ମ୍ୟୁଜିକ୍... ମସ୍ତି... ମ୍ୟାଜିକ୍! ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଫୁଲ୍ ଦମ୍‌ରେ

ଲେଜର୍ ସୋ’ରୁ ସେଲ୍ଫି ଜୋନ୍, ପୁଣି ଦେଶୀ ଓ ବିଦେଶୀ ନୃତ୍ୟଶିଳ୍ପୀଙ୍କ ଜଲ୍‌ୱା ଦେଖିବେ ଲୋକେ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ। କେଉଁଠି ଖାଣ୍ଟି ଓଡ଼ିଆ କଳାକାରଙ୍କ ମନୋରଞ୍ଜନର ମଜା ଉଠାଇବେ ଦର୍ଶକ ତ ଆଉ କେଉଁଠି ଗ୍ରହନକ୍ଷତ୍ରଙ୍କ ମେଳରେ ନୂଆ ବର୍ଷକୁ ସ୍ବାଗତ କରିବାର ସୁଯୋଗ ମିଳିବ ଲୋକଙ୍କୁ ।

ମ୍ୟୁଜିକ୍... ମସ୍ତି... ମ୍ୟାଜିକ୍! ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଫୁଲ୍ ଦମ୍‌ରେ
ଇଣ୍ଡିଆନ୍ ଆଇଡଲ ଫେମ୍ ସରନ୍ୟା ଗାଇବେ ହୋଟେଲ ନ୍ୟୁ ମ୍ୟାରିଅନ୍‌ରେ ।
  • News18 Odia
  • Last Updated: December 30, 2019, 2:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆଉ ମାତ୍ର ଗୋଟିଏ ଦିନ ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷ ୨୦୨୦କୁ ସ୍ବାଗତ କରାଯିବ । ଚ଼ଳିତ ବର୍ଷର ସେହି ଶେଷ ମୁହୂର୍ତ୍ତ ବା ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ରାଜଧାନୀ ଭୁବନେଶ୍ବରରେ ଚ଼ାଲିଛି ବିସ୍ତୃତ ପ୍ରସ୍ତୁତି ।

ରାଜଧାନୀର ପୂରା ପରିବେଶ ଆଉ ଦିନକ ପରେ ଦୁଲୁକିବ ମ୍ୟୁଜିକ୍, ମସ୍ତି ଓ ମ୍ୟାଜିକ୍‌ରେ । କେଉଁଠି ବିଦେଶୀ କଳାକାରଙ୍କ ବେଲି ଡ୍ୟାନ୍ସ ତ ପୁଣି କେଉଁଠି ଓଡ଼ିଆ କଣ୍ଠଶିଳ୍ପୀଙ୍କ ସଙ୍ଗୀତର ଜଲୱା । ତା’ ସହ ପୁଣି ଭଳିକି ଭଳି ଖାଦ୍ୟର ପସରା । ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ତାରକା ହୋଟେଲମାନଙ୍କରେ ପ୍ରସ୍ତୁତି କିଛି ଏମିତି ଢଙ୍ଗରେ ଚ଼ାଲିଛି ।

ହୋଟେଲ ସ୍ବସ୍ତି ପ୍ରିମିୟମରେ ଦୁଇ ପ୍ରକାରର ରହିଛି ଆୟୋଜନ । ପ୍ଲାଜା କ୍ଲବ ଏବଂ ଚାଣକ୍ୟ ହଲ୍‌ରେ ହେବ ଅନେକ କାର୍ଯ୍ୟକ୍ରମ । ‘ବଲିଉଡ୍ ସିଙ୍ଗରମାନଙ୍କ ଲାଇଭ୍ ସୋ ସହ ଡିଜେ ନାଇଟ୍ସ ଧୁନ୍’ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିବ ବୋଲି କହିଛନ୍ତି ସ୍ବସ୍ତି ପ୍ରିମିୟମର ମ୍ୟାମେଜର ସମୀର କୁମାର ବେହେରା ।

ଏଇ ହୋଟେଲରେ ବଲିଉଡ୍ ଲାଇଭ୍ ସୋ ପାଇଁ କପଲ୍ ଏଣ୍ଟ୍ରି ୭,୯୯୯ ଟଙ୍କା ଥିବା ବେଳେ ଡିଜେ ନାଇଟ୍ସ କପଲ୍ ଏଣ୍ଟ୍ରି ୫,୦୦୦ ଟଙ୍କା ରହିଛି ।

ଲେଜର ସୋ ଠାରୁ ସେଲ୍ଫି ଜୋନ୍

ହୋଟେଲ କଳିଙ୍ଗ ଆଶୋକରେ ସ୍ବତନ୍ତ୍ର ଭାବେ ଲେଜର ସୋ ଏବଂ ସେଲ୍ଫି ଜୋନର ବ୍ୟବସ୍ଥା କରାଯାଇଛି । ନାହାକ ସ୍ବୋର୍ଟ୍ସ ଆଣ୍ଡ୍ ଇଭେଣ୍ଟ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ଆୟୋଜନ ହୋଇଛି । ହୋଟେଲ ପ୍ରେସିଡେନ୍ସିରେ ହେବାକୁ ଥିବା ଡ୍ରିମ୍ ନାଇଟ୍‌ରେ ରକ୍ବ୍ୟାଣ୍ଡ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ସେଲ୍ଫି ପ୍ରତିଯୋଗିତା ଆୟୋଜନ କରାଯିବ । ଏଥି ସହ ଲେଜର୍ ସୋ, ମ୍ୟାଜିକ ସୋ, ଫଟୋ ସୁଟ୍‌ର ବ୍ୟବସ୍ଥା କରାଯାଇଛି ।

