ଅବସରପ୍ରାପ୍ତ ସୈନିକ ଦିବସରେ ମୁଖ୍ୟ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ସେନାର ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି

ବାତ୍ୟା ଫନି ସମୟରେ ଓଡ଼ିଶାର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ୧୨୦ ବାଟାଲିୟାନ ସେନାର ଉଦ୍ଧାର କାର୍ଯ୍ୟରେ ସହଯୋଗକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ସହିଦ ହୋଇଥିବା ଚ଼ାରି ଜଣ ବୀର ନାରୀଙ୍କୁ ବି ସମ୍ମାନିତ କରାଯାଇଥିଲା ।

ଅବସରପ୍ରାପ୍ତ ସୈନିକ ଦିବସରେ ମୁଖ୍ୟ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ସେନାର ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି
ଭୁବନେଶ୍ୱରରେ ୧୨୦ ବାଟାଲିୟାନ ପକ୍ଷରୁ ପାଳିତ ଅବସରପ୍ରାପ୍ତ ସୈନିକ ଦିବସରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: January 14, 2020, 8:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର / ନୂଆ ଦିଲ୍ଲୀ: ଓଡ଼ିଶାରେ ଥିବା ସେନାର ୧୨୦ ବାଟାଲିୟାନ ପକ୍ଷରୁ ପାଳିତ ହୋଇଛି ଚ଼ତୁର୍ଥ ଅବସରପ୍ରାପ୍ତ ସୈନିକ ଦିବସ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେନାର ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ବାତ୍ୟା ଫନି ସମୟରେ ଓଡ଼ିଶାର କ୍ଷୟକ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ୧୨୦ ବାଟାଲିୟାନ ସେନାର ଉଦ୍ଧାର କାର୍ଯ୍ୟରେ ସହଯୋଗକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ସହିଦ ହୋଇଥିବା ଚ଼ାରି ଜଣ ବୀର ନାରୀଙ୍କୁ ବି ସମ୍ମାନିତ କରାଯାଇଥିଲା ।

ପାଖାପାଖି ହଜାରେ ଅବସରପ୍ରାପ୍ତ ସୈନିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ସୈନିକଙ୍କ କାର୍ଯ୍ୟଦକ୍ଷତା ଓ ଅନୁଭୂତିକୁ ସମାଜର ସର୍ବାଙ୍ଗୀନ ଉନ୍ନତି ଦିଗରେ କିଭଳି ବିନିଯୋଗ କରିହେବ ସେ ନେଇ ଆଲୋଚନା ମଧ୍ୟ ହୋଇଥିଲା ।

ଦେଶର ପ୍ରଥମ ଫିଲଡ ମାର୍ସାଲ କେ.ଏମ. କାରିଆପ୍ପାଙ୍କ ଅବସର ଗ୍ରହଣ ଦିବସକୁ ସ୍ମରଣୀୟ କରିବାକୁ ତିନି ବର୍ଷ ତଳେ ସରକାର ଜାନୁଆରି ୧୪କୁ ଅବସରପ୍ରାପ୍ତ ସୈନିକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । କାରିଆପ୍ପା ୧୯୫୩ ଜାନୁଆରି ୧୪ରେ ଅବସର ଗ୍ରହଣ କରିଥିଲେ ।

ନୂଆ ଦିଲ୍ଲୀରେ ଚ଼ତୁର୍ଥ ଅବସରପ୍ରାପ୍ତ ସୈନିକ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଓ ସେମାନଙ୍କ ପରାମର୍ଶକୁ ମାନି ସରକାର ନିକଟରେ ଦେଶରେ ପ୍ରତିରକ୍ଷା ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ପଦବୀ ଆରମ୍ଭ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ସୈନିକମାନଙ୍କର ଦେଶ ଗଠନରେ ଥିବା ଅବଦାନକୁ ଅତୁଳନୀୟ ବୋଲି କହିଛନ୍ତି । ସେମାନଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା ତାଲିକାରେ ଅଛି ବୋଲି ସେ କହିଛନ୍ତି ।

ନୂଆ ଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ ବିପିନ ରାୱତ ଓ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ମଧ୍ୟ ଉପସ୍ଥିତ ଥିଲେ ।
First published: January 14, 2020, 8:06 PM IST