ନବୀନଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ; ଓଡ଼ିଶା ବାହାରୁ ଆସୁଥିବା ଅତିଥିଙ୍କୁ ସେ ଓଡ଼ିଆ ଖାଦ୍ୟ ଖୁଆନ୍ତି

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ପର୍ବ ପର୍ବାଣୀ, ପିଠାପଣା ଓ ଖାଦ୍ୟ ରୁଚି ପ୍ରତି ତାଙ୍କର ବେଶ୍ ଆଦର ଅଛି । OTDC ପକ୍ଷରୁ ଅଗଷ୍ଟ ୧୫ରୁ ଦୂରଦର୍ଶନରେ ପ୍ରସାରିତ ହେବାକୁଥିବା ଓଡ଼ିଆ ରାନ୍ଧଣା କାର୍ଯ୍ୟକ୍ରମ ବିଷୟରେ କହି ସେ ଏ କଥା କହିଛନ୍ତି ।

ନବୀନଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ; ଓଡ଼ିଶା ବାହାରୁ ଆସୁଥିବା ଅତିଥିଙ୍କୁ ସେ ଓଡ଼ିଆ ଖାଦ୍ୟ ଖୁଆନ୍ତି
ନବୀନ ପଟ୍ଟନାୟକ; (ଡାହାଣ) ଓଡ଼ିଆ ଖାଦ୍ୟ ପଖାଳ ଓ ତରକାରୀ
  • News18 Odia
  • Last Updated: August 14, 2020, 7:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପାଶ୍ଚାତ୍ୟ ସଂସ୍କୃତି ସହ ପରିଚିତି ରଖୁଥିବା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଓଡ଼ିଆ ଘରର ପ୍ରିୟ ଖାଦ୍ୟ ପଖାଳକୁ ବେଶ୍‌ ପସନ୍ଦ କରନ୍ତି  ମୁଖ୍ୟ ମନ୍ତ୍ରୀ । ଓଡ଼ିଆ ରାନ୍ଧଣା ପ୍ରତି ତାଙ୍କର ବେଶ୍‌ ଆଦର ରହିଛି । ଏ କଥା ଖୋଦ୍‌ ମୁଖ୍ୟ ମନ୍ତ୍ରୀ କହିଛନ୍ତି ।

ଓଡ଼ିଆ ଖାଦ୍ୟର ପ୍ରଚାରପ୍ରସାର ପାଇଁ ପ୍ରୟାସ ଆରମ୍ଭ କରିଥିବା ଓଟିଡିସି (OTDC) ପକ୍ଷରୁ ଅଗଷ୍ଟ ୧୫ ତାରିଖରୁ ‘‘ଆମ ଘର ଆମ ହାଣ୍ଡିଶାଳ’’ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ଖାଦ୍ୟ ଉପରେ ସୂଚନା ଦେବା ସହ ନିଜ ପସନ୍ଦର ଖାଦ୍ୟ ଉପରେ କହିଛନ୍ତି । ଏକ ଭିଡିଓରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି, ‘‘ଓଡ଼ିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଜଗନ୍ନାଥ ନିଜେ ଛପନ ଭୋଗୀ । ଓଡ଼ିଶାର ପର୍ବ ପର୍ବାଣୀ, ପିଠାପଣା ଓ ଖାଦ୍ୟ ରୁଚି ପ୍ରତି ମୋ’ର ବେଶ୍‌ ଆଦର ରହିଛି । ଓଡ଼ିଶା ବାହାରୁ ଘରକୁ ଆସୁଥିବା ଅତିଥିଙ୍କୁ ମୋ’ ଘରେ ଓଡ଼ିଆ ଖାଦ୍ୟ ମୁଁ ପରଷେ ।’’

ଏହା ସହ ‘‘ପଖାଳ ମୋ’ର ଭାରି ପସନ୍ଦ’’ ବୋଲି କହିଛନ୍ତି ନବୀନ । ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହି ମୁଖ୍ୟ ମନ୍ତ୍ରୀ ନିଜ ଟ୍ୱିଟର ପେଜରେ ସେଆର କରିଥିବା ଏହି ଭିଡିଓଟିକୁ ବହୁତ ଲୋକ ରିଟ୍ୱିଟ୍‌ ଓ ଲାଇକ କରିଛନ୍ତି ।



ଫେବୃଆରୀ ୨୮ ତାରିଖରେ ଓଡ଼ିଶାରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିହାର ମୁଖ୍ୟ ମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବାକୁ ଆସିଥିବା ବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିଥିଙ୍କ ସହ କେଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନବୀନ ନିବାସକୁ ଲଞ୍ଚ୍‌ ପାଇଁ ଆମନ୍ତ୍ରଣ କରିଥିଲେ । ଏଥିରେ ଅତିଥି ମାନଙ୍କୁ ସମ୍ପୂର୍ଣ୍ଣ ଓଡ଼ିଆ ବ୍ୟଞ୍ଜନ ପରଷା ଯାଇଥିଲା ।

ଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍‌ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

ଅତିଥିମାନଙ୍କ ପାଇଁ ଭାତ, ଡାଲି, ରୁଟି, ଆଳୁ ମଟର ମସଲା, ବାଇଗଣ ଭଜା, ଟମାଟୋ ଚଟନି, ପନିର, ବୁନ୍ଦି ରାଇତା, ପାମ୍ପଡ଼, ମାଛ ତରକାରୀ, ଛେନାପୋଡ଼ ଓ ରସମଲାଇ ପରଷା ଯାଇଥିଲା । ସବୁ ଅତିଥି ଗୋଟିଏ ଟେବୁଲରେ ବସି ଖାଇଥିଲେ । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଖାଲି ରାଇତା ଖାଇଥିବା ବେଳେ ଓଡ଼ିଆ ରାନ୍ଧଣାକୁ ବେଶ୍‌ ପସନ୍ଦ କରିଥିଲେ । ଅନ୍ୟ ଦିନମାନଙ୍କରେ ବି ଆସୁଥିବା ଅତିଥିମାନଙ୍କୁ ନବୀନ ନିବାସରେ ଓଡ଼ିଆ ଖାଦ୍ୟ ପରଷା ଯାଇଥିବା ଖବର ଆସିଥିଲା ।



ବର୍ତ୍ତମାନ ଓଟିଡିସି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ଅତିଥି ଯୋଗ ଦେଇ ନିଜର ରୋଷେଇ ଦକ୍ଷତା ପ୍ରତିପାଦିତ କରିଛନ୍ତି । ରାଜନେତା ଓ ଅଭିନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ନିଜର ହାତ ତିଆରି ରୋଷେଇ କରିଛନ୍ତି ଏହି କାର୍ଯ୍ୟକ୍ରମରେ ।
Published by: Anand Shankar Thankur Das
First published: August 14, 2020, 7:19 PM IST
corona virus btn
corona virus btn
Loading