ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ: ଛାତ୍ରଙ୍କ ଠାରୁ ଛାତ୍ରୀ ଆଗରେ; ୮ରେ ବାହାରିବ କଳା ପରୀକ୍ଷା ଫଳ

ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଳ ପ୍ରଦର୍ଶମ କରିଛନ୍ତି । ଅଗଷ୍ଟ ୮ ତାରିଖରେ ଉଭୟ କଳା ଓ ଧନ୍ଦାମୂଳକ ବିଷୟର ଫଳ ପ୍ରକାଶ ପାଇବ ବୋଲି ସୂଚନା ମିିଳିଛି ।

CHSE ପରୀକ୍ଷା ଫଳ

CHSE ପରୀକ୍ଷା ଫଳ

  • Share this:
News 18 Odia Digital

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ପକ୍ଷରୁ ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ।CHSE ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅପରାହ୍ନ ୫ଟା ପରେ ଓ୍ୱେବସାଇଟରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । www.odisha results.nic.in ଓ SAMS ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି।

ଚଳିତ ବର୍ଷ ବିଜ୍ଞାନରେ ୯୪.୧୨ ପ୍ରତିଶତ ପାସ୍ ହାର ରହିଥିବାବେଳେ ବାଣିଜ୍ୟରେ ୮୯.୨୦ ପ୍ରତିଶତ ପାସ୍ ରହିଛି । ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‍ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଛନ୍ତି । କଳାରେ ୨ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୭୮ ହଜାର ୭୭ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ରହିଛନ୍ତି । ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ ଲାଗି ୧୨ ହଜାରରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଥିଲା । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତି କେନ୍ଦ୍ରରେ ସିସିଟିଭି ଲାଗିବା ସହ ଇ-ମୂଲ୍ୟାୟନ କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଥିଲା ।

ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ନୟାଗଡ଼ ଜିଲ୍ଲା। ନୟାଗଡ଼ରେ ୯୯.୧୧ ରେଜଲ୍ଟ ହୋଇଛି। ସେହିପରି ସର୍ବନିମ୍ନ ପାସହାର ଫୁଲବାଣୀ ୭୬.୮୧ ରେଜଲ୍ଟ। ବାଣିଜ୍ୟ ବିଭାଗରେ ପାସ ହୋଇଛନ୍ତି ୨୧୧୬୫ । ପାସ ହୋଇଛନ୍ତି ୨୧୧୬୫। ଏଥିରେ ଛାତ୍ର ପାସ ହୋଇଛନ୍ତି ୧୩୨୧୧ ଜଣ। ପାସ ହାର ୮୮.୩୨। ଛାତ୍ରୀ ପାସ ହୋଇଛନ୍ତି ୭୯୫୩ ଜନା। ପାସ ହାର ୯୦.୭୧ ପାସ ହାର ରହିଛି। ପ୍ରଥମ ଶ୍ରେଣୀ ରେ ୧୦୮୬୩, ଦିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀର ୫୨୪୨। ୯୦ ପ୍ରତିଶତ ଉର୍ଦ୍ଧ ମାର୍କ ରଖି ପାସ ହୋଇଛନ୍ତି ୨୪୩। ସେହିପରି ୧୦୦ ପ୍ରତିଶତ ପାସ ହୋଇଥିବା ସ୍କୁଲ ୧୩୪ଟି।

ଅଧିକ ପ୍ରତିଶତ ରଖିଥିବା ଜିଲ୍ଲା ହେଉଛି ବୌଦ୍ଧ ଜିଲ୍ଲା। ବୌଦ୍ଧରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି। ସେହିପରି ସର୍ବନିମ୍ନ ପାସହାର ଦେଓଗଡ଼ ୬୧.୫୩ ରେଜଲ୍ଟ। ଚଳିତବର୍ଷ ୩୦% ସିଲାଵସ କମିବା, ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚାରେ ପରିଵର୍ତନ, ବିକଳ୍ପ ପଦ୍ଧତି ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ବେଶ ଭଲ ହୋଇଥିବା ମନ୍ତ୍ରୀ କହିଛନ୍ତି। ସେହିଭଳି ଚଳିତ ବର୍ଷ ୧୦୦% ସିଲାଵସ ପାଠପଢା ହେବ। ହେଲେ ଗତ ବର୍ଷ ଭଳି ଟର୍ମ ଏଣ୍ଡ ପରୀକ୍ଷା ହେବ କି ନାହିଁ ସେ ନେଇ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ ବୋଲି କାଉନ୍ସିଲ ଅଧ୍ୟକ୍ଷ କହିଛନ୍ତି।
ଆସନ୍ତା ଅଗଷ୍ଟ ୮ ତାରିଖ ରେ ଉଭୟ କଳା ଓ ଧନ୍ଦାମୂଳକ ବିଷୟର ଫଳ ପ୍ରକାଶ ପାଇବ। ଏହା ପରେ ଛାତ୍ରଛାତ୍ରୀଙ୍କ ରି ଆଡ଼ିସନ ପ୍ରକ୍ରିୟା ଆରମ୍ଭ ହେବ।
Published by:Soumyashree Mishra
First published: