ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟ

OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟ

Odisha civil services (OPSC) OAS results published | ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା (OCS exams) ପାଇଁ ମୋ’ଟ ୪୭,୭୧୯ ଜଣ ଆବେଦନ କରିଥିଲେ । ସେଥିରୁ ପ୍ରାଥମିକ ପରୀକ୍ଷାରେ (OCS prelims exams) ୨୫,୭୮୦ ଜଣ ଭାଗ ନେଇଥିଲେ । ଲିଖିତ ପରୀକ୍ଷା (OCS main exams) ପାଇଁ ୧,୮୮୦ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିଲେ ।

OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟ
ଜଣେ କୃତକାର୍ଯ୍ୟ ଛାତ୍ରୀଙ୍କୁ ତାଙ୍କ କୋଚିଂ ଅନୁଷ୍ଠାନରେ ସମ୍ବର୍ଦ୍ଧିତ କରାଯାଉଛି ।
  • News18 Odia
  • Last Updated: October 8, 2021, 10:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା ଫଳ (OAS results) ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ବିନୀ କୁମାର ପଣ୍ଡା ଚଳିତ ଥର ଟପ୍ପର୍‌ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ (ଟପ୍‌ ଟେନ୍‌) ମଧ୍ୟରେ ଅଛନ୍ତି ତିନି ଜଣ ମହିଳା ।

ଓଡିଶା ପବ୍ଲିକ୍‌ ସର୍ଭିସ କମିଶନ୍‌ (ଓ.ପି.ଏସ୍‌.ସି, OPSC) ଶୁକ୍ରବାର ଦିନ ନିଜ ଆଧିକାରିକ ୱେବସାଇଟ୍ www.opsc.gov.in ରେ ଏହି ଫଳ ପ୍ରକାଶ କରିଛି । କରୋନା ମହାମାରୀ କାରଣରୁ ଏହି ପରୀକ୍ଷାର କାର୍ଯ୍ୟସୂଚୀ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିଲା । ଏବେ ପରୀକ୍ଷା ଫଳ ପ୍ରକାଶନ ପରେ ପ୍ରାର୍ଥୀମାନଙ୍କ ଦୀର୍ଘ ଅପେକ୍ଷା ଶେଷ ହୋଇଛି । ଗୃପ୍‌ ଏ ଓ ଗୃପ୍‌ ବି କ୍ୟାଟେଗୋରୀରେ ମୋ’ଟ ୧୫୩ ଜଣ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ କମିଶନ୍‌ ସୁପାରିଶ କରିଛନ୍ତି ।

ଏହା ବି ପଢ଼ନ୍ତୁ | ରେଳବାଇର ୧୧ ଲକ୍ଷ କର୍ମଚାରୀଙ୍କ ପାଇଁ ପାର୍ବଣ ଉପହାର: ସେମାନଙ୍କୁ ମିଳିବ ୭୮ ଦିନର ବୋନସ୍

ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅଙ୍କୁର ଅଭିଳାଶ । ତୃତୀୟରେ ଅଛନ୍ତି ରଶ୍ମିରେଖା ପାତ୍ର । ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ସୌମ୍ୟ ରଞ୍ଜନ ପ୍ରଧାନ ଓ ସିଦ୍ଧେଶ୍ୱର ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମମତା ବାନାର୍ଜୀ ମଞ୍ଚରେ ବାବୁଲ୍ ସୁପ୍ରିୟୋଙ୍କ ସହ ଦୁର୍ଗା ପୂଜା ଆଲବମର ଗୀତ ଗାଇଲେ – VIDEO

୨୦୨୦ ଡିସେମ୍ବର ମାସରେ ଲିଖିତ ପରୀକ୍ଷା (OAS main exams) ଆୟୋଜିତ ହୋଇଥିଲା । ଏଥିରେ ୧,୬୧୦ ଜଣ ପ୍ରାର୍ଥୀ ଭାଗ ନେଇଥିଲେ । ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ୩୦୭ ଜଣ । ସେମାନଙ୍କ ମଧ୍ୟରୁ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । କରୋନା ମହାମାରୀ ଓ ବାରମ୍ବାର ଲକଡାଉନ୍‌ କାରଣରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ।

