ରାଜ୍ୟରେ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ; ଜୁନରୁ ନୂଆ ଶିକ୍ଷା ବର୍ଷ

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣ ଓ ବଢ଼ୁଥିବା ଖରାର ସ୍ଥିତି ଦେଖି ଏବେ ସ୍କୁଲ ଖୋଲିବା ସମ୍ଭବ ହେବା ଭଳି ଲାଗୁନି ।

ରାଜ୍ୟରେ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ; ଜୁନରୁ ନୂଆ ଶିକ୍ଷା ବର୍ଷ
ରାଜ୍ୟରେ ମୋଟ ୫୧ ହଜର ସ୍କୁଲରେ ୪୫ ଲକ୍ଷ ପିଲା ପାଠ ପଢୁଛନ୍ତି ।
  • News18 Odia
  • Last Updated: March 13, 2021, 7:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରାଜ୍ୟର ସବୁ ଛାତ୍ରଛାତ୍ରୀ ଆଗାମୀ ଶ୍ରାଣୀକୁ ଉତ୍ତୀର୍ଣ୍ଣ ହେବେ । ଗତ ବର୍ଷ ସମସ୍ତଙ୍କୁ ପାସ୍‌ କରାଯାଇଥିବା ବେଳେ ଚଳିତ ବର୍ଷ ବି ସମସ୍ତଙ୍କୁ ପାସ କରିବା ନେଇ ସ୍ଥିର କରିଛନ୍ତି ସରକାର । ଏବେ ଶ୍ରେଣୀଗୃହରେ ପାଠ ପଢ଼ା ହେଉ ନ ଥିବାରୁ ପରୀକ୍ଷା ନ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରାଜ୍ୟର ସବୁ ଛାତ୍ରଛାତ୍ରୀଙ୍କୁ ପାସ୍‌ କରିବା ନେଇ ବିଚାର ବିମର୍ଷ ଜାରି ରହିଛି ।

ଏପ୍ରିଲ ମାସରେ ବି ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ନାହିଁ । ପ୍ରଚଣ୍ଡ ଖରା ଓ କରୋନା ଯୋଗୁଁ ଜୁନରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ସୁଚନା ମିଳିଛି । ତେବେ ନବମ ଶ୍ରେଣୀରେ ଛାତ୍ର ଛାତ୍ରୀଙ୍କ କ୍ଲାସ ଆରମ୍ଭ ହୋଇଥିବା ବେଳେ ଅଫଲାଇନରେ ସେମାନଙ୍କର ପରୀକ୍ଷା କରାଯିବ। କୋଭିଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଗୋଟେ ଦିନ ବି ଛାତ୍ରଛାତ୍ରୀମାନେ ସ୍କୁଲ୍‌ ପିଣ୍ଡା ମାଡି ନାହାଁନ୍ତି । କେବଳ ଘରେ ରହି ଅନଲାଇନ କ୍ଳାସ କରିଛନ୍ତି ।

ଏହା ବି ପଢ଼ନ୍ତୁ | ନିଜ ବୟଫ୍ରେଣ୍ଡକୁ ସୁପାରୀ ଦେଇ ହତ୍ୟା କରାଇଲା; ହତ୍ୟାକାରୀକୁ କହିଲା ସେ ପାଇବ ₹୧.ଲକ୍ଷ ସେକ୍ସ

ଗତ ବର୍ଷ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ସମସ୍ତଙ୍କୁ ପାସ୍‌ କରାଯାଇଥିବା ବେଳେ ଚଳିତ ବର୍ଷ ବି ସମସ୍ତଙ୍କୁ ପାସ୍‌ କରାଯିବ । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ‘‘ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଭଳି  କରୋନା ସଂକ୍ରମଣ  ଓ ଖରା ବଢୁଛି ଏ ପରିସ୍ଥିତିରେ ଏବେ ସ୍କୁଲ ଖୋଲିବା ସମ୍ଭବ ହେବା ଭଳି ଲାଗୁନି । ଏହାକୁ ଦୃଷ୍ଟିରେ ରଖି ଯେଭଳି ଗତ ବର୍ଷ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ପାସ କରାଯାଇଥିଲା ଚଳିତ ବର୍ଷ ବି ସମସ୍ତଙ୍କୁ ପାସ କରାଯିବ । ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇ ନ ଥିଲେ ବି ଆପାତତଃ ତାହା ହିଁ ସ୍ଥିର କରାଯାଇଛି ।’’

