CM ନବୀନଙ୍କ ବଡ଼ ଘୋଷଣା; ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ୧୦୩ କୋଟିର ପ୍ୟାକେଜ୍

ରାଜ୍ୟର ଫ୍ଲାଗସିପ୍ ସ୍ୱାସ୍ଥ୍ୟ ଯୋଜନା ବିଜୁ ସ୍ବଳ୍ପ କଲ୍ୟାଣ ଯୋଜନା ଉପରେ ମଧ୍ୟ ମୁଖ୍ୟ ମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ ବିକାଶ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ପରିଚୟ। ସେ କହିଛନ୍ତି ଯେ ଓଡ଼ିଶାର ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ।

ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ୧୦୩ କୋଟିର ପ୍ୟାକେଜ୍ ପାଇଁ ଘୋଷଣା କଲେ CM ନବୀନ

ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ୧୦୩ କୋଟିର ପ୍ୟାକେଜ୍ ପାଇଁ ଘୋଷଣା କଲେ CM ନବୀନ

  • Share this:
News18 Odia Digital

ଭୁବନେଶ୍ବର: ୧୦୩ କୋଟି ଟଙ୍କା ବିନିଯୋଗରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ୧୩ଟି ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏକାମ୍ର ଅଞ୍ଚଳର ବିକାଶ ପାଇଁ ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।

ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ୱରେ ଥିବା ସୌନ୍ଦର୍ଯ୍ୟକରଣ ପାଇଁ ଲୋକଙ୍କ ସାହାଯ୍ୟରେ ଏକାମ୍ର ଯୋଜନା ଆରମ୍ଭ କରାଯାଇଛି। ପ୍ରକଳ୍ପ ସମାପ୍ତ ହେବା ପରେ ଭୁବନେଶ୍ୱରର ଗୌରବ ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ପାନ ଫର୍ମ ଟ୍ୟାପ୍ କାର୍ଯ୍ୟକ୍ରମର ଉଦାହରଣ ଦେଇ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ପୁରୀର ଲୋକ ବର୍ତ୍ତମାନ ବିଶୁଦ୍ଧ ଜଳ ପାଇଛନ୍ତି। ବର୍ତ୍ତମାନ ପୁରୁଣା ଭୁବନେଶ୍ୱରର ଲୋକ ମଧ୍ୟ ଏହି ସୁବିଧା ପାଇବେ ।

ରାଜ୍ୟର ଫ୍ଲାଗସିପ୍ ସ୍ୱାସ୍ଥ୍ୟ ଯୋଜନା ବିଜୁ ସ୍ବଳ୍ପ କଲ୍ୟାଣ ଯୋଜନା ଉପରେ ମଧ୍ୟ ମୁଖ୍ୟ ମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ ବିକାଶ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ପରିଚୟ। ସେ କହିଛନ୍ତି ଯେ ଓଡ଼ିଶାର ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସେଚନ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ। ସେମାନେ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ନିଆଯାଇଥିବା ଓ ଯୋଜନା କରାଯାଇଥିବା ସମସ୍ତ ପଦକ୍ଷେପ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି।

ଆରମ୍ଭ ହୋଇଥିବା ଏହି ନୂଆ ପ୍ରକଳ୍ପଗୁଡ଼ିକରେ ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ, ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କପିଳେଶ୍ବରରେ ଗଙ୍ଗୁଆ ବାମପାର୍ଶ୍ବ କେନାଲ ବନ୍ଧରେ ଦୁଇ ଲେନ୍‌ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରୋଡ୍‌ରେ ବକ୍‌ସ କଲ୍‌ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦା ମାନଙ୍କର ଥଇଥାନ, ସମ୍‌ ହସ୍‌ପିଟାଲ ରାସ୍ତାର ଆଲୋକୀକରଣ , ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ । ଏହି କାର୍ଯ୍ୟକ୍ରମରେ ବି.ଏମ.ସି କମିଶନର ଶ୍ରୀ ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ସଞ୍ଜୟ ସିଂ, ଖୋର୍ଦ୍ଧା ଜିଲ୍ଲା କଲେକ୍ଟର ତଥା ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।
Published by:Lipina Das
First published:
)}