News18 Odia Digital
କଟକ: ସୋମବାର ଦିନ କଟକସ୍ଥିତ ଗୋପୀନାଥପୁରରେ ମହାନଦୀ ନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଓଡ଼ିଶା ସରକାରଙ୍କ କହିବାନୁସାରେ, ଏହି ସେତୁଟି ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଚାହିଦା ଥିଲା । ବାଙ୍କୀର ବୈଦେଶ୍ୱର ଠାରୁ ବଡ଼ମ୍ବା ଗୋପୀନାଥପୁର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ୪ ମିଟର ଲମ୍ବର ଏହି ସେତୁ ବୁଲି ପରିଦର୍ଶନ କରିଥିଲେ ମୁଖ୍ୟ ମନ୍ତ୍ରୀ ।
ଏହି ସେତୁର ସ୍ୱତନ୍ତ୍ରତା ରହିଛି । ସେଗୁଡ଼ିକ ହେଲାସେତୁର ଆକାର ଇଂରାଜୀ ଅକ୍ଷର ‘ଟି’ ଭଳି । ସେତୁର ନାମକରଣ କରାଯାଇନଥିବାରୁ ‘ଟି’ ସେତୁ ବୋଲି କୁହାଯାଉଛି । ୨୦୧୪ ଫେବ୍ରୁଆରୀ ୨୮ରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟ ମନ୍ତ୍ରୀ । ୩ ଦଶମିକ ୪ କିଲୋମିଟର ଦୈର୍ଘ୍ୟ ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା । ସେତୁ ମଝିରୁ ନୃସିଂହାଥ ପୀଠକୁ ଯୋଡ଼ିବାକୁ ଆଉ ଏକ ସଂଯୋଗୀକରଣ ସେତୁ । ମୁଖ୍ୟ ସ୍ରୋତରେ ଯୋଡି ହେବ ବାଙ୍କୀ, ବଡମ୍ବା ଓ ନରସିଂହପୁର । ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା କମିବ । ‘ଟି’ ସେତୁ ଦ୍ୱାରା ଉପକୃତ ହେବେ ୫ ଲକ୍ଷ ଲୋକ ।
ରାଜ୍ୟ ସରକାରଙ୍କ ବିବୃତ୍ତିରେ ସେ କହିଛନ୍ତି, "ବଡ଼ମ୍ବା ନରସିଂହପୁରକୁ ବାଙ୍କିର ବୈଦେଶ୍ୱର ସହିତ ସଂଯୋଗ କରୁଥିବା ସେତୁ। ଏହା ୫ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିବା ସହିତ ଏହି ଅଞ୍ଚଳରେ ପର୍ଯ୍ୟଟନ, କୃଷି ଓ ବାଣିଜ୍ୟର ବିକାଶରେ ଯୋଗଦାନ କରିବ ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।