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


‘‘ପ୍ରଚଣ୍ଡ ଖରା ଓ କରୋନା ମହାମାରୀ ଯୋଗୁଁ ଏପ୍ରିଲ୍‌ ବଦଳରେ ଜୁନ ମାସରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା; ଗୋଡ଼ ଛାତିରେ ଆଘାତ ଲାଗିଥିବା କହିଲେ

ବର୍ତ୍ତମାନ ଦଶମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଜାରି ରହିଛି । କୋଭିଡ ଯୋଗୁଁ ଅଧିକାଂଶ ଦିନ ନଷ୍ଟ ହୋଇଯାଇଥିବା ବେଳେ ସ୍ଥିତି ସାମାନ୍ୟ ସୁଧୁରିବା ପରେ ଅଫଳାଇନ କ୍ଳାସ ଆରମ୍ଭ ହୋଇଥିଲା । ପରୀକ୍ଷା ତାରିଖ ଘୋଷଣା ହୋଇ ସାରିଛି ଓ ବେଳେ ନୂଆ ଢାଞ୍ଚାରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ନୂଆ ଢାଞ୍ଚାରେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀମାନେ ଯେପରି କିଛି ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ପାଟର୍ଣ୍ଣ ପରୀକ୍ଷା ମାର୍ଚ୍ଚ ଶେଷ ସୁଦ୍ଧା କରାଯିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବି ପଢ଼ନ୍ତୁ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା

ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ ହେବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ । ସେ କହିଛନ୍ତି ଏଭଳି ନିଷ୍ପତ୍ତି ଦ୍ୱାରା ଛାତ୍ରଛାତ୍ରୀମାନେ କ୍ଷତିଗସ୍ତ ହେବେ । ‘‘ଅନଲାଇନ୍‌ କ୍ଳାସ ଉପର ଶ୍ରେଣୀ ପିଲାଙ୍କ ପାଇଁ ଫଳପ୍ରଦ ହୋଇନି, କିନ୍ତୁ ତଳ ସ୍ତର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିରୋ । ଏହି ପିଲାମାନେ ଅନଲାଇନ କ୍ଲାସର ଲାଭ ପାଇନାହାନ୍ତି କିମ୍ବା ମହତ୍ତ୍ୱ ବୁଝି ନାହାନ୍ତି । ପାଠ ପଢା ନ ହେବା ଓ ପରୀକ୍ଷା ନ କରାଇ ସମସ୍ତଙ୍କୁ ପାସ କରାଇଦେବା ଠିକ ହେବନି,’’ ସେ କହିଛନ୍ତି ।



‘‘ଯଦି ଶିକ୍ଷା ବର୍ଷ ବିଳମ୍ବ ହୁଏ, ତେବେ ଡ୍ରପ୍‌-ଆଉଟ ସଂଖ୍ୟା ବଢିବା ସହ ଛାତ୍ରଛାତ୍ରୀଙ୍କ ପାଠ ଭରଣା କରିବା ସମସ୍ୟା ବି ଦେଖାଦେବ । ଏ ଦୃଷ୍ଟିରୁ ସରକାର ବିଚାର କରିବା ଉଚିତ,’’ କହିଛନ୍ତି ଆଚାର୍ଯ୍ୟ । ରାଜ୍ୟରେ ମୋଟ ୫୧ ହଜର ସ୍କୁଲରେ ୪୫ ଲକ୍ଷ ପିଲା ପାଠ ପଢୁଛନ୍ତି ।
Published by: Anand Shankar Thankur Das
First published: March 13, 2021, 7:34 PM IST