ଏହା ବି ପଢ଼ନ୍ତୁ | ଲାଲୁ ଯାଦବଙ୍କ ପରିବାରରେ ଫାଟ ଦିଶିଲା; ବଡ଼ ପୁ୍ଅ ତେଜ ପ୍ରତାପ ଯାଦବ ପାର୍ଟିରୁ ବାହାରିଗଲେ

ପ୍ରକାଶ ପାଇଥିବା ପରୀକ୍ଷା ଫଳରେ ଅନୁସୂଚିତ ଜାତିରୁ (SC) ୨୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଅନୁସୂଚିତ ଜନଜାତିରୁ (ST) ୨୪ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି । ବାରି ୬୯ ଜଣ ପ୍ରାର୍ଥୀ ସାଧାରଣ ବର୍ଗର । ମୋ’ଟ ସଫଳ ପ୍ରାର୍ଥୀମାନଙ୍କ ମଧ୍ୟରେ ୫୬ ଜଣ ମହିଳା ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେକାର୍ ଚକ ତଳେ କୃଷକ ମୃତ୍ୟୁଘଟଣାର VIDEO ଦେଖାଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ

ସୂଚନା ଅନୁସାରେ OASରେ ୩୦ଟି ପଦବୀ ଖାଲି ଥିଲା । OFSରେ ନଅଟି ପଦବୀ, OPSରେ ସାତଟି, OCSରେ ପାଞ୍ଚଟି, ORSରେ (ଗୃପ୍- BJ) ୮୨ଟି ଓ ORS (OT & AS)ରେ ୨୦ଟି ପଦ ଖାଲି ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Lionfish Power: ୟାକୁ ଛୁଇଁବା ମାତ୍ରେ ମୃତ୍ୟୁ ହୁଏ; ମାତ୍ର ଇଞ୍ଚର ଏହି ମାଛ ସାକ୍ଷାତ ଯମ ଦୂତ

ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା (OCS exams) ପାଇଁ ମୋ’ଟ ୪୭,୭୧୯ ଜଣ ଆବେଦନ କରିଥିଲେ । ସେଥିରୁ ୧୫ ମାର୍ଚ୍ଚ ୨୦୨୦ରେ ଅନୁଷ୍ଠିତ ପ୍ରାଥମିକ ପରୀକ୍ଷାରେ (OCS prelims exams) ୨୫,୭୮୦ ଜଣ ଭାଗ ନେଇଥିଲେ । ଲିଖିତ ପରୀକ୍ଷା (OAS main exams) ପାଇଁ ୧,୮୮୦ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଥିଲେ । ଶେଷରେ ୨୦୨୦ ଡିସେମ୍ବର ମାସରେ ଆୟୋଜିତ ଲିଖିତ ପରୀକ୍ଷାରେ ୧,୬୧୦ ଜଣ ପ୍ରାର୍ଥୀ ଭାଗ ନେଇଥିଲେ ।

ଏହା ବି ପଢ଼ନ୍ତୁ | Railway Jobs: ରେଳବାଇରେ ,୩୬୬ଟି ଚାକିରି ବାହାରିଛି; ଦଶମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରନ୍ତୁ

ଏହି ବର୍ଷ ୨୨ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ନଅ ଦିନ ଧରି ଚାଲିଥିବା ସାକ୍ଷାତକାର ପରୀକ୍ଷାରେ (OCS interview) ୩୦୭ ଜଣ ପ୍ରାର୍ଥୀ ଭାଗ ନେଇଥିଲେ ।
Published by: Anand S.T. Das
First published: October 8, 2021, 10:51 PM IST