ସ୍କୁଲ୍ ଖୋଲିବା ପୂର୍ବରୁ ପିଲାଙ୍କ ସୁରକ୍ଷା ଚିନ୍ତା: ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏକ ଅଭିଯାନ ଚଳେଇବ

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ବିଧାନ ସଭା କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ଆସିଥିବା ଶିଶୁମାନେ ସାମିଲ ହେବେ । ଅନେକ ଦିନ ସ୍କୁଲଠୁ ଦୂରେଇ ରହିବା ପରେ ପିଲାମାନଙ୍କ ଦକ୍ଷତା ଓ ମାନସିକତାରେ ପରିବର୍ତ୍ତନ ପରଖାଯିବ ।

ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠ ପଢ଼ା ସ୍ବାଭାବିକ ହୋଇଛି । (ପ୍ରତୀକାତ୍ମକ ଛବି)

ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠ ପଢ଼ା ସ୍ବାଭାବିକ ହୋଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର କମିଥିବା ପ୍ରକେପ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟବସ୍ଥା ସ୍ବାଭାବିକ ହେଉଥିବାରୁ ଶ୍ରେଣୀଗୃହ ଶିକ୍ଷାଦାନ ପୂର୍ବାବସ୍ଥାକୁ ଫେରୁଛି । ଏସବୁ ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍ବାଭାବିକ ହେବା ପରେ ଏବେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ୍‌ ପାଠପଢା ଆରମ୍ଭ ହେବାକୁ ଯାଉଛି । ହେଲେ ପ୍ରାୟ ଦେଢ଼ ବର୍ଷ ପରେ ବିଦ୍ୟାଳୟକୁ ଫେରୁଥିବା ପିଲାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସଚେତନତାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଓଡି଼ଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଣ୍ଟା ଭିଡି଼ଛି ।

ଏକ ୪୦-ଦିନିଆ ଅଭିଯାନ ମାଧ୍ୟମରେ ପିଲାମାନଙ୍କ ପାଇଁ ଏକ ସଚେତନତା ରଥ ଚଳାଇବା ସାଙ୍ଗକୁ ରାଜ୍ୟସ୍ତରୀୟ ଶିଶୁ ବିଧାନ ସଭା ଓ ବିଧାୟକ ପରାମର୍ଶଦାତା ବୈଠକ ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ । ରାଜ୍ୟରେ ବିଦ୍ୟାଳୟ ଶିକ୍ଷା ସ୍ବାଭାବିକ ହେବା ସଙ୍ଗେ ସଙ୍ଗେ ପିଲାମାନଙ୍କ ସଚେତନତା ଓ ସୁରକ୍ଷା ନେଇ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ଅଭିଯାନର ଏହା ହେବ ଏକ ଅଂଶ ।

ଏହା ବି ପଢ଼ନ୍ତୁ | T20 World Cupରେ ଭାରତ ପାଇଲା ସବୁଠୁ ବଡ଼ ବିଜୟ; ସ୍କଟଲ୍ୟାଣ୍ଡକୁ ମାତ୍ର ୩୯ ବଲରେ ହରେଇଲା

ନଭେମ୍ବର ୧ ତାରିଖରୁ ଓଡି଼ଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ୪୦-ଦିନିଆ ଅଭିଯାନ ଚାଲିଥିବା ବେଳେ ଆସନ୍ତା ୧୯ ତାରିଖରୁ ସ୍ବତନ୍ତ୍ର ଭ୍ରାମ୍ୟମାଣ ଭ୍ୟାନର ଶୁଭାରମ୍ଭ ହେବ । ଏହା ଭୁବନେଶ୍ୱରରୁ ଆରମ୍ଭ କରି ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲି ବୁଲି ଶିଶୁମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦେବ । ଏହା ସହ ରାଜଧାନୀରେ ଏକ ରାଜ୍ୟସ୍ତରୀୟ ଶିଶୁ ବିଧାନ ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସାରା ରାଜ୍ୟରୁ ଶିଶୁମାନଙ୍କୁ ସାମିଲ କରି ସେମାନଙ୍କ ଦକ୍ଷତା ଓ ମାନସିକତା ବି ପରଖାଯିବ । ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ପରାମର୍ଶଦାତା ବୈଠକ ଆୟୋଜନ କରାଯିବ ବୋଲି ଆୟୋଗର ଅଧ୍ୟକ୍ଷା କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Virat Kohli: ଖାଲି କ୍ରିକେଟ୍ ନୁହେଁ, ଲୁକ୍ ଫ୍ୟାଶନ ଦୃଷ୍ଟିରୁ ବି ଆଗରେ ରହନ୍ତି ବିରାଟ କୋହଲି

‘‘ପିଲାମାନେ ପ୍ରାୟ ଦୁଇ ବର୍ଷ ହେବ ସ୍କୁଲ୍‌ ନ ଯାଇଥିବାରୁ ସେମାନଙ୍କ ମାନସିକ ପରିବର୍ତ୍ତନ ଘଟିଛି । ସେମାନେ ମାନସିକ ଚାପ ଓ ଚିନ୍ତାରେ ରହୁଛନ୍ତି । ବର୍ତ୍ତମାନ ସମୟ ସ୍କୁଲ୍‌ ଖୋଲିବାର ସମୟ ଆସିଥିବାରୁ ଆମେ ପିଲାଙ୍କୁ କିଭଳି ସଚେତନ କରିବୁ ସେଥି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛୁ,’’ କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାର ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ।

