News18 Odia Digital
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଟେଲିଫୋନ୍ ଯୋଗେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନରୁ ଅବସ୍ଥାପିତ ଓଡ଼ିଆ ଛାତ୍ର / ଶ୍ରମିକଙ୍କ ନିରାପଦ ସ୍ଥାନାନ୍ତର ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାର ୟୁକ୍ରେନ ସରକାର ଯୋଗାଯୋଗରେ ଅଛନ୍ତି ଓ ଛାତ୍ର ଓ ଶ୍ରମିକମାନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ କାର୍ଯ୍ୟ ଜାରି ରହିଛି ନେଇ ଓଡ଼ିଶା ସରକାରଙ୍କୁ ନିଶ୍ଚିତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ।
ୟୁକ୍ରେନ ଓ ଋଷ ଯୁଦ୍ଧ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀମାନେ ଯୁଦ୍ଧ ପ୍ରଭାବିତ ଦେଶରେ ଫସି ରହିଛନ୍ତି। ଖବର ଅନୁଯାୟୀ, ଓଡ଼ିଶାର ୧୫୦୦ ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ଅଟକି ରହିଛନ୍ତି ଓ ନିଜ ସହରକୁ ସ୍ଥାନାନ୍ତରିତ ହେବାକୁ ଅପେକ୍ଷା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହାୟତା ତଥା ନିରାପଦ ଉଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତିତ ପରିବାର ସଦସ୍ୟ କେନ୍ଦ୍ର ତଥା ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ।
ଋଷ ଓ ୟୁକ୍ରେନ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଘମାଘୋଟ ଯୁଦ୍ଧ। ଉଭୟ ଦେଶଙ୍କ ଭିତରେ ଗୁଳିଗୋଳା ବର୍ଷା ଜାରି ରହିଥିବା ବେଳେ ୟୁକ୍ରେନ ଦେଶରେ କିଛି ଓଡ଼ିଆ ଛାତ୍ରଛାତ୍ରୀ ମେଡିକାଲ ପଢ଼ିବାକୁ ଯାଇ ଫସି ରହିଥିବା ଜଣାପଡ଼ିଛି। ସେମାନଙ୍କ ଭିତରେ ଢେଙ୍କାନାଳର କିଛି ଛାତ୍ରଛାତ୍ରୀ ମଧ୍ୟ ରହିଥିବା ଜଣାପଡ଼ିଛି।
ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନ୍ ସଂକଟ ପରିପ୍ରେକ୍ଷୀରେ କଥା ହେଲେ ଉଭୟ ଆଲୋଚନା କରିଛନ୍ତି। ସମଗ୍ର ଘଟଣାକୁ ନେଇ ମୋଦିଙ୍କୁ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ପୁଟିନ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।