କଟକ ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ କରିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ବଡ ମେଡିକାଲ ଭିତରେ ଏକ ୩,୦୦୦ ଶଯ୍ୟା ବିଶିଷ୍ଟ ସୁପରସ୍ପେସାଲିଟି ହସ୍ପିଟାଲ ନିର୍ମିତ ହେବ । ରୋଗୀଙ୍କ ସମ୍ପର୍କୀୟମାନଙ୍କ ରହିବା ପାଇଁ ୧୦ ମହାଲା ବିଶିଷ୍ଟ ଏକ ଅଟ୍ଟାଳିକା ସହ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରାବାସ ଓ ଡାକ୍ତରମାନଙ୍କ ପାଇଁ ରେସିଡେନସିଆଲ କମ୍ପ୍ଲେକ୍ସ ବି ନିର୍ମିତ ହେବ ।

କଟକ ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ କରିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
ଭିତ୍ତି ପ୍ରସ୍ତର ସ୍ଥାପନ କରି ଭାଷଣ ଦେଉଛନ୍ତି ନବୀନ ପଟ୍ଟନାୟକ ।
  • News18 Odia
  • Last Updated: March 5, 2020, 11:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ ପ୍ରତିଷ୍ଠାନ କରିବା ପାଇଁ ରାଜ୍ୟ ସରକାର ଆଜି ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ବଡ ମେଡିକାଲର ନବକଳେବର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏସସିବି ହସପିଟାଲର ନବନିର୍ମାଣ ପାଇଁ ୧,୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ବଡ଼ ମେଡିକାଲରେ ଏକ ୩,୦୦୦ ଶଯ୍ୟା ବିଶିଷ୍ଟ ସୁପରସ୍ପେସାଲିଟି ହସ୍ପିଟାଲ୍ ରହିବ । ଏହି ସୁପରସ୍ପେସାଲିଟି ହସ୍ପିଟାଲରେ ଏସସିବିରେ ଥିବା ନିୟୁରୋଲୋଜି, ନିୟୁରୋସର୍ଜରୀ, ଏଣ୍ଡ୍ରୋକ୍ରାଇନୋଲୋଜି, ପ୍ଲାଷ୍ଟିକ ସର୍ଜରୀ, ୟୁରୋଲାଜି ଓ ନେଫ୍ରୋଲୋଜି ଭଳି ବିଭାଗର ଆଧୁନିକୀକାରଣ କରାଯିବ ।

ଏହା ସହ ରୋଗୀଙ୍କ ସମ୍ପର୍କୀୟମାନଙ୍କ ରହିବା ପାଇଁ ୧୦ ମହାଲା ବିଶିଷ୍ଟ ଏକ ଅଟ୍ଟାଳିକା ସହ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରାବାସ ଓ ଡାକ୍ତରମାନଙ୍କ ପାଇଁ ରେସିଡେନସିଆଲ୍ କମ୍ପ୍ଲେକ୍ସ୍ ବି ନିର୍ମିତ ହେବ ।

“ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ ପ୍ରତିଷ୍ଠାନ ଭାବେରେ ଗଢିବା ପାଇଁ ଆଜି ଠାରୁ କାମ ଆରମ୍ଭ କରାଗଲା । ରାଜ୍ୟ ବାହାରୁ ମଧ୍ୟ ବହୁତ ଲୋକ ଚିକିତ୍ସା ପାଇଁ ଏସସିବିକୁ ଆସିଥାନ୍ତି । ତେଣୁ ଏସସିବିର ଭିତ୍ତି ଭୁମିର ବିକାଶ ବର୍ତ୍ତମାନ ଜରୁରୀ ହୋଇପଡିଛି । ଏହାକୁ ବିଶ୍ବସ୍ତରୀୟ କରି ସାଧାରଣ ଲୋକଙ୍କୁ ଏଠାରେ ବିଶ୍ବସ୍ତରୀୟ ଚ଼ିକିତ୍ସା ଯୋଗାଇ ଦେବା ଆମର ଲକ୍ଷ୍ୟ,” କହିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

“ବିଶ୍ବସ୍ତରୀୟ ହସ୍ପିଟାଲ ହେଲେ ଏଠାରେ ସମସ୍ତ ପ୍ରକାର ଚିକିତ୍ସା ଯାହା ସମୟ ଉପଯୋଗୀ ଥିବ ସେହି ଅନୁସାରେ ମିଳିବ । ରାଜ୍ୟ ସରକାର ଯେଉଁ ଯୋଜନା ପସ୍ତୁତ କରିଛନ୍ତି ତାହା ସଫଳ ହେବ ବୋଲି ମୁଁ ଭାବୁଛି,” କହିଛନ୍ତି ଏସସିବି ମେଡିକାଲର ପୂର୍ବତନ ଅଧୀକ୍ଷକ ତଥା ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି ।

ଏସସିବି ଜୁନିୟର ଡାକ୍ତରୀ ଛାତ୍ର ସଂଘର ସଭାପତି ଡାକ୍ତର ଆଶିଷ ମିଶ୍ର କହିଛନ୍ତି: “ପ୍ରାୟ ୪ ମାସ ତଳେ ମୁଖ୍ୟମନ୍ତ୍ରୀ ଆମକୁ ଠକାଇ ଏସସିବିର ନବନିର୍ମାଣ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ସେ ପୂର୍ଣ୍ଣ କରିଛନ୍ତି । ବିଶ୍ବସ୍ତରୀୟ ହସ୍ପିଟାଲ ହେଲେ ଏଠାରେ ରୋଗୀମାନେ ତ ଉନ୍ନତ ଧରଣର ଚିକିତ୍ସା ପାଇବେ, ତାହା ସହ ଆମକୁ ମଧ୍ୟ ଅଧିକ ଅଧ୍ୟୟନ ପାଇଁ ସୁଯୋଗ ମିଳିବ ।”

ଏସସିବିର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ପ୍ରାୟ ମାସେ ଧରି ଚ଼ାଲିଥିବା ଏହି ଜମି ଅଧିଗ୍ରହଣ କାର୍ଯ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ତିନି ଏକର ସରକାରୀ ଜମି ସରକାରଙ୍କ ଦଖଲକୁ ଆସିଥିବା ବେଳେ ପ୍ରାଥମିକ ପର୍ଯ୍ୟୟରେ ଦୁଇଟି ବସ୍ତି ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି ।

ଗୁରବାର ଦିନ କଟକ ବାଲିଯାତ୍ରା ପଡିଆରେ ରାଜ୍ୟର ବିଜେଡି ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଉତ୍ସବ ଅବସରେ ମୁଖ୍ୟ ମନ୍ତ୍ରୀ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ସହ ପଞ୍ଚାୟତରାଜ ଦିବସ ସହିତ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ମଧ୍ୟ ପାଳିତ ହୋଇଥିଲା । ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ, ବିଜେଡି ବିଧାୟକ ଓ ନେତାଙ୍କ ସହ ପ୍ରାୟ ୫୦ ହଜାର ଲୋକ ଯୋଗ ଦେଇଥିଲେ ।
First published: March 5, 2020, 11:44 PM IST