ଗ୍ରହନକ୍ଷତ୍ରଙ୍କ ମେଳରେ ସେଲିବ୍ରେସନ୍‌

ଗ୍ରହନକ୍ଷତ୍ରଙ୍କ ମେଳରେ ନୂଆବର୍ଷକୁ ସ୍ବାଗତ କରିବାର ସୁଯୋଗ ଦେବ ହୋଟେଲ ମେ ଫେୟାର । ହୋଟେଲ ଭିତରକୁ ପ୍ରବେଶ କରିବା ମାତ୍ରେ ଆକାଶରେ ବିଚ଼ରଣ କରିବାର ଅନୁଭବ ମିଳିବ । ସନ୍ଧ୍ୟା ସାଢେ ୭ ଟାରୁ ମଧ୍ୟରାତ୍ରୀ ଯାଏ ଡିଜେ ବ୍ୟାଣ୍ଡର୍ ନାଚି଼ବେ ଦର୍ଶକ । କେବଳ ଦେଢ ଶହ ଲୋକ ଏହି ବିଶେଷ ଉତ୍ସବରେ ସାମିଲ ହୋଇପାରିବେ ବୋଲି ହୋଟେଲର ଫୁଡ୍ ଆଣ୍ଡ ବେଭେରେଜେସ୍‌ ମ୍ୟାନେଜର ବିବେକ ମିଶ୍ର କହିଛନ୍ତି ।

ନାଚ଼ ଓ ଗୀତ ସହ ସ୍ନାକ୍ସ, ଅନଲିମିଟେଡ ଡ୍ରିଙ୍କ୍ସ, ଇଣ୍ଡିଆନ୍ ଓ ଚ଼ାଇନିଜ୍ ଖାଦ୍ୟ ବି ଉପଲବ୍ଧ ହେବ । କପଲ୍ ଟିକେଟ୍‌ର ଦାମ୍ ରହିଛି ୮,୫୦୦ ଟଙ୍କା ।

ବଲିଉଡ୍ ନାଇଟ୍ସ

ସେପଟେ ହୋଟେଲ ନ୍ୟୁ ମ୍ୟାରିଅନ୍‌ରେ କିନ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ କଳାକାରଙ୍କୁ ନେଇ ଆୟୋଜିତ ହେବ ବଲିଉଡ୍ ନାଇଟ୍ସ । ଇଣ୍ଡିଆନ୍ ଆଇଡଲ ଫେମ୍ ସରନ୍ୟା, ଆରୟାନ୍ କ୍ରିଏଟିଭ୍ ଡ୍ୟାନ୍ସ ଗ୍ରୁପ୍ ଓ ଟ୍ରିଓ ମ୍ୟୁଜିକ୍ ବ୍ୟାଣ୍ଡ ସୋ ଦେଖିବେ ଦର୍ଶକ । ତା’ ସହ ସ୍ପେଶାଲ୍ ଖାଦ୍ୟର ପସରା ମେଲିବ ।

ଏଠାରେ କପ୍ଲ ଏଣ୍ଟ୍ରି ଫି ୬,୦୦୦ ଟଙ୍କା ରହିଛି, ଯାହାକି ଏବେ ସମ୍ପୂର୍ଣ୍ଣ ବିକ୍ରି ହୋଇସାରିଥିବା ହୋଟେଲ ପକ୍ଷରୁ କୁହାଯାଇଛି ।

‘‘ସୁରକ୍ଷିତ ପରିବେଶ, ସୁସ୍ବାଦୁ ଖାଦ୍ୟ ସହ ଓଡ଼ିଶା କଳାକାରଙ୍କ ଲାଇଭ୍ ସୋ ଏଠି ଦର୍ଶକଙ୍କୁ ଆକୃଷ୍ଟ କରିଥାଏ,’’ କହିଛନ୍ତି ନ୍ୟୁ ମ୍ୟାରିଅନ୍ର ଜେନେରାଲ୍ ମ୍ୟାନେଜର ସମୀର ଅଲ୍ଲୀ ।

ରଙ୍ଗାରଙ୍ଗ୍ ପରିବେଶ ଭିତରେ ନୂଆବର୍ଷକୁ ସ୍ବାଗତ କରିବାକୁ ଏବେ ସମସ୍ତେ ପ୍ରସ୍ତୁତ ହୋଇସାରିଥିବା ବେଳେ ଏବେ ଅପେକ୍ଷା ଖାଲି ସେହି ମୁହୁର୍ତ୍ତକୁ ।
Published by: Anand Shankar Thankur Das
First published: December 30, 2019, 2:12 PM IST
corona virus btn
corona virus btn
Loading