ରାଜ୍ୟ ସଭା ପାଇଁ ନବୀନଙ୍କ ପସନ୍ଦର ପ୍ରାର୍ଥୀ ହେଲେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ

ଚ଼ାଉପଟ୍ଟନାୟକଙ୍କୁ ସନ୍ତୁଷ୍ଟ କରିବାକୁ ନବୀନ ତାଙ୍କୁ ସୁବାସ ସିଂଙ୍କ ଆସନରେ ବସାଇଛନ୍ତି । ଚ଼ତୁର୍ଥ ପ୍ରାର୍ଥୀ ପାଇଁ ବିଜେଡି ପାଖରେ ସଂଖା ବଳ ନ ଥିବାରୁ ସେ କେମିତି ନିର୍ବାଚିତ ହେବେ ବୋଲି ଗଣମାଧ୍ୟମର ପ୍ରଶ୍ନକୁ ନବୀନ ଏଡ଼ାଇ ଯାଇ ସେ ବିଷୟରେ ପରେ ଦେଖାଯିବ ବୋଲି କହିଛନ୍ତି ।

ରାଜ୍ୟ ସଭା ପାଇଁ ନବୀନଙ୍କ ପସନ୍ଦର ପ୍ରାର୍ଥୀ ହେଲେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ
ନବୀନଙ୍କ ପସନ୍ଦର ଚ଼ାରି ପ୍ରାର୍ଥୀ: (ଉପରୁ ଘଡ଼ିକଣ୍ଟା ଦିଗରେ) ମୁନ୍ନା ଖାଁ, ମମତା ମହନ୍ତ. ସୁଜିତ୍ କୁମାର ଓ ସୁବାସ ସିଂ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରୁ ରାଜ୍ୟ ସଭା ପାଇଁ ଖାଲି ହୋଇଥିବା ଚ଼ାରିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି, ଆଉ ତାଙ୍କ ନିକଟ ଲୋକ ଓ ବିରୋଧୀ ଉଭୟଙ୍କୁ ଦେଇଛନ୍ତି ଜବରଦସ୍ତ ସରପ୍ରାଇଜ୍‌ । ସ୍ବତନ୍ତ୍ର ଉନ୍ନୟନ କାଉନସିଲର ଉପଦେଷ୍ଟା ସୁଜିତ୍ କୁମାର, ସଂଖ୍ୟାଲଘୁ ବ୍ୟାପାରର ଉପଦେଷ୍ଟା ମୁନ୍ନା ଖାନ, ଓଡ଼ିଶା ନିର୍ମାଣ ଶ୍ରମିକ ଓ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଓ ବିଜୁ ଜନତା ଦଳର ମୟୁରଭଞ୍ଜ ଜିଲା ମହିଳା ଶାଖାର ସଭାନେତ୍ରୀ ମମତା ମହାନ୍ତଙ୍କ ନାଁ ପ୍ରାର୍ଥୀ ରୂପେ ଘୋଷଣା କରିଛନ୍ତ ପଟ୍ଟନାୟକ ।

‘‘ଏମାନେ ହେଲେ ବିଜେଡିର ପ୍ରାର୍ଥୀ । ଓଡ଼ିଶା ନିର୍ମାଣ ଶ୍ରମିକ ଓ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ପଦବୀରୁ ସୁବାସ ସିଂଙ୍କ ଇସ୍ତଫା ଗ୍ରହଣ କରାଯାଇଛି । କ୍ୟାବିନେଟ ରାଙ୍କରେ ଡ. ରମେଶ ଚନ୍ଦ୍ର ଚାଉପଟ୍ଟନାୟଙ୍କୁ ସୁବାସ ସିଂଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି,’’ ଚ଼ାରିଟି ରାଜ୍ୟ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜନୈତିକ ବିଶ୍ଳେଷକମାନଙ୍କ କହିବା ଅନୁଯାୟୀ ମୁଖ୍ୟ ମନ୍ତ୍ରୀ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଚ଼ୟନରେ ବିଭିନ୍ନ ବର୍ଗର ଲୋକଙ୍କୁ ଛୁଇଁବାର ପ୍ରୟାସ କରିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟରୁ ସେ ମୁନ୍ନା ସିଂକୁ ଚ଼ୟନ କରିଥିବା ବେଳେ ଉଭୟ ମହିଳା ଓ ପଛୁଆ (ଓ.ବି.ସି.) ବର୍ଗରୁ ମମତା ମହାନ୍ତ, ସାଙ୍ଗଠନିକ ଦୃଷ୍ଟିକୋଣରୁ ସୁବାସ ସିଂ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରୁ ସୁଜିତ୍ କୁମାରଙ୍କୁ ସେ ଚ଼ୟନ କରିଛନ୍ତି ।

