ନବୀନ ରାଜ୍ୟର ସବୁ ଠୁ ଧନୀ ମନ୍ତ୍ରୀ; ତୁଷାରକାନ୍ତି ସବୁ ଠୁ ଗରିବ, ମୋ’ଟ ସମ୍ପତ୍ତି ମାତ୍ର ୨୬ ଲକ୍ଷ ଟଙ୍କାର

ମୁଖ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ମଧ୍ୟରେ ୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସହିତ ୧୯୮୦ ମସିହାର ଏକ ଆମ୍ବାସଡର କାର ଓ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି । ତାଙ୍କ ଭଉଣୀ ଗୀତା ମେହେଟାଙ୍କ ଠାରୁ ଧାର ସୂତ୍ରରେ ଆଣିଥିବା ୧୫ ଲକ୍ଷ ଟଙ୍କା ସେ ଏ ଯାଏଁ ପରିଶୋଧ କରିନାହାନ୍ତି ।

ନବୀନ ରାଜ୍ୟର ସବୁ ଠୁ ଧନୀ ମନ୍ତ୍ରୀ; ତୁଷାରକାନ୍ତି ସବୁ ଠୁ ଗରିବ, ମୋ’ଟ ସମ୍ପତ୍ତି ମାତ୍ର ୨୬ ଲକ୍ଷ ଟଙ୍କାର
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: February 12, 2020, 7:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁଠୁ ଧନୀ ମନ୍ତ୍ରୀ । କ୍ରୀଡ଼ା ଓ ଆଇ.ଟି. ମନ୍ତ୍ରୀ ତୁଷାରକାନ୍ତି ବେହେରା ହେଉଛନ୍ତି ରାଜ୍ୟର ସବୁ ଠାରୁ ଗରିବ ମନ୍ତ୍ରୀ । ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ମନ୍ତ୍ରୀଙ୍କ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ମିଳିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ମୁଖ୍ୟ ମନ୍ତ୍ରୀ ପୂର୍ବ ପରି ରାଜ୍ୟର ସବୁଠୁ ଧନୀ ମନ୍ତ୍ରୀ ଅଛନ୍ତି । ବର୍ଷକ ମଧ୍ୟରେ ତାଙ୍କର ସମ୍ପତ୍ତିର ପରିମାଣ ପ୍ରାୟ ୧୫ କୋଟି ଟଙ୍କା ବଢ଼ିଛି । ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ମୁଖ୍ୟ ମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୪୯.୨୪ କୋଟି ଟଙ୍କା ଥିବାବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୬୩.୬୪ କୋଟି ଟଙ୍କାରେ ପହଞ୍ଚିଛି ।

ସମ୍ପତ୍ତି ମଧ୍ୟରେ ନବୀନଙ୍କର ୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଥିବା ଦର୍ଶାଯାଇଛି। ୧୯୮୦ ମସିହାର ଏକ ଆମ୍ବାସଡର କାର ଓ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି । ତାଙ୍କ ଭଉଣୀ ଗୀତା ମେହେଟାଙ୍କ ଠାରୁ ଧାର ସୂତ୍ରରେ ଆଣିଥିବା ୧୫ ଲକ୍ଷ ଟଙ୍କାକୁ ସେ ଏ ଯାଏ ପରିଶୋଧ କରି ନ ଥିବା କୁହାଯାଇଛି ।

କ୍ରୀଡ଼ା ଓ ଆଇ.ଟି. ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା କୁହାଯାଇଛି। ସମ୍ପତ୍ତି ମଧ୍ୟରେ ଭୁବନେଶ୍ଵରରେ ଏକ ଜାଗା ଓ ୫ ଲକ୍ଷ ଟଙ୍କାର ଗୋଟିଏ କାର ଥିବା ଦର୍ଶାଯାଇଛି ।



ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ତାଙ୍କ ପାଖରେ ଭୁବନେଶ୍ଵରରେ ୨ଟି ଆପାର୍ଟମେଣ୍ଟ, ୪ଟି କାର୍‌, ଟିଟିଲାଗଡ଼ରେ ଗୋଟେ ଦୁଇ ମହଲା କୋଠା, ୬ ଏକର ଜମି ଓ ୨୫୦ ଗ୍ରାମ ସୁନା ଅଳଙ୍କାର ଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଓ ଝିଅଙ୍କ ନାଁରେ ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତି ରହିଛି  । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ୪୨ ଲକ୍ଷ ଟଙ୍କା । କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ଅଧ୍ୟାପିକା ସ୍ତ୍ରୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ ଲକ୍ଷ ଟଙ୍କା ଥିବା ଦର୍ଶାଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ତାଙ୍କ ପତ୍ନୀ ଓ ପୁଅଝିଅଙ୍କ ନିକଟରେ ମୋଟ ୩୨ ଲକ୍ଷ ଟଙ୍କା ନଗଦ ଥିବା ବେଳେ ୧ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌ ଏବଂ ୨ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା ରହିଛି। ଏହା ସହ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଏକ ବନ୍ଧୁକ ମଧ୍ୟ ରହିଛି । ତେବେ ଏହା ସେ ସୁରକ୍ଷା ପାଇଁ ନୁହେଁ ସୌଖୀନ ପାଇଁ ଛାତ୍ର ଅବସ୍ଥାରୁ ରଖିଥିବା କହିଛନ୍ତି ସେ ।
First published: February 12, 2020, 7:34 PM IST