ଆଜି ପୂର୍ବାଞ୍ଚଳ ରାଜ୍ୟ ପରିଷଦର ବୈଠକ; ଓଡ଼ିଶା ଉଠାଇବ ବେଶ୍ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟ ମନ୍ତ୍ରୀ ନିତିଶ କୁମାର, ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ଓ ଝାଡ଼ଖଣ୍ଡର ହେମନ୍ତ ସୋରେନ ଭାଗ ନେଉଛନ୍ତି ।

ଆଜି ପୂର୍ବାଞ୍ଚଳ ରାଜ୍ୟ ପରିଷଦର ବୈଠକ; ଓଡ଼ିଶା ଉଠାଇବ ବେଶ୍ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
ଅମିତ ଶାହ; (ଡାହାଣ) ନବୀନ ପଟ୍ଟନାୟକ
  • News18 Odia
  • Last Updated: February 28, 2020, 12:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀରେ ଶୁକ୍ରବାର ଆଯୋଜିତ ହେଉଥିବା ପୂର୍ବାଞ୍ଚଳ ରାଜ୍ୟ ପରିଷଦର ୨୪ତମ ବୈଠକରେ ଓଡ଼ିଶା କୋଇଲା ରୟାଲଟି ବୃଦ୍ଧି, ବ୍ୟାଙ୍କ ସେବା, ମୋବାଇଲ ସଂଯୋଗୀକରଣ ଓ ବିଭିନ୍ନ ସେସ ମାଧ୍ୟମରେ ରାଜ୍ୟରୁ କେନ୍ଦ୍ର ନେଉଥିବା ଅର୍ଥରୁ ରାଜ୍ୟକୁ ଭାଗ ଦେବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ।

ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମ ବଙ୍ଗକୁ ନେଇ ଗଠିତ ହୋଇଛି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଆୟୋଜନକାରୀ ରାଜ୍ୟ ଭାବେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉପାଧକ୍ଷ ଅଛନ୍ତି  । ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡର ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଏଥିରେ ଅଂଶଗ୍ରହଣ କରିବେ ।

ପରିଷଦର ସଦସ୍ୟ ଭାବେ ଏହି ଚ଼ାରୋଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେବେ ଏହି ବୈଠକରେ । କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ୨୦୧୮ ମସିହା ଅକ୍ଟୋବର ୧ରେ ପୂର୍ବାଞ୍ଚଳ ପରିଷଦର ଶେଷ ବୈଠକ କଲିକତାରେ ବସିଥିଲା  ।

ଭୁବନେଶ୍ବର ଲୋକସେବା ଭବନରେ ଥିବା ନ୍ୟୁ କନଭେନସନ୍‌ ହଲରେ ହେବାକୁ ଥିବା ଏହି ବୈଠକରେ ୫୦ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ । ଆନ୍ତଃରାଜ୍ୟ ଜଳ ବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣିଗୁଡିକର ପରିଚାଳନା ଓ ରୟାଲଟି, ରେଳ ପ୍ରକଳ୍ପଗୁଡିକ ପାଇଁ ଭୂମି ଓ ଜଙ୍ଗଲଗତ ମଞୁରୀ, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ, ଦୁର୍ଗମ ଅଞ୍ଚଳରେ ଦୂର ସଞ୍ଚାର ଓ ବ୍ୟାଙ୍କିଙ୍କ ସେବାର ଭିତ୍ତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ ଓ କେନ୍ଦ୍ରୀୟ ରାଜସ୍ବର ପରିବଣ୍ଟନ ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଆଲୋଚନାରେ ସ୍ଥାନ ପାଇବ । ଅନେକ ବରିଷ୍ଠ ଅଧିକାରୀ ଓ ରାଜନୈତିକ ନେତୃତ୍ବଙ୍କ ଉପସ୍ଥିତିରେ ଆହୁରି ଅନେକ ବିଷୟ ଏହି ବୈଠକରେ ଆଲୋଚନା ମାଧ୍ୟମରେ ସମାଧାନ ହେବାର ସମ୍ଭାବନା ରହିଛି ।

୧୯୫୬ର ରାଜ୍ୟ ପୁନର୍ଗଠନ ଆଇନର ୧୫ ରୁ ୨୨ ଧାରାକୁ ଆଧାର କରି ୧୯୫୭ ମସିହାରେ ପାଞ୍ଚଟି ଆଞ୍ଚଳିକ ପରିଷଦ ଗଠନ ହୋଇଥିଲା । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ଆଞ୍ଚଳିକ ପରିଷଦର ଅଧ୍ୟକ୍ଷତା କରୁଥିବା  ବେଳେ ଆୟୋଜନକାରୀ ରାଜ୍ୟର ମୁଖ୍ୟ ମୁନ୍ତ୍ରୀ ଏହାର ଉପାଧ୍ୟକ୍ଷ ଦାୟିତ୍ବ ତୁଲାଇଥାନ୍ତି । ପ୍ରତ୍ୟେକ ରାଜ୍ୟର ଦୁଇ ମନ୍ତ୍ରୀ ଏହାର ସଦସ୍ୟ ଭାବେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହୋଇଥାନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ସଦସ୍ୟ ରାଜ୍ୟମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ମନୋମାଳିନ୍ୟ ପରିଷଦରେ ଆଲୋଚ଼ନା ଦ୍ବାରା ସମାଧାନ ହୋଇଥାଏ  ।

‘‘କୋଇଲା ରୟାଲଟି ବୃଦ୍ଧି, ଏବେ ୧୧,୦୦୦ ଗାଁରେ ମୋବାଇଲ ସେବା ନ ଥିବାରୁ ମୋବାଇଲ ସଂଯୋଗୀକରଣ, ବ୍ୟାଙ୍କ ସେବା, ସେସ୍‌ ଆକାରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକରୁ ଯେଉଁ ଅର୍ଥ ନେଉଛନ୍ତି ସେଥିରୁ ରାଜ୍ୟକୁ ଭାଗ ଦେବା ପାଇଁ ଦାବି ଦାବି କରିବ ରାଜ୍ୟ । ମାଓ ସମସ୍ୟା ଭଳି ଚାରୋଟି ରାଜ୍ୟର ଥିବା ସମାନ ସମସ୍ୟା ଏହି ବୈଠକରେ ପ୍ରଣୁଖତା ରଖିବ,’’ କହିଛନ୍ତି ମୁଖ୍ୟ ଶାସନ ସତିବ ଅସିତ ତ୍ରିପାଠୀ ।

ଆଞ୍ଚଳିକ ପରିଷଦରେ ଆହୁରି ଅନେକ ବିଷୟବସ୍ତୁ ଯଥା ସୀମା ସମ୍ପର୍କିତ ବିବାଦ, ନିରାପତ୍ତା, ସଡ଼କ ପରିବହନ, ଶିଳ୍ପ, ଜଳ ଓ ଶକ୍ତି, ଭିତ୍ତିଭୂମି, ଜଙ୍ଗଲ ଓ ପରିବେଶ, ଗୃହ, ଶିକ୍ଷା, ଖାଦ୍ୟ ନିରାପତ୍ତା, ପର୍ଯ୍ୟଟନ ଓ ପରିବହନ ମଧ୍ୟ ଆଲୋଚନାର ପରିସର ଭୁକ୍ତ ହୋଇଥାଏ ।
First published: February 28, 2020, 12:56 AM IST
corona virus btn
corona virus btn
Loading