୨୦୨୪ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷରେ ଅଗ୍ରସର ଓଡ଼ିଆ କ୍ଲାଇମ୍ବିଂ ଆଥଲେଟ୍‌ସ୍‌ମାନେ

ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ଲାଇମ୍ବିଂ । ସାଧାରଣତଃ ବିଦେଶରେ ଏ ଭଳି କ୍ଲାଇମ୍ବିଂ ୱାଲ୍‌ରେ ପ୍ରତିଯୋଗିତା ହୁଏ । କିନ୍ତୁ ଓଡ଼ିଶାରେ ଏ ଭଳି ଅନ୍ତର୍ଜାତୀୟ ମାନର ୱାଲ୍‌ରେ ପ୍ରତିଯୋଗିତାରୁ ଏଥର ନୂଆ ଅନୁଭୁତି ପାଇଛନ୍ତି ଛଅ ଜଣ ଓଡ଼ିଆ ଆଥ୍‌ଲେଟ୍ ଓ 123 ରାଜ୍ୟ ବାହାରୁ ଆସିଥିବା ଆଥ୍‌ଲେଟ୍ ।

୨୦୨୪ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷରେ ଅଗ୍ରସର ଓଡ଼ିଆ କ୍ଲାଇମ୍ବିଂ ଆଥଲେଟ୍‌ସ୍‌ମାନେ
କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ କ୍ଲାଇମ୍ବିଂ ଚାମ୍ପିଅନସିପ୍‌ ।
  • News18 Odia
  • Last Updated: January 10, 2020, 10:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୨୦୨୪ ଅଲିମ୍ପିକ୍ସ କ୍ଲାଇମ୍ବିଂରେ ଓଡ଼ିଆ ଖେଳାଳିଙ୍କୁ ମିଳିବ ସୁଯୋଗ । ଏନେଇ ଏବେ ଠାରୁ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ସହ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି । ସାଢେ ତିନି ମାସର ପ୍ରଶିକ୍ଷଣ ପରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ କ୍ଲାଇମ୍ବିଂ ଚାମ୍ପିଅସିପ୍‌ରେ ଭାଗ ନେଇଛନ୍ତି ଛଅ ଜଣ ଓଡ଼ିଆ ଆଥ୍‌ଲେଟ୍‌ ।

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଜାତୀୟ କ୍ଲାଇମ୍ବିଂ ଚାମ୍ପିଅନସିପ୍‌ । ନବନିର୍ମିତ ଅନ୍ତର୍ଜାତୀୟ ମାନର କ୍ଲାଇମ୍ବିଂ ୱାଲ୍‌ରେ ପ୍ରତିଯୋଗିତାକୁ ନେଇ ବେଶ୍‌ ଉତ୍ସାହିତ ରାଜ୍ୟ ଓ ରାଜ୍ୟ ବାହାରର ଖେଳାଳିମାନେ ।

ବିଭିନ୍ନ ରାଜ୍ୟର ୧୨୯ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀ । ପ୍ରଥମ ଥର ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ନୂଆ ଅଭିଜ୍ଞତା ହାସଲ କରିଥିବା କହିଛନ୍ତି ଓଡ଼ିଆ ପ୍ରତିଯୋଗୀମାନେ।

‘‘ପୂର୍ବରୁ କଳିଙ୍ଗ କ୍ଲାଇମ୍ବିଂ କଂପ୍ଲେକ୍ସରେ ପ୍ରଶିକ୍ଷଣ ନେଇଛନ୍ତି ଖେଳାଳି । ହେଲେ ଜାତୀୟ ପ୍ରତିଯୋଗିତାର ପ୍ରଥମ ଥର ପାଇଁ ଭାଗ ନେବାର ସୁଯୋଗ ପାଇଛନ୍ତି ଏଥର । ଏହି ଭଳି ଅଭ୍ୟାସ ଜାରି ରହିଲେ ଅନ୍ତର୍ଜାତୀୟ ସ୍ତରରେ ସେମାନେ ଭଲ ପ୍ରଦର୍ଶନ କରିପାରିବେ,’’ କହିଛନ୍ତି ଓଡ଼ିଆ ଆଥଲେଟ ଅଜୟ ହୋତା ।

ନବନିର୍ମିତ ଅନ୍ତର୍ଜାତୀୟ ମାନର କ୍ଲାଇମ୍ବିଂ ୱାଲ୍‌ରେ ଏହି ଚାମ୍ପିଅନସିପ୍‌ ଅନୁଷ୍ଠିତ ହୋଇଥିଲା ।


କଳିଙ୍ଗ ଷ୍ଟାଡିୟମର ଅନ୍ତର୍ଜାତୀୟ ମାନର କ୍ଲାଇମ୍ବିଂ କଂପ୍ଲେକ୍ସକୁ ନେଇ ବେଶ୍‌ ଉତ୍ସାହିତ ଭାରତୀୟ ଖେଳାଳିମାନେ । ‘‘ସାଧାରଣତଃ ବିଦେଶରେ ଏଭଳି କ୍ଲାଇମ୍ବିଂ ୱାଲ୍‌ରେ ପ୍ରତିଯୋଗିତା ହୁଏ । କିନ୍ତୁ ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ମାନର ୱାଲ୍‌ରେ ପ୍ରତିଯୋଗିତାରୁ ନୂଆ ଅନୁଭୁତି ସାଉଁଟିଛି,’’ କହିଛନ୍ତି ପୁଣେରୁ ଆସିଥିବା ପ୍ରତିଯୋଗୀ ରିତ୍ବିକ ।

ରାଙ୍କ ବୃଦ୍ଧି ସହ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ ନେଇ ଏହା ଏକ ବଡ ସୁଯୋଗ । ଓପନ, ପୁରୁଷ, ମହିଳା, ଜୁନିୟର ବାଳକ ଓ ବାଳିକା, ସବ୍‌ଜୁନିୟର ବାଳକ ଓ ବାଳିକା ବର୍ଗରେ ହୋଇଛି ପ୍ରତିଦ୍ବନ୍ଦିତା । ସ୍ପିଡ୍‌, ଲିଡ୍‌, ବୋଲ୍‌ଡରିଂ ପ୍ରମୁଖ ୩ ଟି ବିଭାଗରେ ହୋଇଛି ପ୍ରତିଯୋଗିତା ।

‘‘ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ଲାଇମ୍ବିଂ । କିନ୍ତୁ ୨୦୨୦ ନୁହେଁ, ୨୦୨୪ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ପ୍ରସ୍ତୁତ କରାଯାଉଛି,’’ କହିଛନ୍ତି ଜାତୀୟ ସ୍ପୋର୍ଟ୍‌ସ କ୍ଲାଇମ୍ବିଂ ଅଧ୍ୟକ୍ଷ ବ୍ରିଗେଡିୟର ଏମ୍‌.ପି.ଯାଦବ ।

୨୦୨୪ ପାଇଁ ହାତରେ ଢେର ସମୟ ରହିଛି, ତେଣୁ ଏହାରି ଭିତରେ ଖେଳାଳିଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦେଇ ସେମାନଙ୍କ ଦକ୍ଷତା ବିକାଶ କରାଯିବ ଏବଂ ପଦକ ବିଜୟ ପାଇଁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ସେ । ଜାତୀୟ ପ୍ରତିଯୋଗିତା ପରେ ୨୦୨୦ ଏସିଆନ୍‌ ଚାମ୍ପିଅନସିପ୍‌ରେ ଦୁଇ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ।
First published: January 10, 2020, 10:52 AM IST