ତେବେ ଏହି ଚ଼ାରି ଜଣଯାକ ପ୍ରାର୍ଥୀ ଦଳରେ ନିଜର କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଛି ବୋଲି ଦଳୀୟ ନେତା ଓ କର୍ମୀମାନେ କହିଛନ୍ତି ।

ପୂର୍ବରୁ ଗଣମାଧ୍ୟମ ଓ ସର୍ବସାଧାରଣରେ ହେଉଥିବା ଚ଼ର୍ଚ୍ଚା ଅନୁସାରେ କେବଳ ସୁଜିତ୍ କୁମାରଙ୍କୁ ଛାଡ଼ିଦେଲେ ଆଉ କେହି ବିଜେଡିରୁ ରାଜ୍ୟ ସଭା ଟିକେଟ ପାଇ ନାହାନ୍ତି । ରମେଶଚ଼ନ୍ଦ୍ର ଚାଉପଟ୍ଟନାୟ, ପ୍ରସନ୍ନ ପାଟ୍ଟଶାଣି, ରବୀନ୍ଦ୍ର ଜେନା, କଳିକେଶ ସିଂ ଦେଓ ଓ ଅରୂପ ପଟ୍ଟନାୟକଙ୍କ ଭଳି ଆଉ କିଛି ନେତାକୁ ନେଇ ଚ଼ର୍ଚ୍ଚା ହେଉଥିଲା । ସେମାନଙ୍କ ମଧ୍ୟରୁ କାହାକୁ ଟିକେଟ ମିଳି ନ ଥିବା ବେଳେ ଚ଼ାଉପଟ୍ଟନାୟକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ମୁଖ୍ୟ ମନ୍ତ୍ରୀ ତାଙ୍କୁ ସୁବାସ ସିଂଙ୍କ ଆସନରେ ବସାଇଛନ୍ତି ।

ରାଜ୍ୟସଭାର ଚତୁର୍ଥ ପ୍ରାର୍ଥୀ ପାଇଁ ବିଜେଡି ପାଖରେ ଆବଶ୍ୟକୀୟ ସଂଖା  ନାହିଁ । କିପରି ଚ଼ତୁର୍ଥ ପ୍ରାର୍ଥୀ ନିର୍ବାଚିତ ହେବେ ବୋଲି ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କ ପ୍ରଶ୍ନକୁ ମୁଖ୍ୟ ମନ୍ତ୍ରୀ ଏଡ଼ାଇଯିବା ସହ ସେ ବିଷୟରେ ପରେ ଦେଖାଯିବ ବୋଲି କହିଛନ୍ତି ।

ରାୟଗଡ଼ାର ନିର୍ଦ୍ଦଳୀୟ ବିଧାୟକ ମକରନ୍ଦ ମୁଦୁଲି ବିଜେଡିକୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି । କଂଗ୍ରେସ ପାଖରେ କାହାକୁ ରାଜ୍ୟ ସଭା ପଠାଇବା ପାଇଁ ସଂଖ୍ୟା ବଳ ନ ଥିବା ବେଳେ ବିଜେପି ପାଖରେ ବି ଆବଶ୍ୟକୀୟ ସଂଖ୍ୟା ନାହିଁ । କମ୍ ପଡୁଛି ୭ ବିଧାୟକଙ୍କ ସମର୍ଥନ । ଜଣେ ସ୍ବାଧୀନ ଓ ଆଉ ଜଣେ ସିପିଆଇ ବିଧାୟକ ଯଦି ସମର୍ଥନ ଦିଅନ୍ତି, ତେବେ ବିଜେଡିକୁ ଦରକାର ହେବ ଆହୁରି ୫ ଜଣ ବିଧାୟକଙ୍କ ସମର୍ଥନ । ଏ କ୍ଷେତ୍ରରେ ବିଜେପି କିମ୍ବା କଂଗ୍ରେସର ସମର୍ଥନ ଦରକାର କରିବ ବିଜେଡି । ବିଜେପି ଓ କଂଗ୍ରେସ ବିଜେଡିକୁ ସମର୍ଥନ କରିବେ କି ନିଜ ପ୍ରାର୍ଥୀ ଦେବେ ତାକୁ ନେଇ ଚ଼ର୍ଚ୍ଚା ଜୋର ଧରିଛି ।

ମାର୍ଚ୍ଚ ୧୩ ତାରିଖ ରାଜ୍ୟ ସଭା ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ତାରିଖ ଧ୍ୟାର୍ଯ୍ୟ ହୋଇଛି । ନରେନ୍ଦ୍ର ସ୍ବାଇଁ, ଅନୁଭବ ମହାନ୍ତି, ସରୋଜିନୀ ହେମ୍ବ୍ରମ ଓ ରଞ୍ଜୀବ ବିଶ୍ବାଳଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସରେ ସରିବାକୁ ଯାଉଛି ।
First published: March 7, 2020, 6:33 PM IST