ଏହା ବି ପଢ଼ନ୍ତୁ | T20 World Cup: କେଉଁ ଦେଶ ଜିତିବ ବିଶ୍ୱ କପ୍? ବୀରେନ୍ଦ୍ର ସେହୱାଗ୍ ଭବିଷ୍ୟତ ବାଣୀ କଲେ

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ‘‘ସ୍କୁଲ ଖୋଲିବାକୁ ଆମେ ଅନେକ ଦିନରୁ ଦାବି କରି ଆସୁଥିଲୁ । ଆମକୁ ଅନଲାଇନରେ ପାଠ ପଢ଼ାଇବା ତ ମୁସ୍କିଲ୍‌ ଥିଲା, ତା’ ସହ ଦେଖୁଥିଲୁ ଯେ ଅଧାରୁ ଅଧିକ ପିଲା ପାଠ ପଢ଼ିବାରୁ ବଞ୍ଚିତ ହେଉଥିଲେ । ତାଙ୍କ ପାଖରେ ପାଠ ପହଞ୍ଚି ପାରୁ ନ ଥିଲା । ତେଣୁ ସରକାର ପିଲାମାନଙ୍କ ପାଇଁ ସ୍କୁଲ୍‌ ଖୋଲନ୍ତୁ ଓ ବାକି ସମସ୍ତ କଟକଣା ଉପରେ ଧ୍ୟାନ ଦିଅନ୍ତୁ ବୋଲି ଆମେ ଦାବି କରୁଛୁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM Modi@LoC: ସୈନ୍ୟମାନଙ୍କ ସହ ଦୀପାବଳୀ ପାଳନ କଲେ ମୋଦି; ସର୍ଜିକାଲ୍ ଷ୍ଟ୍ରାଇକ୍ କଥା କହିଲେ

ଦୀପାବଳୀ ପରେ ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍‌ ଖୋଲିବା ସହ ନୂଆ ବର୍ଷ ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ବାଭାବିକ ହେବ ବୋଲି ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିଲେ । ତେଣୁ ପର୍ଯ୍ୟାୟ କ୍ରମେ ପରୀକ୍ଷାମୂଳକ ଭାବେ ଓ ଦୀର୍ଘ ଦିନ ପରେ ବିଦ୍ୟାଳୟ ଖୋଲୁଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆଗ୍ରହର ସହ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି । ରାଜ୍ୟସ୍ତରୀୟ ଶିଶୁ ବିଧାନ ସଭା ଦ୍ବାରା ଛାତ୍ରଛାତ୍ରୀଙ୍କ ନେତୃତ୍ବ, ବୌଦ୍ଧିକ ବିକାଶ ଓ ମାନସିକ ଦକ୍ଷତାର ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Coronaକୁ ଗୁରୁତର ହେବାରୁ ରୋକିବ ଏହି ଆଣ୍ଟିବଡି; ବୈଜ୍ଞାନିକମାନଙ୍କୁ ମିଳିଲା ବଡ଼ ସଫଳତା

‘‘ଆମକୁ ସ୍କୁଲ୍‌ ଖୋଲିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଆସିନାହିଁ, କିନ୍ତୁ ପିଲାମାନଙ୍କୁ ସ୍ୱାଗତ କରିବାକୁ ଆମେ ପ୍ରସ୍ତୁତ ଅଛୁ । ଯଦି ପିଲାମାନଙ୍କୁ କେହି ବାରମ୍ବାର ସଚେତନ କରିବା ଓ ତାଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ଏକ ବହୁତ ଭଲ କଥା। ଯେହେତୁ ସେମାନେ ଛୋଟ ପିଲା, ତାଙ୍କୁ ବାରମ୍ବାର କହିବା ଓ ସଚେତନ କରିବାର ଆବଶ୍ୟକତା ଅଛି,’’ କହିଛନ୍ତି ୟୁନିଟ ୨ ହାଇ ସ୍କୁଲର ଅଧ୍ୟକ୍ଷା ନମିତା ପଟ୍ଟନାୟକ।

ଏହା ବି ପଢ଼ନ୍ତୁ | Deepavali: ଥର ଦୀପାବଳୀରୁ ଏହି ୫ଟି ରାଶି ପାଇଁ ଅତି ଶୁଭ ଫଳ ଆରମ୍ଭ ହେଉଛି

ଡିସେମ୍ବର ୧୦ ତାରିଖରେ ଆୟୋଗର ୪୦-ଦିନିଆ ଅଭିଯାନ ଶେଷ ହେଉଥିବା ବେଳେ ସବୁ କାର୍ଯ୍ୟକ୍ରମ ଏହାରି ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏବେ ବିଦ୍ୟାଳୟ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଧାରିତ ତାରିଖ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ।
Published by:Anand S.T. Das
First published: