ଆଜି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଭର୍ଚ୍ଚୁଆଲ୍ ରାଲିକୁ ସମ୍ବୋଧନ କରିବେ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ପାଇଁ ପ୍ରଚାର କରି ଶାଣିତ ସ୍ୱରରେ ସରକାରଙ୍କ ଉପରେ ପ୍ରହାର କରିଥିବା ବେଳେ ନବୀନଙ୍କ ଆଭିମୁଖ୍ୟ କେମିତି ରହିବ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।

ଆଜି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଭର୍ଚ୍ଚୁଆଲ୍ ରାଲିକୁ ସମ୍ବୋଧନ କରିବେ
ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)
  • News18 Odia
  • Last Updated: October 28, 2020, 1:15 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ବିଧାନ ସଭା ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ବି ଜୋର ଧରୁଛି। ନିଜ ଦଳର ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ଷ୍ଟାର୍‌ ପ୍ରଚାରକମାନେ । ବୁଧବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିବେ । ଭର୍ଚ୍ଚୁଆଲ୍‌ ମୋଡ଼ରେ ୨୮ ଓ ୨୯ ତାରିଖ ଦୁଇ ଦିନ ଯଥା କ୍ରମେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ପାଇଁ ସେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ବିଧାୟକମାନେ ସେଠାରେ ଡେରା ପକାଇଥିବା ବେଳେ ନବୀନ ନିବାସରୁ ମୁଖ୍ୟ ମନ୍ତ୍ରୀ ଜନ ସଭାକୁ ସମ୍ବୋଧନ କରିବେ। ନିର୍ବାଚନ ମଣ୍ଡଳୀରେ ଏଲ୍‌.ଇ.ଡି. ସ୍କ୍ରୀନ୍‌ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କ ଭାଷଣ ଶୁଣିବେ ଲୋକେ । ସରକାରଙ୍କ ବିକାଶୋନ୍ମୁଖୀ କାର୍ଯ୍ୟକୁ ଆଧାର କରି ବିଜେଡି ନିର୍ବାଚନ ରଣାଙ୍ଗନଙ୍କୁ ଓହ୍ଲାଇଥିବା ବେଳେ ନିଜ ପ୍ରଚାର ଭାଷଣରେ ମୁଖ୍ୟ ମନ୍ତ୍ରୀ କ’ଣ କହିବେ ତାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ପାଇଁ ପ୍ରଚାର କରି ଶାଣିତ ସ୍ୱରରେ ସରକାରଙ୍କ ଉପରେ ପ୍ରହାର କରିଥିବା ବେଳେ ନବୀନଙ୍କ ଆଭିମୁଖ୍ୟ କେମିତି ରହିବ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି । ନବୀନ ନିଜ ସ୍ୱର ଶାଣିତ କରିବେ ନା ନରମ ଆଭିମୁଖ୍ୟ ଗ୍ରହଣ କରିବେ ତାହା ଉପରେ କଳ୍ପନା ଜଳ୍ପନା ଜାରି ଅଛି । କିନ୍ତୁ ମୁଖ୍ୟ ମନ୍ତ୍ରୀ ପ୍ରଚାର କରିବା ପରେ ଶାସକ ଦଳ ବିଜେଡିକୁ ବହୁତ ଫାଇଦା ମିଳିବ ବୋଲି ଆଶା ରଖିଛନ୍ତି ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ।

ବାଲେଶ୍ୱରରେ ଏକ ପ୍ରଚାର ସଭାରେ ମନ୍ତ୍ରୀ ଅରୁଣ ସାହୁୁ ଓ ଅନ୍ୟ କେତେକ ମନ୍ତ୍ରୀ


ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ ବା ପ୍ରେମିକା ଠାରୁ ଧୋକା ମିଳେ

‘‘ନବୀନ ଯେତେବେଳେ କୁହନ୍ତି ଲୋକେ ଉତ୍ସାହର ସହ ଶୁଣନ୍ତି । ନବୀନଙ୍କ ପ୍ରଚାରରୁ ଦଳକୁ ବହୁତ ଫାଇଦା ମିଳିବ। ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ତଥା ସମଗ୍ର ରାଜ୍ୟରେ ବିଜେଡି ଶାସନ କାଳରେ ହୋଇଥିବା ଅପ୍ରତୀମ ବିକାଶୋନ୍ମୁଖୀ କାର୍ଯ୍ୟ କୁ ଆଧାର କରି ଦଳ ଭୋଟ ମାଗୁଛି । ନବୀନ ପଟ୍ଟନାୟକ ପ୍ରଚାର କଲେ ଦଳକୁ ବେଶ୍‌ ଫାଇଦା ମିଳିବ। ଅନ୍ୟ ନେତା ପ୍ରଚାର କଲେ ୧୦ ପ୍ରତିଶତ ଫଳ ମିଳିଲେ ନବୀନଙ୍କ ପ୍ରଚାରରେ ୯୦ ପ୍ରତିଶତ ସୁଫଳ ମିଳିବ,’’ କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ପାଇଁ ଭର୍ଚ୍ୟୁଆଲ ପ୍ରଚାର କରିଥିଲେ ଓ ବାଲେଶ୍ୱରରେ ରୋଡ଼ ଶୋ କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ପ୍ରଧାନ ପୁଣି ଥରେ ପ୍ରଚାର ମଇଦାନକୁ ଓହ୍ଲାଇପାରନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ସହ ଅନ୍ୟ ତାରକା ପ୍ରଚାରକ ବି ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ତେବେ ଲୋକଙ୍କ ପାଖକୁ ନ ଆସି ଭର୍ଚ୍ଚୁଆଲ୍‌ ପ୍ରଚାର କଲେ ପ୍ରଚାରର ସେତେଟା ପ୍ରଭାବ ରହିବନି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ।

ଏହା ବି ପଢ଼ନ୍ତୁ | ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେ

‘‘ନେତାମାନେ ଲୋକଙ୍କ ପାଖକୁ ଆସି ସେମାନଙ୍କ ସମସ୍ୟା ବୁଝିବା କଥା । ମୁଖ୍ୟ ମନ୍ତ୍ରୀ ଯଦି ଭର୍ଚ୍ଚୁଆଲ୍‌ ପ୍ରଚାର କରନ୍ତି ତା’ର କିଛି ପ୍ରଭାବ ରହିବନି,’’ କହିଛନ୍ତି ସିଂ ଦେଓ । କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବି କହିଛନ୍ତି ଯେ ନବୀନଙ୍କ ଡିଜିଟାଲ ପ୍ରଚାରରରେ କିଛି ପ୍ରଭାବ ରହିବନି । ‘‘ଆମ ଦଳର (କଂଗ୍ରେସ) ଷ୍ଟାର୍‌ ପ୍ରଚାରକ ଓ ନେତାମାନେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରୁଛନ୍ତି । ଆମେ ଭର୍ଚ୍ଚୁଆଲ୍‌ ପ୍ରଚାରରେ ବିଶ୍ୱାସ କରୁନା,’’ ସେ କହିଛନ୍ତି ।



ପ୍ରଚାର ପାଇଁ ହାତରେ ଆଉ ସମୟ କମ୍‌ ଥିବା ବେଳେ ମଇଦାନରେ ତିନି ଦଳର ହେଭିୱେଟ୍‌ ଓହ୍ଲାଇଛନ୍ତି । ଆରୋପ-ପ୍ରତ୍ୟାରୋପର ଏହି ଲଢ଼େଇ ଭିତରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ମତଦାନରେ ଭୋଟରମାନେ କାହାକୁ ଭରଷିବେ ତା’ର ଅନୁମାନ ଲଗାଇବା କଷ୍ଟସାଧ୍ୟ ବୋଲି କହିଛନ୍ତି ରାଜନୈତିକ ପଣ୍ଡିତମାନେ ।
Published by: Anand Shankar Thankur Das
First published: October 28, 2020, 1:15 AM IST
corona virus btn
corona virus btn
Loading