ତାଲିକା ପ୍ରକାଶିତ ହେବ। ଅକ୍ଟୋବର ୧୬ ସକାଳ ୧୦ଟାରୁ ୪ଟା ହେବ ନାମଲେଖା ।
Published by: Anand Shankar Thankur Das
First published: September 18, 2020, 6:33 PM IST
corona virus btn
corona virus btn
Loading